ଆଜିଠାରୁ ପ୍ରଧାନମନ୍ତ୍ରୀଙ୍କ ଦୁଇ ଦିନିଆ ୟୁଏଇ ଗସ୍ତ

ନୂଆଦିଲ୍ଲୀ: ଆଜିଠାରୁ ଦୁଇ ଦିନିଆ ୟୁଏଇ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମୋଦି ଆଜି ଆବୁଧାବିରେ ପହଞ୍ଚିବେ। ବିଶ୍ୱର ଦ୍ୱିତୀୟ ବୃହତ ଆରବ ଅର୍ଥନୀତିର ପ୍ରତିନିଧିତ୍ୱ କରୁଥିବା ୟୁଏଇ ସହିତ ବ୍ୟବସାୟିକ ସଂପର୍କକୁ ସୁଦୃଢ଼ କରିବା ଦିଗରେ ମୋଦି ଆଲୋଚନା କରିବେ। ଏଥିସହିତ ଶକ୍ତି କ୍ଷେତ୍ରରେ ସହଯୋଗ ବୃଦ୍ଧି ନେଇ ମଧ୍ୟ ଆଲୋଚନା ହେବ। ଗସ୍ତ ସମୟରେ ମୋଦି ଇସଲାମୀୟ ଐତିହ୍ୟ କୁହାଯାଉଥିବା ଶେଖ୍ ଯାମ୍ଭେଦ ମସଜିଦ୍ ଓ ହାଇଟେକ୍ ଏବଂ କାର୍ବନ ମୁକ୍ତ ମାସଦାର୍ […]

High

High

Rakesh Mallick
  • Published: Sunday, 16 August 2015
  • Updated: 16 August 2015, 01:44 AM IST

Sports

Latest News

ନୂଆଦିଲ୍ଲୀ: ଆଜିଠାରୁ ଦୁଇ ଦିନିଆ ୟୁଏଇ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମୋଦି ଆଜି ଆବୁଧାବିରେ ପହଞ୍ଚିବେ। ବିଶ୍ୱର ଦ୍ୱିତୀୟ ବୃହତ ଆରବ ଅର୍ଥନୀତିର ପ୍ରତିନିଧିତ୍ୱ କରୁଥିବା ୟୁଏଇ ସହିତ ବ୍ୟବସାୟିକ ସଂପର୍କକୁ ସୁଦୃଢ଼ କରିବା ଦିଗରେ ମୋଦି ଆଲୋଚନା କରିବେ। ଏଥିସହିତ ଶକ୍ତି କ୍ଷେତ୍ରରେ ସହଯୋଗ ବୃଦ୍ଧି ନେଇ ମଧ୍ୟ ଆଲୋଚନା ହେବ। ଗସ୍ତ ସମୟରେ ମୋଦି ଇସଲାମୀୟ ଐତିହ୍ୟ କୁହାଯାଉଥିବା ଶେଖ୍ ଯାମ୍ଭେଦ ମସଜିଦ୍ ଓ ହାଇଟେକ୍ ଏବଂ କାର୍ବନ ମୁକ୍ତ ମାସଦାର୍ ସହର ବୁଲି ଦେଖିବାର କାର୍ଯ୍ୟକ୍ରମ ରହିଛି। ଭାରତ ଓ ୟୁଏଇ ମଧ୍ୟରେ ଅର୍ଥନୀତି ଓ ବ୍ୟବସାୟ କ୍ଷେତ୍ରରେ ସହଯୋଗ ବୃଦ୍ଧି ନେଇ ମଧ୍ୟ କଥାବାର୍ତ୍ତା ହୋଇପାରେ। ଗସ୍ତ ବେଳେ ୟୁଏଇରେ ବସବାସ କରୁଥିବା ଭାରତୀୟଙ୍କୁ ମୋଦି ସମ୍ୱୋଧନ କରିବାର କାର୍ଯ୍ୟକ୍ରମ ରହିଛି। ୩୪ବର୍ଷ ପରେ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀ ୟୁଏଇ ଯିବା ପ୍ରଥମ। ପୂର୍ବରୁ ୧୯୮୧ ମସିହାରେ ଇନ୍ଦିରା ଗାନ୍ଧୀ ୟୁଏଇ ଯାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos