ଭୁବନେଶ୍ୱର: ଆଜି ବିଶ୍ୱ ତମାଖୁ ନିରୋଧ ଦିବସ। ଚଳିତ ବର୍ଷର ଥିମ୍ ରହିଛି Get ready for plain packaging। ପ୍ରତିବର୍ଷ ସାରା ବିଶ୍ୱରେ ବିଭିନ୍ନ ତମାଖୁ ଜନିତ ରୋଗରେ ପ୍ରାୟ ୬ ନିୟୁତ ଲୋକଙ୍କ ମୃତ୍ୟୁ ଘଟିଛି। ଏହା ବିରୋଧରେ ଜନସଚେତନତା ଲାଗି ୧୯୮୮ ମସିହାରୁ ଅଭିଯାନ ଚାଲି ଆସୁଛି। ତଥାପି ସମ୍ପୂର୍ଣ୍ଣ ବନ୍ଦ କରାଯାଇ ପାରୁ ନାହିଁ। ବିଡି, ସିଗାରେଟ୍, ଜର୍ଦ୍ଦା ଓ ଖଇନି ଆଦି ତମାଖୁ ବର୍ଜନ ଲାଗି ଅନେକ ସଚେତନତା ମୂଳକ କାର୍ଯ୍ୟକ୍ରମ ଚାଲିଛି। ତମାଖୁ ସେବନ କରି ଲୋକମାନେ ମୁଖ୍ୟତଃ ମୁଖ ଗହ୍ୱର କର୍କଟ ରୋଗରେ ଅଧିକ ଆକ୍ରାନ୍ତ ହେଉଛନ୍ତି।