ଚେନ୍ନାଇ: ରେଲୱେ ଷ୍ଟେସନ କିମ୍ବା ବିମାନ ବନ୍ଦରରେ ଫ୍ରି ୱାଇ ଫାଇ ସେବା ବ୍ୟବହାର କରୁଥିଲେ ସାବଧାନ। ଏ ସବୁ ସ୍ଥାନରେ ଇଣ୍ଟରନେଟ ପାଇଁ ଫ୍ରି ୱାଇ ଫାଇ ସେବାର ସହାୟତା ନେଉଥିଲେ ହୋଇପାରେ ସାଇବର ଆକ୍ରମଣ। ଖୋଦ ସରକାରୀ ଏଜେନ୍ସି Indian Computer Emergency Response Team ପକ୍ଷରୁ ସତର୍କ କରି ଦିଆଯାଇଛି। ଭାରତରେ ସର୍ବସାଧାରଣରେ ଉପଲବ୍ଧ ହେଉଥିବା ଫ୍ରି ୱାଇଫାଇ ସବୁଠୁ ଅସୁରକ୍ଷିତ ବୋଲି ଏହି ସଂସ୍ଥା କହିଛି।
ଏ ସବୁ ସ୍ଥାନରେ ଚାଟିଂ, ଇମେଲ ଚେକିଂ ଏବଂ ଅନ୍ୟାନ କିଛି କାମ କଲେ ବିପଦ ରହିଛି। କାରଣ ଆପଣଙ୍କ ସିକ୍ରେଟ ପାସୱାର୍ଡ଼ ଏବଂ କ୍ରେଡିଟ ନମ୍ବର ହ୍ୟାକ୍ ହେବାର ଅଧିକ ଆଶଙ୍କା ରହିଛି ବୋଲି ଉକ୍ତ ସଂସ୍ଥା ପକ୍ଷରୁ ସତର୍କତା ଜାରି କରାଯାଇଛି। ଏକ ଅନ୍ତର୍ଜାତୀୟ ଗବେଷଣାରୁ ଏହି ତଥ୍ୟ ମିଳିଛି। ତେବେ ଏହା ବଦଳରେ VPN (virtual private network) and wired networks ବ୍ୟବହାର କରିବାକୁ କୁହାଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
କେବଳ ଲୋକସଭା ନିର୍ବାଚନ ପାଇଁ ଗଠନ ହୋଇଥିଲା 'ଇଣ୍ଡିଆ' ମେଣ୍ଟ: ଶରଦ ପାୱାର
ରାଜ୍ୟ ଓ ଆଞ୍ଚଳିକ ନିର୍ବାଚନରେ ଏକାଠି ଲଢ଼ିବାକୁ ଆଲୋଚନା ହୋଇନଥିଲା ବୋଲି କହିଲେ ଶରଦ ପାୱାର।
National
‘ପ୍ୟାରିସ୍ ଭଳି ଦିଲ୍ଲୀ’ କହି କେଜ୍ରିୱାଲଙ୍କୁ ରାହୁଲଙ୍କ କଟାକ୍ଷ, ଦେଖନ୍ତୁ ଭିଡିଓ
ଇଣ୍ଡି ବ୍ଲକ୍ ମଧ୍ୟରେ ସବୁ କିଛି ଠିକ୍ଠାକ୍ ଚାଲି ନଥିବା ବେଳେ ଉଭୟ ଆପ୍ ଓ କଂଗ୍ରେସ ସଦସ୍ୟଙ୍କ ମଧ୍ୟରେ କାନ୍ଦୁଆ ଫିଙ୍ଗାଫିଙ୍ଗି ବଢ଼ିଯାଇଛି। ଏମିତିକି ଅନ୍ୟ ଦଳ ସହିତ ଆଲୋଚନା କଲା ପରେ କଂଗ୍ରେସକୁ ଇଣ୍ଡି ବ୍ଳକ୍ରୁ ବାହାର କରି ଦେବାକୁ ଧମକ ଦେଇଛି ଆପ୍।
Crime
ଦିଲ୍ଲୀରେ ୪୦୦ ସ୍କୁଲକୁ ବୋମା ଧମକ ଦେଇଥିଲା ନାବାଳକ, ଆପ୍-ବିଜେପି ମୁହାଁମୁହିଁ
ଗତ ୮ତାରିଖରେ ମିଳିଥିବା ମେଲକୁ ଟ୍ରାକ୍ କରି ଜଣେ ଯୁକ୍ତ୨ ଛାତ୍ରକୁ ଧରିଛି ପୁଲିସ। ଛାତ୍ର ଓ ଏହାର ଅଭିଭାବକ ଏକ ଏନଜିଓ ସହ ଜଡ଼ିତ। ଏନଜିଓ ଏକ ରାଜନୈତିକ ଦଳ ସହ ଜଡ଼ିତ ବୋଲି କହିଛି ପୁଲିସ।
National
କୁମ୍ଭମେଳାରେ ଅସୁସ୍ଥ ହୋଇ ପଡ଼ିଲେ ଷ୍ଟିଭ୍ ଜବ୍ସଙ୍କ ପତ୍ନୀ
ପ୍ରଥମ ଥର ପାଇଁ କୁମ୍ଭମେଳାରେ ଭାଗ ନେବାକୁ ଆସିଥିବା ଲରେନ୍ ପାୱେଲ ପୂର୍ବରୁ କେବେ ଏପରି ଭିଡ଼ ଦେଖିନଥିଲେ। ରବିବାର ରାତିରୁ ସେ ପ୍ରୟାଗରାଜରେ ସ୍ୱାମୀ କୈଳାଶନନ୍ଦ ଗିରିଙ୍କ ଶିବିରରେ ରହୁଛନ୍ତି।
National
ମା' ବିକି ଦେଲା ବୁଲେଟ୍, ନିଜକୁ ଗୁଳି କରିଦେଲା ପୁଅ
ନବମ ଶ୍ରେଣୀ ଛାତ୍ର ଜଣକ ରାଗରେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।