ଆଜି ଶ୍ରୀହରିକୋଟ୍ଟାରୁ ପିଏସଏଲଭି ସି-୨୮ ରକେଟ ଉତକ୍ଷେପଣ

ହାଇଦ୍ରାବାଦ: ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟ୍ଟାରୁ ଆଜି ପିଏସଏଲଭି ସି-୨୮ ରକେଟ ଉତକ୍ଷେପଣ କରାଯିବ। ଏହି ରକେଟ ଏକାସାଙ୍ଗରେ ୫ଟି ବ୍ରିଟିଶ ସାଟାଲାଇଟକୁ କକ୍ଷରେ ଅବସ୍ଥାପିତ କରିବ। ଏଥିପାଇଁ ବୁଧବାର ସକାଳୁ କାଉଣ୍ଟଡାଉନ୍ ଆରମ୍ଭ ହୋଇଛି। ଏହା ଇସ୍ରୋର ପଞ୍ଚମ ବ୍ୟବସାୟିକ ଉତକ୍ଷେପଣ। ସେହିପରି ଇସ୍ରୋ ଇତିହାସରେ ଏହା ସର୍ବବୃହତ ଉତକ୍ଷେପଣ ହେବାକୁ ଯାଉଛି। ୫ଟି ବ୍ରିଟିଶ ସାଟେଲାଇଟର ଓଜନ ୧୪ ଶହ କିଲୋଗ୍ରାମ ହୋଇଥିବାବେଳେ ପିଏସଏଲଭି ରକେଟର ଓଜନ ପ୍ରାୟ ୩୨୦ ଟନ୍। ପିଏସଏଲବି-ଏକ୍ସ ଏଲ ରକେଟ ସାହାଯ୍ୟରେ […]

PSLVc28

Rakesh Mallick
  • Published: Friday, 10 July 2015
  • , Updated: 10 July 2015, 01:58 AM IST

ହାଇଦ୍ରାବାଦ: ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟ୍ଟାରୁ ଆଜି ପିଏସଏଲଭି ସି-୨୮ ରକେଟ ଉତକ୍ଷେପଣ କରାଯିବ। ଏହି ରକେଟ ଏକାସାଙ୍ଗରେ ୫ଟି ବ୍ରିଟିଶ ସାଟାଲାଇଟକୁ କକ୍ଷରେ ଅବସ୍ଥାପିତ କରିବ। ଏଥିପାଇଁ ବୁଧବାର ସକାଳୁ କାଉଣ୍ଟଡାଉନ୍ ଆରମ୍ଭ ହୋଇଛି। ଏହା ଇସ୍ରୋର ପଞ୍ଚମ ବ୍ୟବସାୟିକ ଉତକ୍ଷେପଣ। ସେହିପରି ଇସ୍ରୋ ଇତିହାସରେ ଏହା ସର୍ବବୃହତ ଉତକ୍ଷେପଣ ହେବାକୁ ଯାଉଛି। ୫ଟି ବ୍ରିଟିଶ ସାଟେଲାଇଟର ଓଜନ ୧୪ ଶହ କିଲୋଗ୍ରାମ ହୋଇଥିବାବେଳେ ପିଏସଏଲଭି ରକେଟର ଓଜନ ପ୍ରାୟ ୩୨୦ ଟନ୍। ପିଏସଏଲବି-ଏକ୍ସ ଏଲ ରକେଟ ସାହାଯ୍ୟରେ ଏହି ଉତକ୍ଷେପଣ ହେବ। ୧୯୯୯ ମସିହା ପରଠାରୁ ଇସ୍ରୋ ଏପର୍ଯ୍ୟନ୍ତ ୪୦ଟି ବିଦେଶୀ ସାଟେଲାଇଟକ କକ୍ଷରେ ଅବସ୍ଥାପିତ କରିଛି।

Related story