କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ୧୯ ନୂଆ ମୁହଁ

ନୂଆଦିଲ୍ଲୀ: କେନ୍ଦ୍ର ମନ୍ତ୍ରୀମଣ୍ଡଳ ଅଦଳବଦଳ ନେଇ ଚାଲିଥିବା କଳ୍ପନାଜଳ୍ପନାର ଅବସାନ ଘଟିଛି। ଆଜି ମୋଦିଙ୍କ ମନ୍ତ୍ରୀମଣ୍ଡଳର ସଂପ୍ରସାରଣ କରାଯାଇଛି। ନୂଆ ରାଷ୍ଟ୍ରମନ୍ତ୍ରୀ ଭାବେ ୧୯ ଜଣ ଶପଥ ନେଇଛନ୍ତି। ଏସ୍‌.ଏସ୍‌ ଆଲୁୱାଲିଆ, ବିଜୟ ଗୋଏଲ, ଅନୁପ୍ରିୟା ପଟେଲ,  ଫଗନ ସିଂହ କୁଲସ୍ତେ, ରାମଦାସ ଅଠାୱଲେ, ପୁରୁଷୋତ୍ତମ ରୁପାଲା, ଶ୍ରମତୀ କୃଷ୍ଣା ରାଜ୍‌, ଅଜୟ ଟମ୍‌ଟା, ଏମ୍‌ଜେ ଆକବର, ଅର୍ଜୁନ୍‌ ରାମ ମେଘୱାଲ୍‌, ସିଆର ଚୌଧୁରୀ, ସୁଭାଷ ରାମ ରାଓ ଭାମ୍ରେ, ଯଶସ୍ୱନ୍ତ ସିଂ ସୁମନ୍‌ ଭାଇ ଭାଂଭୋର୍ […]

minister

Rakesh Mallick
  • Published: Tuesday, 05 July 2016
  • , Updated: 05 July 2016, 01:21 PM IST

ନୂଆଦିଲ୍ଲୀ: କେନ୍ଦ୍ର ମନ୍ତ୍ରୀମଣ୍ଡଳ ଅଦଳବଦଳ ନେଇ ଚାଲିଥିବା କଳ୍ପନାଜଳ୍ପନାର ଅବସାନ ଘଟିଛି। ଆଜି ମୋଦିଙ୍କ ମନ୍ତ୍ରୀମଣ୍ଡଳର ସଂପ୍ରସାରଣ କରାଯାଇଛି। ନୂଆ ରାଷ୍ଟ୍ରମନ୍ତ୍ରୀ ଭାବେ ୧୯ ଜଣ ଶପଥ ନେଇଛନ୍ତି। ଏସ୍‌.ଏସ୍‌ ଆଲୁୱାଲିଆ, ବିଜୟ ଗୋଏଲ, ଅନୁପ୍ରିୟା ପଟେଲ,  ଫଗନ ସିଂହ କୁଲସ୍ତେ, ରାମଦାସ ଅଠାୱଲେ, ପୁରୁଷୋତ୍ତମ ରୁପାଲା, ଶ୍ରମତୀ କୃଷ୍ଣା ରାଜ୍‌, ଅଜୟ ଟମ୍‌ଟା, ଏମ୍‌ଜେ ଆକବର, ଅର୍ଜୁନ୍‌ ରାମ ମେଘୱାଲ୍‌, ସିଆର ଚୌଧୁରୀ, ସୁଭାଷ ରାମ ରାଓ ଭାମ୍ରେ, ଯଶସ୍ୱନ୍ତ ସିଂ ସୁମନ୍‌ ଭାଇ ଭାଂଭୋର୍ , ମନମୁଖ ପାଣ୍ଡବ୍ୟା, ପି.ପି ଚୌଧୁରୀ,ପୁରୁଷୋତ୍ତମ ରୁପାଲା  ଓ ଅନୀଲ ମାଧବ ଦୱେ  ପ୍ରମୁଖ ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ସେହିପରି ପ୍ରକାଶ ଜାଭେଦ୍‌କରଙ୍କୁ ପଦୋନ୍ୱତି ଦିଆଯାଇଛି। ସେ କ୍ୟାବିନେଟ୍‌ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି।

ଆଜିର ସଂପ୍ରସାରଣରେ ଉତ୍ତରପ୍ରଦେଶ ଓ ଗୁଜରାଟର ୩ ଜଣ ଲେଖାଏଁ ସ୍ଥାନ ପାଇଛନ୍ତି। ଦୁଇ ଜଣ ମହିଳା ଓ ସଂଖ୍ୟାଲଘୁ ଶ୍ରେଣୀର ଦୁଇ ଜଣଙ୍କୁ ମନ୍ତ୍ରୀମଣ୍ଡଳରେ ସାମିଲ କରାଯାଇଛି। ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ଶପଥ ଗ୍ରହଣ ଉତ୍ସବରେ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ନୂଆ ମନ୍ତ୍ରୀମାନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି।

Related story