ମୋଦିଙ୍କ ବିଶ୍ୱସ୍ତ ପୂର୍ବତନ ବ୍ୟୁରୋକ୍ରାଟ ଏକେ ଶର୍ମା ବିଜେପିରେ ମିଶିଲେ

ଲକ୍ଷ୍ନୌ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସବୁଠାରୁ ବିଶ୍ୱସ୍ତ ପ୍ରଶାସନିକ ଅଧିକାରୀ ଭାବେ କାର୍ଯ୍ୟ କରୁଥିବା ଏକେ ଶର୍ମା ଏବେ ନିଜର ରାଜନୀତିକ ଇନିଂସ ଆରମ୍ଭ କରିଛନ୍ତି। ସେ ସୋମବାର ସ୍ୱେଚ୍ଛାକୃତ ଭାବେ ଏମଏସଏମଇ ସଚିବ ପଦରୁ ଅବସର ନେଇଥିଲେ। ଆଜି ସେ ଲକ୍ଷ୍ନୌ ଠାରେ ବିଜେପିରେ ବିଧିବଦ୍ଧ ଭାବେ ମିଶିଛନ୍ତି। ଏହି ମିଶ୍ରଣ ପର୍ବରେ ଉତ୍ତର ପ୍ରଦେଶ ବିଜେପି ମୁଖ୍ୟ ସ୍ୱତନ୍ତ୍ର ଦେବ ସିଂହଙ୍କ ସହ ବହୁ ବରିଷ୍ଠ ନେତା ଉପସ୍ଥିତ ରହିଥିଲେ। ୧୯୮୮ ବ୍ୟାଚର ଆଇଏଏସ […]

dra

Hemant Lenka
  • Published: Thursday, 14 January 2021
  • , Updated: 14 January 2021, 01:15 PM IST

ଲକ୍ଷ୍ନୌ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସବୁଠାରୁ ବିଶ୍ୱସ୍ତ ପ୍ରଶାସନିକ ଅଧିକାରୀ ଭାବେ କାର୍ଯ୍ୟ କରୁଥିବା ଏକେ ଶର୍ମା ଏବେ ନିଜର ରାଜନୀତିକ ଇନିଂସ ଆରମ୍ଭ କରିଛନ୍ତି। ସେ ସୋମବାର ସ୍ୱେଚ୍ଛାକୃତ ଭାବେ ଏମଏସଏମଇ ସଚିବ ପଦରୁ ଅବସର ନେଇଥିଲେ।

ଆଜି ସେ ଲକ୍ଷ୍ନୌ ଠାରେ ବିଜେପିରେ ବିଧିବଦ୍ଧ ଭାବେ ମିଶିଛନ୍ତି। ଏହି ମିଶ୍ରଣ ପର୍ବରେ ଉତ୍ତର ପ୍ରଦେଶ ବିଜେପି ମୁଖ୍ୟ ସ୍ୱତନ୍ତ୍ର ଦେବ ସିଂହଙ୍କ ସହ ବହୁ ବରିଷ୍ଠ ନେତା ଉପସ୍ଥିତ ରହିଥିଲେ।

୧୯୮୮ ବ୍ୟାଚର ଆଇଏଏସ ଅଫିସରଙ୍କ ଅବସର ସମ୍ପର୍କିତ ଫାଇଲ ସୋମବାର ଅନୁମୋଦନ ପାଇବା ପରେ ସେ ବିଜେପିରେ ମିଶିବେ ବୋଲି ଚର୍ଚ୍ଚା ହେଉଥିଲା। ଏହି ସତ ଶେଷରେ ସତ ପ୍ରମାଣିତ ହୋଇଛି। ସେ ଆଜି ବିଜେପିରେ ମିଶିଥିବାରୁ ଦଳ ତାଙ୍କୁ ବିଧାନ ପରିଷଦ ପ୍ରାର୍ଥୀ କରିବ। ସେ ଉତ୍ତର ପ୍ରଦେଶର ମଉ ଜିଲ୍ଲାର ମୂଳ ବାସିନ୍ଦା ଓ ଭୁମିହାର ସଂପ୍ରଦାୟରେ ତାଙ୍କର ବେଶ ଦବଦବା ରହିଛି। ଖାସ୍‌ ଏହି କାରଣରୁ ବିଜେପି ତାଙ୍କୁ ଦଳରେ ସାମିଲ କରିଛି।

ଉତ୍ତର ପ୍ରଦେଶରେ ଖାଲି ପଡ଼ିଥିବା ୧୨ଟି ବିଧାନ ପରିଷଦ ଆସନରୁ ୧୦ଟି ବିଜେପି ଜିତିବା ଏକ ପ୍ରକାରର ନିଶ୍ଚିତ। ବିଧାନ ପରିଷଦ ପାଇଁ ଜାନୁଆରୀ ୧୮ ଯାଏ ନାମାଙ୍କନ ଦାଖଲ କରାଯିବ। ଆଜି ଶ୍ରୀ ଶର୍ମା ବିଜେପିରେ ମିଶି ଥିବାରୁ ଖୁବଶୀଘ୍ର ସେ ନାମାଙ୍କନ ଦାଖଲ କରିବେ ବୋଲି ଜଣାପଡ଼ିଛି।

ଗୁଜରାଟ ମୁଖ୍ୟମନ୍ତ୍ରୀ ଥିବା ବେଳେ ମୋଦିଙ୍କ ସହ ଶ୍ରୀ ଶର୍ମା ୨୦୦୧ରେ ତାଙ୍କ ସଚିବ ଭାବେ କାମ କରୁଥିଲେ। ୨୦୧୪ରେ ମୋଦି ପ୍ରଧାନମନ୍ତ୍ରୀ ହେବା ପରେ ବି ଶର୍ମା ତାଙ୍କ ସହ କାମ କରିବା ଜାରି ରଖିଥିଲେ। ଏଥିପାଇଁ ତାଙ୍କୁ ପିଏମଓରେ ନିଯୁକ୍ତି ମିଳିଥିଲା। ୨୦୨୦ ମସିହା ଏପ୍ରିଲରେ ସେ ଏମଏସଏମଇ ସଚିବ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ।

Related story