ଦିଲ୍ଲୀ, ମୁମ୍ବାଇ ଓ ଗୋଆରେ ଆକ୍ରମଣ ପାଇଁ ଆଇଏସ୍‌ ଓ ଆଲ-କାଏଦାର ମସୁଧା

ନୂଆଦିଲ୍ଲୀ: ଭାରତରେ ବଡ଼ଧରଣର ଆକ୍ରମଣ କରିବାକୁ କୁଖ୍ୟାତ ଆତଙ୍କବାଦୀ ସଂଗଠନ ଇସ୍‌ଲାମିକ ଷ୍ଟେଟ(ଆଇଏସ୍‌) ଓ ଆଲ-କାଏଦା ପକ୍ଷରୁ ଯୋଜନା କରାଯାଉଛି। ବିଶେଷ କରି ଦିଲ୍ଲୀ, ମୁମ୍ବାଇ ଓ ଗୋଆରେ ସାଧାରଣ ଲୋକଙ୍କ ଉପରେ ଆକ୍ରମଣ କରିବାକୁ ଆତଙ୍କୀମାନେ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି। ଏହି ୩ ସହରରେ ଥିବା ଜନଗହଳିପୂର୍ଣ୍ଣ ଅଞ୍ଚଳ ଓ ଇହୁଦି ପ୍ରତିଷ୍ଠାନ ଉପରେ ଆକ୍ରମଣ କରିବାକୁ ଦୁଇ ଆତଙ୍କୀ ସଂଗଠନ ସୁଯୋଗ ଅପେକ୍ଷାରେ ଥିବା ଗୁଇନ୍ଦା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଗୁଇନ୍ଦା […]

terr

terr

Hemant Lenka
  • Published: Monday, 25 March 2019
  • Updated: 25 March 2019, 04:17 PM IST

Sports

Latest News

ନୂଆଦିଲ୍ଲୀ: ଭାରତରେ ବଡ଼ଧରଣର ଆକ୍ରମଣ କରିବାକୁ କୁଖ୍ୟାତ ଆତଙ୍କବାଦୀ ସଂଗଠନ ଇସ୍‌ଲାମିକ ଷ୍ଟେଟ(ଆଇଏସ୍‌) ଓ ଆଲ-କାଏଦା ପକ୍ଷରୁ ଯୋଜନା କରାଯାଉଛି। ବିଶେଷ କରି ଦିଲ୍ଲୀ, ମୁମ୍ବାଇ ଓ ଗୋଆରେ ସାଧାରଣ ଲୋକଙ୍କ ଉପରେ ଆକ୍ରମଣ କରିବାକୁ ଆତଙ୍କୀମାନେ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି।

ଏହି ୩ ସହରରେ ଥିବା ଜନଗହଳିପୂର୍ଣ୍ଣ ଅଞ୍ଚଳ ଓ ଇହୁଦି ପ୍ରତିଷ୍ଠାନ ଉପରେ ଆକ୍ରମଣ କରିବାକୁ ଦୁଇ ଆତଙ୍କୀ ସଂଗଠନ ସୁଯୋଗ ଅପେକ୍ଷାରେ ଥିବା ଗୁଇନ୍ଦା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଗୁଇନ୍ଦା ବିଭାଗର ଏହି ସତର୍କ ସୂଚନା ପରେ ସମସ୍ତ ୩ ସହରର ପୁଲିସ୍‌କୁ ଆଲର୍ଟ ରହିବାକୁ କୁହାଯାଇଛି।

ଗୁଇନ୍ଦା ରିପୋର୍ଟ ଅନୁଯାୟୀ, ନ୍ୟୁଜିଲ୍ୟାଣ୍ଡରେ ମସଜିଦ ଉପରେ ହୋଇଥିବା ଆକ୍ରମଣର ପ୍ରତିଶୋଧ ନେବାକୁ ଆଇଏସ୍‌ ଓ ଅଲ-କାଏଦା ଶପଥ ନେଇଛନ୍ତି। ଏଥିପାଇଁ ସେମାନେ ଇହୁଦି ସଂପ୍ରଦାୟର ଲୋକଙ୍କୁ ବିଶ୍ୱର ବିଭିନ୍ନ ସ୍ଥାନରେ ଆକ୍ରମଣ କରିବାକୁ ଚାହୁଁଛନ୍ତି।

