କାର ଚଲାଉଛି ଅନ୍ୟ ଗ୍ରହର ଜୀବ, ସୋସିଆଲ ମିଡିଆରେ ଆସିଲା ଫଟୋ

ନୂଆଦିଲ୍ଲୀ: ଏଲିୟନ ଏମିତି ଏକ ଶଦ୍ଦ ଯାହାକୁ ଶୁଣିଲେ ସମସ୍ତଙ୍କ ମନରେ ଶିହରଣ ଖେଳିଯାଇଥାଏ। ଏଲିୟନ ଦେଖିବାକୁ କେମିତି, ସେମାନଙ୍କ ଚାଲିଚଳନ, ଖାଦ୍ୟପେୟ ବିଷୟରେ ଜାଣିବାକୁ ଛୋଟ ଠାରୁ ବଡ଼ ସମସ୍ତେ ଆଗ୍ରହୀ। ହେଲେ କ’ଣ ପ୍ରକୃତରେ ଏଲିୟନ ଅଛନ୍ତି, ନା ଏହା ଏକ କଳ୍ପନା ମାତ୍ର। ଏଲିୟନକୁ ନେଇ ହଲିଉଡଠାରୁ ଆରମ୍ଭ କରି ବଲିଉଡରେ ବହୁ ଫିଲ୍ମ ନିର୍ମାଣ ହୋଇଛି। ବହୁ ସମୟରେ ବହୁତ ଲୋକ ଏଲିୟନ ଦେଖିଥିବା ଦାବି କରିଆସିଛନ୍ତି। ଏପରି ଏକ ଘଟଣା […]

alian

Rakesh Mallick
  • Published: Wednesday, 28 June 2017
  • , Updated: 28 June 2017, 09:26 AM IST

ନୂଆଦିଲ୍ଲୀ: ଏଲିୟନ ଏମିତି ଏକ ଶଦ୍ଦ ଯାହାକୁ ଶୁଣିଲେ ସମସ୍ତଙ୍କ ମନରେ ଶିହରଣ ଖେଳିଯାଇଥାଏ। ଏଲିୟନ ଦେଖିବାକୁ କେମିତି, ସେମାନଙ୍କ ଚାଲିଚଳନ, ଖାଦ୍ୟପେୟ ବିଷୟରେ ଜାଣିବାକୁ ଛୋଟ ଠାରୁ ବଡ଼ ସମସ୍ତେ ଆଗ୍ରହୀ। ହେଲେ କ’ଣ ପ୍ରକୃତରେ ଏଲିୟନ ଅଛନ୍ତି, ନା ଏହା ଏକ କଳ୍ପନା ମାତ୍ର। ଏଲିୟନକୁ ନେଇ ହଲିଉଡଠାରୁ ଆରମ୍ଭ କରି ବଲିଉଡରେ ବହୁ ଫିଲ୍ମ ନିର୍ମାଣ ହୋଇଛି। ବହୁ ସମୟରେ ବହୁତ ଲୋକ ଏଲିୟନ ଦେଖିଥିବା ଦାବି କରିଆସିଛନ୍ତି। ଏପରି ଏକ ଘଟଣା ଘଟିଛି ଜର୍ଜିୟାରେ। ଏଠାରେ ଏକ ଏଲିୟନକୁ ଦେଖିବାକୁ ମିଳିଛି। ଯାହାର ଫଟୋ ସୋସିଆଲ ମିଡିଆରେ ଆସିବା ପରେ ଭାଇରାଲ ହେବାରେ ଲାଗିଛି।

ଜର୍ଜିୟାର ଜଣେ ଟ୍ରାଫିକ୍ ପୋଲିସ ଡ୍ୟୁଟି କରୁଥିବା ବେଳେ ଦ୍ରୁତ ଗତିରେ ଆସୁଥିବା ଏକ ବାଇକ୍‌କୁ ଅଟକାଇ ଥିଲେ। ଏହି ସମୟରେ ତାଙ୍କ ନଜର ଏକ କାର ଉପରେ ପଡିଥିଲା। ତେବେ କାରର ସିଟ୍‌ରେ ବସିଥିବା ଚାଳକଙ୍କୁ ଦେଖି ତାଙ୍କ ହୋସ୍‌ ଉଡିଯାଇଥିଲା। କାରଣ କାରର ଡ୍ରାଇଭିଂ ସିଟ୍‌ରେ କୌଣସି ଲୋକ ବସି ନ ଥିଲେ, ବରଂ ଏକ ଏଲିୟନ ବସିଥିଲା। ଯାହାର ଫଟୋ ଟ୍ରାଫିକ୍‌ ପୋଲିସର ସମ୍ପୃକ୍ତ କର୍ମଚାରୀ ଉଠାଇ ନେଇ ସୋସିଆଲ ମିଡିଆରେ ସେୟାର କରିଛନ୍ତି।

ଫଟୋରେ ଥିବା ଏଲିୟନଟି ସିଟ୍‌ବେଲ୍ଟ ପିନ୍ଧିଛି। ସେ ଖୁସି ଥିବା ପରି ମଧ୍ୟ ଜଣାପଡୁଛି।

ତେବେ ଏହା ଏଲିୟନ ନା ଆଉ କିଛି ତାହା ସ୍ପଷ୍ଟ ହୋଇନାହିଁ। କାର ଭିତରେ କେହି ଖେଳନା କଣ୍ଢେଇ ରଖି ଦେଇଥିବା କିଛି ଲୋକ କହୁଛନ୍ତି।

Related story