ମୁମ୍ୱାଇ: ଆତଙ୍କବାଦୀ ଆକ୍ରମଣ ଧମକ ପରେ ମୁମ୍ୱାଇ ବିମାନ ବନ୍ଦରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରି ଦିଆଯାଇଛି। ସୋମବାର ରାତିରେ ଜଣେ ବ୍ୟକ୍ତି ଏହି ସୂଚନା ଦେଇଥିଲେ। ଇଣ୍ଟରନେଟ୍ କଲ୍ ମାଧ୍ୟମରେ ଏହି ବ୍ୟକ୍ତି ଜଣଙ୍କ ବିମାନ ବନ୍ଦର କଂଟ୍ରୋଲ୍ ରୁମକୁ ଏହି ସୂଚନା ଦେଇଥିଲେ। ଉକ୍ତ ବ୍ୟକ୍ତି ଜଣଙ୍କ ନିଜକୁ ବିଶେଷ କୁମାର ବଲି ପରିଚୟ ଦେଇଥିଲେ। ସେ କହିଥିଲେ ଯେ ଉତ୍ତର ମୁମ୍ୱାଇର ଅନ୍ଧେରୀ ଅଂଚଳରେ ଦଳେ ଲୋକ ବିମାନବନ୍ଦର ଉପରେ ଆକ୍ରମଣ କରିବା ନେଇ ଯୋଜନ କରୁଛନ୍ତି। ମଙ୍ଗଳବାର ସକାଳ ୯ଟାରୁ ୧୦ଟା ମଧ୍ୟରେ ମୁମ୍ୱାଇ ଡୋମେଷ୍ଟିକ୍ ଏୟାରପୋର୍ଟ, ଅନ୍ତର୍ଜାତୀୟ ଏୟାରପୋର୍ଟ ସମେତ ତାଜ୍ ହୋଟେଲ୍ ନିକଟରେ ୫ଟି ଗାଡ଼ି ବିସ୍ଫୋରଣ କରିବାକୁ ସେମାନେ ଯୋଜନା କରିଛନ୍ତି। ୨୬/୧୧ ଆକ୍ରମଣଠାରୁ ବି ଏହା ବଡ଼ ଆକ୍ରମଣ ହୋଇପାରେ ବୋଲି କଲ୍ କରିଥିବା ବ୍ୟକ୍ତି ଜଣଙ୍କ କହିଥିଲେ। ତେବେ ପୋଲିସ୍ କହିଛି ଯେ ମଜାକରେ କେହି ଏଭଳି କରିଥାଇପାରେ। ଫୋନ୍ କରିଥିବା ବ୍ୟକ୍ତିଙ୍କୁ ଠାବ କରିବାକୁ ଉଦ୍ୟମ କରାଯାଉଛି। ତଥାପି ବିମାନବନ୍ଦର ପରିସରରେ ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
କେବଳ ଲୋକସଭା ନିର୍ବାଚନ ପାଇଁ ଗଠନ ହୋଇଥିଲା 'ଇଣ୍ଡିଆ' ମେଣ୍ଟ: ଶରଦ ପାୱାର
ରାଜ୍ୟ ଓ ଆଞ୍ଚଳିକ ନିର୍ବାଚନରେ ଏକାଠି ଲଢ଼ିବାକୁ ଆଲୋଚନା ହୋଇନଥିଲା ବୋଲି କହିଲେ ଶରଦ ପାୱାର।
National
‘ପ୍ୟାରିସ୍ ଭଳି ଦିଲ୍ଲୀ’ କହି କେଜ୍ରିୱାଲଙ୍କୁ ରାହୁଲଙ୍କ କଟାକ୍ଷ, ଦେଖନ୍ତୁ ଭିଡିଓ
ଇଣ୍ଡି ବ୍ଲକ୍ ମଧ୍ୟରେ ସବୁ କିଛି ଠିକ୍ଠାକ୍ ଚାଲି ନଥିବା ବେଳେ ଉଭୟ ଆପ୍ ଓ କଂଗ୍ରେସ ସଦସ୍ୟଙ୍କ ମଧ୍ୟରେ କାନ୍ଦୁଆ ଫିଙ୍ଗାଫିଙ୍ଗି ବଢ଼ିଯାଇଛି। ଏମିତିକି ଅନ୍ୟ ଦଳ ସହିତ ଆଲୋଚନା କଲା ପରେ କଂଗ୍ରେସକୁ ଇଣ୍ଡି ବ୍ଳକ୍ରୁ ବାହାର କରି ଦେବାକୁ ଧମକ ଦେଇଛି ଆପ୍।
Crime
ଦିଲ୍ଲୀରେ ୪୦୦ ସ୍କୁଲକୁ ବୋମା ଧମକ ଦେଇଥିଲା ନାବାଳକ, ଆପ୍-ବିଜେପି ମୁହାଁମୁହିଁ
ଗତ ୮ତାରିଖରେ ମିଳିଥିବା ମେଲକୁ ଟ୍ରାକ୍ କରି ଜଣେ ଯୁକ୍ତ୨ ଛାତ୍ରକୁ ଧରିଛି ପୁଲିସ। ଛାତ୍ର ଓ ଏହାର ଅଭିଭାବକ ଏକ ଏନଜିଓ ସହ ଜଡ଼ିତ। ଏନଜିଓ ଏକ ରାଜନୈତିକ ଦଳ ସହ ଜଡ଼ିତ ବୋଲି କହିଛି ପୁଲିସ।
National
କୁମ୍ଭମେଳାରେ ଅସୁସ୍ଥ ହୋଇ ପଡ଼ିଲେ ଷ୍ଟିଭ୍ ଜବ୍ସଙ୍କ ପତ୍ନୀ
ପ୍ରଥମ ଥର ପାଇଁ କୁମ୍ଭମେଳାରେ ଭାଗ ନେବାକୁ ଆସିଥିବା ଲରେନ୍ ପାୱେଲ ପୂର୍ବରୁ କେବେ ଏପରି ଭିଡ଼ ଦେଖିନଥିଲେ। ରବିବାର ରାତିରୁ ସେ ପ୍ରୟାଗରାଜରେ ସ୍ୱାମୀ କୈଳାଶନନ୍ଦ ଗିରିଙ୍କ ଶିବିରରେ ରହୁଛନ୍ତି।
National
ମା' ବିକି ଦେଲା ବୁଲେଟ୍, ନିଜକୁ ଗୁଳି କରିଦେଲା ପୁଅ
ନବମ ଶ୍ରେଣୀ ଛାତ୍ର ଜଣକ ରାଗରେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।