ଆତଙ୍କବାଦୀମାନେ ଆକ୍ରମଣ ପାଇଁ ଗାଡ଼ି କିମ୍ବା ଛୁରୀର ବ୍ୟବହାର କରିବାକୁ ଯୋଜନା କରିଛନ୍ତି। ଲୋନ୍‌ ଉଲଫ୍‌ ଆକ୍ରମଣ ବା ଏକାକୀ ଆକ୍ରମଣ ପାଇଁ ଆତଙ୍କବାଦୀଙ୍କୁ ସ୍ୱତନ୍ତ୍ର ଭାବେ ତାଲିମ ଦିଆଯାଉଛି। ତେଣୁ ସୁରକ୍ଷାକର୍ମୀମାନେ ସଜାଗ ରହିବାକୁ ଗୁଇନ୍ଦା ପକ୍ଷରୁ କୁହାଯାଇଛି। ବିଶେଷ କରି ଇସ୍ରାଏଲ ଦୂତାବାସ, ମୁମ୍ବାଇରେ ଥିବା କନସଲେଟ ଜେନେରାଲ ସହ ସିନାଗଗ ଓ ଚାବାଡା ହାଉସ୍‌ ନିକଟରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯିବାକୁ କୁହାଯାଇଛି।

ନ୍ୟୁଜିଲ୍ୟାଣ୍ଡର କ୍ରାଏଷ୍ଟଚର୍ଚ୍ଚରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଆଇଏସ୍‌ ପକ୍ଷରୁ ଏକ ବୈଠକ ବସିଥିଲା। ଏହି ବୈଠକରେ ସଂଗଠନର ସଦସ୍ୟମାନଙ୍କୁ ମସଜିଦ୍‌ ଆକ୍ରମଣର ପ୍ରତିଶୋଧ ପାଇଁ ପ୍ରସ୍ତୁତ ରହିବାକୁ କୁହାଯାଇଥିଲା। ଜଣେ ଅଷ୍ଟ୍ରେଲୀୟ ନାଗରିକ ମୁସଲିମ୍‌ ସଂପ୍ରଦାୟର ଲୋକଙ୍କୁ ହତ୍ୟା କରିଥିବାରୁ ଏହାର ବଦଲା ଇହୁଦିଙ୍କ ଉପରେ ନିଆଯିବ ବୋଲି କୁହାଯାଇଥିଲା।

ଗୁଇନ୍ଦା ବିଭାଗ ହାତରେ ଆଇଏସ୍‌ ମୁଖପାତ୍ର ଅବୁ ହାସନ ଅଲ ମୁହାଜିର ଏକ ଅଡିଓ ଟେପ୍‌ ଲାଗିଛି। ଏଥିସହ କିଛି ଅନ୍‌ଲାଇନ୍‌ ବାର୍ତ୍ତାଳାପକୁ ମଧ୍ୟ ଗୁଇନ୍ଦା ବିଭାଗର ବିଭିନ୍ନ ସଂସ୍ଥା ଟ୍ରାକ୍‌ କରିବାରେ ସଫଳ ହୋଇଛନ୍ତି। ଏହି ଅଡିଓ କ୍ଲିପ୍‌ରେ ମୁହାଜିର ଆଇଏସ୍‌ ସଦ୍ୟମାନଙ୍କୁ ମସଜିଦ୍‌ ନରସଂହାରର ପ୍ରତିଶୋଧ ନେବାକୁ କହୁଥିବା ଶୁଣିବାକୁ ମିଳିଛି।

ସେହିପରି ଅଲକାଏଦା ପକ୍ଷରୁ ମଧ୍ୟ ଗୋଆ ଓ ମୁମ୍ବାଇରେ ଥିବା ଇହୁଦି ସଂସ୍ଥା ଉପରେ ଆକ୍ରମଣ କରିବାକୁ ଯୋଜନା ଚାଲିଥିବା ମାର୍ଚ୍ଚ ୨୩ ତାରିଖରେ ଗୁଇନ୍ଦା ବିଭାଗ ଜାଣିବାକୁ ପାଇଛି।

ଏହି ଦୁଇ ସଂଗଠନର ଆକ୍ରମଣ ଯୋଜନାର ତଥ୍ୟ ମିଳିବା ପରେ ସମସ୍ତ ଧର୍ମାନୁଷ୍ଠାନ ଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିବା ଦିଲ୍ଲୀ ପୁଲିସ୍‌ ପକ୍ଷରୁ କୁହାଯାଇଛି।

୨୦୧୨ରେ ଆତଙ୍କବାଦୀମାନେ ଇସ୍ରାଏଲ ଦୂତାବାସର କର୍ମଚାରୀଙ୍କୁ ଟାର୍ଗେଟ କରି କାର ବୋମା ବିସ୍ଫୋରଣ କରିଥିଲେ। ଜଣେ ଆତଙ୍କବାଦୀ ଇସ୍ରାଏଲ ରାଷ୍ଟ୍ରଦୂତଙ୍କ ପତ୍ନୀଙ୍କ କାରକୁ ଟାର୍ଗେଟ କରି ମଧ୍ୟ ବିସ୍ଫୋରଣ କରିଥିଲେ। ତେଣୁ ଏବେ ଗୁଇନ୍ଦା ସଂସ୍ଥାର ସୂଚନାକୁ ଗମ୍ଭୀରତାର ସହ ନିଆଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story