ପ୍ରଧାନମନ୍ତ୍ରୀ ହେବାକୁ ଅଖିଲେଶଙ୍କ ଇଚ୍ଛାନାହିଁ, କିନ୍ତୁ...

ନୂଆଦିଲ୍ଲୀ: ସମାଜବାଦୀ ପାର୍ଟି ମୁଖ୍ୟ ଅଖିଲେଶ ଯାଦବଙ୍କୁ ଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ବିବେଚନା କରାଯାଉଥିଲା। ହେଲେ ସେ ସେହି ଦୌଡ଼ରେ ନାହାନ୍ତି ବୋଲି ନିଜେ କହିଛନ୍ତି। ସେ କହିଛନ୍ତି, “ପ୍ରଧାନମନ୍ତ୍ରୀ ହେବାକୁ ମୋର ଆଦୌ ଇଚ୍ଛା ନାହିଁ। କିନ୍ତୁ ଦେଶରେ ଜଣେ ନୂଆ ପ୍ରଧାନମନ୍ତ୍ରୀ ନିଯୁକ୍ତ କରିବା କ୍ଷେତ୍ରରେ ମୁଁ ଓ ଆମ ଦଳ ଭରପୂର ସହଯୋଗ କରିବୁ।” ଏକ ଜାତୀୟ ନ୍ୟୁଜ୍ ଏଜେନ୍ସିକୁ ସାକ୍ଷାତକାର ଦେଇ ଅଖିଲେଶ କହିଛନ୍ତି, “ ଶେଷ ପର୍ଯ୍ୟାୟରେ […]

s

Hemant Lenka
  • Published: Friday, 17 May 2019
  • , Updated: 17 May 2019, 03:39 PM IST

ନୂଆଦିଲ୍ଲୀ: ସମାଜବାଦୀ ପାର୍ଟି ମୁଖ୍ୟ ଅଖିଲେଶ ଯାଦବଙ୍କୁ ଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ବିବେଚନା କରାଯାଉଥିଲା। ହେଲେ ସେ ସେହି ଦୌଡ଼ରେ ନାହାନ୍ତି ବୋଲି ନିଜେ କହିଛନ୍ତି। ସେ କହିଛନ୍ତି, “ପ୍ରଧାନମନ୍ତ୍ରୀ ହେବାକୁ ମୋର ଆଦୌ ଇଚ୍ଛା ନାହିଁ। କିନ୍ତୁ ଦେଶରେ ଜଣେ ନୂଆ ପ୍ରଧାନମନ୍ତ୍ରୀ ନିଯୁକ୍ତ କରିବା କ୍ଷେତ୍ରରେ ମୁଁ ଓ ଆମ ଦଳ ଭରପୂର ସହଯୋଗ କରିବୁ।”

ଏକ ଜାତୀୟ ନ୍ୟୁଜ୍ ଏଜେନ୍ସିକୁ ସାକ୍ଷାତକାର ଦେଇ ଅଖିଲେଶ କହିଛନ୍ତି, “ ଶେଷ ପର୍ଯ୍ୟାୟରେ ଉତ୍ତର ପ୍ରଦେଶର ୮୦ ଲୋକସଭା ଆସନରୁ ଆଉ ମାତ୍ର ୧୩ଟି ଆସନ ପାଇଁ ଭୋଟ୍‌ ହେବ। ଏଥିର ଉତ୍ତର ପ୍ରଦେଶରେ ମହାମେଣ୍ଟ ୯୦% ଆସନରେ ବାଜିମାତ କରିବ।

ବୁଥ୍‌ ସ୍ତରରୁ ମିଳିଥିବା ତଥ୍ୟ ଆଧାରରେ ମୁଁ ଏକଥା କହୁଛି। ବିଜେପି ଉପରେ ଲୋକମାନେ କ୍ଷୁବ୍ଧ ଅଛନ୍ତି। ବିଜେପି ଏଠାରେ ଏକାଧିକ ଆସନରେ ହାରିବ। ଉତ୍ତର ପ୍ରଦେଶରେ ବିଜେପି କିଛି ବି କରିନାହିଁ। କିନ୍ତୁ ବେଙ୍ଗଲରେ ମମତା ବାନାର୍ଜୀ 'ମା’ ମାଟି ଓ ମାନୁଷ' ନାରା ଦେଇ ଅନେକ ଭଲ କାର୍ଯ୍ୟ କରିଛନ୍ତି।

ତୃତୀୟ ସାମ୍ମୁଖ୍ୟ ଗଠନ ଏକ ଭଲ ନିଷ୍ପତ୍ତି। ଏଥିପାଇଁ ପ୍ରକ୍ରିୟା ଜାରି ରହିଛି। ମେ’ ୨୩ ସୁଦ୍ଧା ଏ ସମ୍ପର୍କରେ ସ୍ପଷ୍ଟ ସୂଚନା ମିଳିବ। ମାୟାବତୀ, ଅଜିତ ସିଂହ ଓ ମୁଁ ମିଳିତ ଭାବେ ଏ ସମ୍ପର୍କରେ ନିଷ୍ପତ୍ତି ନେବୁ। ବର୍ତ୍ତମାନ ଦିଲ୍ଲୀରେ ନୂଆ ପ୍ରଧାନମନ୍ତ୍ରୀ ଦରକାର।

ଦେଶର ଯେକୌଣସି ରାଜ୍ୟରୁ ଯିଏ କେହି ବି ପ୍ରଧାନମନ୍ତ୍ରୀ ହୋଇପାରିବେ। କିନ୍ତୁ ଉତ୍ତର ପ୍ରଦେଶରୁ ଜଣେ ପ୍ରଧାନମନ୍ତ୍ରୀ ହେଲେ ମୁଁ ଖୁସି ହେବି। ଏ ସମ୍ପର୍କରେ ମୁଁ ନିର୍ବାଚନ ପୂର୍ବରୁ ଚନ୍ଦ୍ରବାବୁ ନାଇଡୁ, ଏମକେ ଷ୍ଟାଲିନ୍‌ ଓ କେସିଆରଙ୍କ ସହ କଥା ହୋଇସାରିଛି।

'ମୋତେ ନୂଆ ପ୍ରଧାନମନ୍ତ୍ରୀ ତିଆରି କରିବାର ଅଛି। ନିଜେ ପ୍ରଧାନମନ୍ତ୍ରୀ ହେବାର କୌଣସି ଲାଳସା ନାହିଁ। ମୁଁ ଏପରି କରି କିଙ୍ଗ ମେକର ହେବାକୁ ଚାହୁଁନାହିଁ। ବରଂ ସହଯୋଗୀ ହେବାକୁ ଚାହୁଁଛି।”

Related story