ନୂଆଦିଲ୍ଲୀ: ଜିଓକୁ ମାତ୍ ଦେବା ପାଇଁ ଏୟାରଟେଲ ଆଣୁଛି ଶସ୍ତା ୪ଜି ସେଟ୍ । ଜିଓ ୧୫୦୦ ଟଙ୍କାରେ ୪ଜି ସେଟ୍ ଦେଉଥିବା ବେଳେ ଏୟାରଟେଲ ୨୦୦୦ ଟଙ୍କାରୁ କମ୍ ମୂଲ୍ୟରେ ଏହି ଫୋନ୍ ଯୋଗାଇଦେବ। ଏନେଇ କମ୍ପାନୀ ପକ୍ଷରୁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି। ଏହି ହ୍ୟାଣ୍ଡସେଟ୍ ଅକ୍ଟୋବର ପ୍ରଥମ ସପ୍ତାହରେ ବଜାରକୁ ଆସିପାରେ।
ତେବେ ଏନେଇ ଏୟାରଟେଲ ପକ୍ଷରୁ ଚୀନ୍ର ଏକ ଫୋନ୍ ନିର୍ମାଣକାରୀ କମ୍ପାନୀ ସହ ବୁଝାମଣା ହେବାନେଇ ଯୋଜନା ଥିବା କୁହାଯାଉଛି। ଯଦି କମ୍ପାନି ପକ୍ଷରୁ ୪ଜି ସେଟ ଲଞ୍ଚ ହୁଏ ତେବେ ଜିଓ ଭଳି ସୁବିଧା ମିଳିବ ବୋଲି କୁହାଯାଛି। ଯେମିତିକି ଜିଓ ପକ୍ଷରୁ ଫ୍ରି ଭିଡିଓ କଲିଂ, ଅସୀମିତ ଡାଟା, ଫ୍ରି ମେସେଜ୍ ଏବଂ ଫ୍ରି କଲିଂ ଆଦି ସୁବିଧା ଦିଆଯାଉଛି। ତେବେ ଏହି ୪ଜି ସେଟରେ ଆପାତତଃ ୪ଇଞ୍ଚ ଡିସପ୍ଲେ, ୧ଜିବି ରାମ ଏବଂ ୪ଜିକୁ ସପୋର୍ଟ କଲାଭଳି ଭୋଲଟି ରହିବ। ତେବେ ୧୫୦୦ ଟଙ୍କାରେ ଜିଓ ପକ୍ଷରୁ ଏବେ ଯେଉଁ ୪ଜି ସେଟ ଯୋଗାଇଦିଆଯାଉଛି ତାହା ୫୧୨ ଏମବିର ରହିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
କେବଳ ଲୋକସଭା ନିର୍ବାଚନ ପାଇଁ ଗଠନ ହୋଇଥିଲା 'ଇଣ୍ଡିଆ' ମେଣ୍ଟ: ଶରଦ ପାୱାର
ରାଜ୍ୟ ଓ ଆଞ୍ଚଳିକ ନିର୍ବାଚନରେ ଏକାଠି ଲଢ଼ିବାକୁ ଆଲୋଚନା ହୋଇନଥିଲା ବୋଲି କହିଲେ ଶରଦ ପାୱାର।
National
‘ପ୍ୟାରିସ୍ ଭଳି ଦିଲ୍ଲୀ’ କହି କେଜ୍ରିୱାଲଙ୍କୁ ରାହୁଲଙ୍କ କଟାକ୍ଷ, ଦେଖନ୍ତୁ ଭିଡିଓ
ଇଣ୍ଡି ବ୍ଲକ୍ ମଧ୍ୟରେ ସବୁ କିଛି ଠିକ୍ଠାକ୍ ଚାଲି ନଥିବା ବେଳେ ଉଭୟ ଆପ୍ ଓ କଂଗ୍ରେସ ସଦସ୍ୟଙ୍କ ମଧ୍ୟରେ କାନ୍ଦୁଆ ଫିଙ୍ଗାଫିଙ୍ଗି ବଢ଼ିଯାଇଛି। ଏମିତିକି ଅନ୍ୟ ଦଳ ସହିତ ଆଲୋଚନା କଲା ପରେ କଂଗ୍ରେସକୁ ଇଣ୍ଡି ବ୍ଳକ୍ରୁ ବାହାର କରି ଦେବାକୁ ଧମକ ଦେଇଛି ଆପ୍।
Crime
ଦିଲ୍ଲୀରେ ୪୦୦ ସ୍କୁଲକୁ ବୋମା ଧମକ ଦେଇଥିଲା ନାବାଳକ, ଆପ୍-ବିଜେପି ମୁହାଁମୁହିଁ
ଗତ ୮ତାରିଖରେ ମିଳିଥିବା ମେଲକୁ ଟ୍ରାକ୍ କରି ଜଣେ ଯୁକ୍ତ୨ ଛାତ୍ରକୁ ଧରିଛି ପୁଲିସ। ଛାତ୍ର ଓ ଏହାର ଅଭିଭାବକ ଏକ ଏନଜିଓ ସହ ଜଡ଼ିତ। ଏନଜିଓ ଏକ ରାଜନୈତିକ ଦଳ ସହ ଜଡ଼ିତ ବୋଲି କହିଛି ପୁଲିସ।
National
କୁମ୍ଭମେଳାରେ ଅସୁସ୍ଥ ହୋଇ ପଡ଼ିଲେ ଷ୍ଟିଭ୍ ଜବ୍ସଙ୍କ ପତ୍ନୀ
ପ୍ରଥମ ଥର ପାଇଁ କୁମ୍ଭମେଳାରେ ଭାଗ ନେବାକୁ ଆସିଥିବା ଲରେନ୍ ପାୱେଲ ପୂର୍ବରୁ କେବେ ଏପରି ଭିଡ଼ ଦେଖିନଥିଲେ। ରବିବାର ରାତିରୁ ସେ ପ୍ରୟାଗରାଜରେ ସ୍ୱାମୀ କୈଳାଶନନ୍ଦ ଗିରିଙ୍କ ଶିବିରରେ ରହୁଛନ୍ତି।
National
ମା' ବିକି ଦେଲା ବୁଲେଟ୍, ନିଜକୁ ଗୁଳି କରିଦେଲା ପୁଅ
ନବମ ଶ୍ରେଣୀ ଛାତ୍ର ଜଣକ ରାଗରେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।