ଆଜି ଶେଷ ହେବ ସଂସଦର ମୌସୁମୀ ଅଧିବେଶନ: ରାଜ୍ୟସଭାରେ ଜିଏସଟି ବିଲ୍ ପାସ୍ କରିବାକୁ ଚେଷ୍ଟା କରିପାରନ୍ତି ସରକାର

ନୂଆଦିଲ୍ଲୀ: ଆଜି ଶେଷ ହେଉଛି ସଂସଦର ମୌସୁମୀ ଅଧିବେଶନ। ଶେଷ ଦିନରେ ସରକାର ରାଜ୍ୟସଭାରେ ଜିଏସଟି ବିଲ୍ ପାସ କରିବାକୁ ଶେଷ ଚେଷ୍ଟା କରିପାରନ୍ତି। ଅନ୍ୟପକ୍ଷରେ ଆଜି ମଧ୍ୟ ସଂସଦର ଉଭୟ ଗୃହ ସରଗରମ ହେବା ଆଶା କରାଯାଉଛି । ଗତକାଲି ଲଳିତ ମୋଦି ପ୍ରସଙ୍ଗରେ ଲୋକସଭାରେ କଂଗ୍ରେସ ଆଣିଥିବା ମୁଲତବୀ ପ୍ରସ୍ତାବ କାଟ୍ ଖାଇଯାଇଥିଲା। କଂଗ୍ରେସ ସଦସ୍ୟଙ୍କ କକ୍ଷତ୍ୟାଗ ପରେ ଏହି ପ୍ରସ୍ତାବ ଉପରେ ବାଚନିକ ଭୋଟ୍ ନିଆଯାଇଥିଲା। ତେବେ ଏହା କାଟ୍ ଖାଇ ଯାଇଥିଲା। […]

parlliament

parlliament

Rakesh Mallick
  • Published: Thursday, 13 August 2015
  • Updated: 13 August 2015, 03:51 AM IST

Sports

Latest News

ନୂଆଦିଲ୍ଲୀ: ଆଜି ଶେଷ ହେଉଛି ସଂସଦର ମୌସୁମୀ ଅଧିବେଶନ। ଶେଷ ଦିନରେ ସରକାର ରାଜ୍ୟସଭାରେ ଜିଏସଟି ବିଲ୍ ପାସ କରିବାକୁ ଶେଷ ଚେଷ୍ଟା କରିପାରନ୍ତି। ଅନ୍ୟପକ୍ଷରେ ଆଜି ମଧ୍ୟ ସଂସଦର ଉଭୟ ଗୃହ ସରଗରମ ହେବା ଆଶା କରାଯାଉଛି । ଗତକାଲି ଲଳିତ ମୋଦି ପ୍ରସଙ୍ଗରେ ଲୋକସଭାରେ କଂଗ୍ରେସ ଆଣିଥିବା ମୁଲତବୀ ପ୍ରସ୍ତାବ କାଟ୍ ଖାଇଯାଇଥିଲା। କଂଗ୍ରେସ ସଦସ୍ୟଙ୍କ କକ୍ଷତ୍ୟାଗ ପରେ ଏହି ପ୍ରସ୍ତାବ ଉପରେ ବାଚନିକ ଭୋଟ୍ ନିଆଯାଇଥିଲା। ତେବେ ଏହା କାଟ୍ ଖାଇ ଯାଇଥିଲା। ଚଳିତ ଅଧିବେଶନରେ ଲଳିତ ମୋଦ ଏବଂ ବ୍ୟାପମ ପ୍ରସଙ୍ଗରେ ଗୃହ କାର୍ଯ୍ୟ ସରଗରମ ରହିଥିଲା। ଲଳିତ ଗେଟ୍ ଓ ବ୍ୟାପମ୍ ଦୁର୍ନୀତି ପ୍ରସଙ୍ଗରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜ, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ଓ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ଇସ୍ତଫ। ଦାବି

କରିଥିଲା କଂଗ୍ରେସ। ସେପଟେ ଗୃହ କାର୍ଯ୍ୟରେ ବାଧା ସୃଷ୍ଟି କରିବା ଓ ଗୃହ ଭିତରକୁ ପ୍ଲାକାର୍ଡ ଆଣିଥିବାରୁ ଲୋକସଭା ବାଚସ୍ପତି ୨୫ ଜଣ କଂଗ୍ରେସ ସାଂସଦକୁ ୫ ଦିନ ପାଇଁ ସସପେଣ୍ଡ୍ କରିଥିଲେ। ଏହାକୁ ନେଇ ହୋହାଲ୍ଲା କରିଥିଲା କଂଗ୍ରେସ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos