‘ଧୈର୍ଯ୍ୟ ରଖ, ସବୁ କିଛି ଠିକଠାକ୍ ଅଛି’

ମୁମ୍ୱାଇ: ମହାରାଷ୍ଟ୍ରରେ ଉପମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବାର ୩୨ ଘଣ୍ଟା ପରେ ମୁହଁ ଖୋଲିଛନ୍ତି ଅଜିତ ପାଓ୍ୱାର। ଟୁଇଟର ଜରିଆରେ ଏମିତି କିଛି କହିଛନ୍ତି, ଯାହାକି ଏବେ ମହାରାଷ୍ଟ୍ର ରାଜନୀତିକୁ ଆହୁରି ରହସ୍ୟ ଘେରକୁ ନେଇଛି। ମୁଖ୍ୟତଃ ଏହି ଟୁଇଟ୍ ଶିବସେନା କଂଗ୍ରେସ ଏବଂ ଶରଦ ପାଓ୍ୱାରଙ୍କ ପାଇଁ ଚିନ୍ତାର ବିଷୟ। ଗତକାଲି ଅଜିତ ଉପମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବା ପରେ ମଧ୍ୟ ଟୁଇଟରରେ ସେ ତାଙ୍କ ପଦବୀକୁ ନେଇ କୌଣସି ପରିବର୍ତ୍ତନ କରିନଥିଲେ। ଆଜି ଅପରାହ୍ନରେ […]

ajitpawar

Subhransu Sekhar
  • Published: Sunday, 24 November 2019
  • , Updated: 24 November 2019, 05:52 PM IST

ମୁମ୍ୱାଇ: ମହାରାଷ୍ଟ୍ରରେ ଉପମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବାର ୩୨ ଘଣ୍ଟା ପରେ ମୁହଁ ଖୋଲିଛନ୍ତି ଅଜିତ ପାଓ୍ୱାର। ଟୁଇଟର ଜରିଆରେ ଏମିତି କିଛି କହିଛନ୍ତି, ଯାହାକି ଏବେ ମହାରାଷ୍ଟ୍ର ରାଜନୀତିକୁ ଆହୁରି ରହସ୍ୟ ଘେରକୁ ନେଇଛି। ମୁଖ୍ୟତଃ ଏହି ଟୁଇଟ୍ ଶିବସେନା କଂଗ୍ରେସ ଏବଂ ଶରଦ ପାଓ୍ୱାରଙ୍କ ପାଇଁ ଚିନ୍ତାର ବିଷୟ। ଗତକାଲି ଅଜିତ ଉପମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବା ପରେ ମଧ୍ୟ ଟୁଇଟରରେ ସେ ତାଙ୍କ ପଦବୀକୁ ନେଇ କୌଣସି ପରିବର୍ତ୍ତନ କରିନଥିଲେ। ଆଜି ଅପରାହ୍ନରେ ଉପମୁଖ୍ୟମନ୍ତ୍ରୀ ବୋଲି ଲେଖିବା ସହ ଏନସିପିର ନେତା ବୋଲି ଉଲ୍ଲେଖ କରିଛନ୍ତି।

https://twitter.com/AjitPawarSpeaks/status/1198565066297229312

ଦୁଃଖ ପ୍ରକାଶ କରିବାର ଆବଶ୍ୟକ ନାହିଁ, ସବୁକିଛି ଠିକ୍ ଠାକ ଅଛି। ଧୈର୍ଯ୍ୟ ରଖିବାର ଆବଶ୍ୟକ ରହିଛି ବୋଲି ଟୁଇଟ୍ କରି କହିଛନ୍ତି ଅଜିତ ପାଓ୍ୱାର। ସେହିପରି ଆଉ ଏକ ଟୁଇଟରେ ସେ ଲେଖିଛନ୍ତି, ମୁଁ ଦଳ (ଏନସିପି)ରେ ଅଛି, ଶାହେବ (ଶରଦ) ଆମର ନେତା। ବିଜେପି-ଏନସିପି ମେଣ୍ଟ ରାଜ୍ୟରେ ଆଗାମୀ ୫ ବର୍ଷ ପାଇଁ ସ୍ଥିର ସରକାର ଦେବ।

https://twitter.com/AjitPawarSpeaks/status/1198565018658377728

ସେହିପରି କେନ୍ଦ୍ରମନ୍ତ୍ରୀ ତଥା ବିଜେପି ନେତା ଅମିତ ଶାହ, ଧର୍ମେନ୍ଦ୍ର ପ୍ରଧାନ, ହର୍ଷବର୍ଦ୍ଧନ, ସ୍ମୃତି ଇରାନୀ, ଅନୁରାଗ ଠାକୁରଙ୍କୁ ଶୁଭେଚ୍ଛା ବାର୍ତ୍ତାର ଜବାବ ଦେବାକୁ ଯାଇ ଧନ୍ୟବାଦ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶୁଭେଚ୍ଛାର ଜବାବ ଦେବାକୁ ଯାଇ ଅଜିତ ଲେଖିଛନ୍ତି, ଧନ୍ୟବାଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆମେ ଏକ ସ୍ଥାୟୀ ସରକାର ଦେବୁ। ଏଥିପାଇଁ କଠିନ ପରିଶ୍ରମ ମଧ୍ୟ କରିବୁ।

https://twitter.com/AjitPawarSpeaks/status/1198549352396013568

ଗତକାଲି ଏନସିପି ଅଜିତଙ୍କୁ ଦଳୀୟ ବିଧାୟକ ପଦବୀରୁ ହଟାଇ ଜୟନ୍ତ ପାଟିଲକୁ କରିଛି। ଏନସିପି ମଧ୍ୟ ରାଜ୍ୟପାଳଙ୍କୁ ବିଧାୟକ ଦଳର ନେତା ବାବଦରେ ଅବଗତ କରାଇଛି। ଯେଉଁ ବିଧାୟକ ତାଲିକା ରହିଛି ସେଥିରେ ଅଜିତଙ୍କ ନାମ ମଧ୍ୟ ରହିଛି। ହେଲେ ହସ୍ତାକ୍ଷର ନାହିଁ। ଅଜିତଙ୍କୁ ବୁଝାଇବା ପାଇଁ ସମସ୍ତ ପ୍ରକାର ଚେଷ୍ଟା ପାଓ୍ୱାର ପରିବାର କରୁଥିବା ସୂଚନା ରହିଛି।

ମହାରାଷ୍ଟ୍ରରେ ବିଜେପି ଏନସିପି ବିଧାୟକ ଅଜିତ ପାଓ୍ୱାରଙ୍କ ସମର୍ଥନରେ ସରକାର ଗଢ଼ିବା ପରେ ଏବେ ସମସ୍ତଙ୍କ ନଜର ବିଧାନସଭାର ଆସ୍ଥା ଭୋଟ ଉପରେ। ୩୦ ତାରିଖ ଭିତରେ ଏହି ଆସ୍ଥା ଭୋଟ ହେବାର ସମ୍ଭାବନା ରହିଛି। ଅଜିତଙ୍କ ସମର୍ଥନ ଏନସିପିର ସମର୍ଥନ ନୁହେଁ ବୋଲି ସୁପ୍ରିମୋ ଶରଦ ପାଓ୍ୱାର କହିସାରିଛନ୍ତି।

Related story