ନୂଆଦିଲ୍ଲୀ: ଆଜି ରାଜ୍ୟସଭାରେ ଆସିପାରେ ବୁହୁ ପ୍ରତୀକ୍ଷିତ ଜିଏସଟି ବା ଗୁଡସ ଆଣ୍ଡ ସର୍ଭିସେସ୍ ଟ୍ୟାକ୍ସ ବିଲ୍ । ସଂସଦର ମୈସୁମୀ ଅଧିବେଶନ ଶେଷ ହେବାକୁ ଆଉ ୨ ଦିନ ବାକି ଥିବା ବେଳେ ସରକାର ଏହି ବିଲକୁ ରାଜ୍ୟସଭାରେ ଗୃହୀତ କରିବା ପାଇଁ ଚେଷ୍ଟା କରିବେ। ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ରାଜ୍ୟସଭାରେ ସମ୍ୱିଧାନ ସଂଶୋଧନ ଜିଏସଟି ବିଲକୁ ଉପସ୍ଥାପନ କରିବା ନେଇ କାର୍ଯ୍ୟସୂଚୀ ରହିଛି। ରାଜ୍ୟସଭାରେ ବିଜେପିର ସଂଖ୍ୟା ଗରିଷ୍ଠତା ନଥିବାରୁ ସମ୍ୱିଧାନ ସଂଶୋଧନ ବିଲ୍ ପାସ୍ କରିବାରେ ସମସ୍ୟା ସୃଷ୍ଟି ହେବ। ଏଥିଯୋଗୁଁ କଂଗ୍ରେସକୁ ମନାଇବା ପାଇଁ ସରକାର ଉଦ୍ୟମ କରିବେ । ଜିଏସଟି କାର୍ଯ୍ୟକାରୀ ହେଲେ ସାରା ଦେଶରେ ଗୋଟିଏ ବଜାର ସୃଷ୍ଟି ହେବ। କେନ୍ଦ୍ର ଓ ରାଜ୍ୟର ପରୋକ୍ଷ ଟିକସ ଯଥା- କେନ୍ଦ୍ରୀୟ ଅବକାରୀ ଟିକସ, ଭ୍ୟାଟ୍, ଏଣ୍ଟ୍ରିଟ୍ୟାକ୍ସ ଓ ଅକଟ୍ରାଇ ଟ୍ୟାକ୍ସ ଭଳି ଅନେକ ଟିକସ ଉଠିଯିବ। ରାଜ୍ୟ-ରାଜ୍ୟ ଭିତରେ ସହଜରେ ଦ୍ରବ୍ୟ ଓ ସେବା ନେଣ ଦେଣ ହେବ। ଫଳରେ ବ୍ୟାବସାୟିକ ଖର୍ଚ୍ଚ କମିବ ବୋଲି ଆଶା କରାଯାଉଛି। ଗତ ମେ ୬ ତାରିଖରେ ଲୋକସଭାରେ ଏହି ବିଲ୍ ପାସ ହୋଇଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
କେବଳ ଲୋକସଭା ନିର୍ବାଚନ ପାଇଁ ଗଠନ ହୋଇଥିଲା 'ଇଣ୍ଡିଆ' ମେଣ୍ଟ: ଶରଦ ପାୱାର
ରାଜ୍ୟ ଓ ଆଞ୍ଚଳିକ ନିର୍ବାଚନରେ ଏକାଠି ଲଢ଼ିବାକୁ ଆଲୋଚନା ହୋଇନଥିଲା ବୋଲି କହିଲେ ଶରଦ ପାୱାର।
National
‘ପ୍ୟାରିସ୍ ଭଳି ଦିଲ୍ଲୀ’ କହି କେଜ୍ରିୱାଲଙ୍କୁ ରାହୁଲଙ୍କ କଟାକ୍ଷ, ଦେଖନ୍ତୁ ଭିଡିଓ
ଇଣ୍ଡି ବ୍ଲକ୍ ମଧ୍ୟରେ ସବୁ କିଛି ଠିକ୍ଠାକ୍ ଚାଲି ନଥିବା ବେଳେ ଉଭୟ ଆପ୍ ଓ କଂଗ୍ରେସ ସଦସ୍ୟଙ୍କ ମଧ୍ୟରେ କାନ୍ଦୁଆ ଫିଙ୍ଗାଫିଙ୍ଗି ବଢ଼ିଯାଇଛି। ଏମିତିକି ଅନ୍ୟ ଦଳ ସହିତ ଆଲୋଚନା କଲା ପରେ କଂଗ୍ରେସକୁ ଇଣ୍ଡି ବ୍ଳକ୍ରୁ ବାହାର କରି ଦେବାକୁ ଧମକ ଦେଇଛି ଆପ୍।
Crime
ଦିଲ୍ଲୀରେ ୪୦୦ ସ୍କୁଲକୁ ବୋମା ଧମକ ଦେଇଥିଲା ନାବାଳକ, ଆପ୍-ବିଜେପି ମୁହାଁମୁହିଁ
ଗତ ୮ତାରିଖରେ ମିଳିଥିବା ମେଲକୁ ଟ୍ରାକ୍ କରି ଜଣେ ଯୁକ୍ତ୨ ଛାତ୍ରକୁ ଧରିଛି ପୁଲିସ। ଛାତ୍ର ଓ ଏହାର ଅଭିଭାବକ ଏକ ଏନଜିଓ ସହ ଜଡ଼ିତ। ଏନଜିଓ ଏକ ରାଜନୈତିକ ଦଳ ସହ ଜଡ଼ିତ ବୋଲି କହିଛି ପୁଲିସ।
National
କୁମ୍ଭମେଳାରେ ଅସୁସ୍ଥ ହୋଇ ପଡ଼ିଲେ ଷ୍ଟିଭ୍ ଜବ୍ସଙ୍କ ପତ୍ନୀ
ପ୍ରଥମ ଥର ପାଇଁ କୁମ୍ଭମେଳାରେ ଭାଗ ନେବାକୁ ଆସିଥିବା ଲରେନ୍ ପାୱେଲ ପୂର୍ବରୁ କେବେ ଏପରି ଭିଡ଼ ଦେଖିନଥିଲେ। ରବିବାର ରାତିରୁ ସେ ପ୍ରୟାଗରାଜରେ ସ୍ୱାମୀ କୈଳାଶନନ୍ଦ ଗିରିଙ୍କ ଶିବିରରେ ରହୁଛନ୍ତି।
National
ମା' ବିକି ଦେଲା ବୁଲେଟ୍, ନିଜକୁ ଗୁଳି କରିଦେଲା ପୁଅ
ନବମ ଶ୍ରେଣୀ ଛାତ୍ର ଜଣକ ରାଗରେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।