‘୨୦୨୪ ନିର୍ବାଚନ ପୂର୍ବରୁ ବିଦାହେବେ ସବୁ ଅନୁପ୍ରବେଶକାରୀ’

ରାଞ୍ଚି: ଆସନ୍ତା ସାଧାରଣ ନିର୍ବାଚନ ପୂର୍ବରୁ ସମସ୍ତ ଅନୁପ୍ରବେଶକାରୀଙ୍କୁ ଦେଶରୁ ତଡ଼ିଦିଆଯିବ ବୋଲି କହିଛନ୍ତି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ।ଝାରଖଣ୍ଡର ଏକ ନିର୍ବାଚନୀ ପ୍ରଚାରରେ ଶ୍ରୀ ଶାହ କହିଛନ୍ତି, ଆଗାମୀ ନିର୍ବାଚନ ପୂର୍ବରୁ ପ୍ରତି ଅନୁପ୍ରବେଶକାରୀଙ୍କୁ ବିଦା କରିଦିଆଯିବ। ବାହାରଗୋରାର ଚକ୍ରଧରପୁରଠାରେ ସେ ସୋମବାର ଝାରଖଣ୍ଡରେ ପ୍ରଚାର କରିଥିବା ରାହୁଲ ଗାନ୍ଧିଙ୍କୁ ମଧ୍ୟ ଟାର୍ଗେଟ୍ କରିଛନ୍ତି। ସେ କହିଛନ୍ତି, “ରାହୁଲ ବାବା କହୁଛନ୍ତି ସେମାନଙ୍କୁ ତଡ଼ନାହିଁ। ସେମାନେ ଏବେ କୁଆଡ଼େ ଯିବେ, କ’ଣ ଖାଇବେ? ମୁଁ ପଚାରିବାକୁ […]

shah

shah

Subrat Kumar Nayak
  • Published: Tuesday, 03 December 2019
  • Updated: 03 December 2019, 02:47 PM IST

Sports

Latest News

ରାଞ୍ଚି: ଆସନ୍ତା ସାଧାରଣ ନିର୍ବାଚନ ପୂର୍ବରୁ ସମସ୍ତ ଅନୁପ୍ରବେଶକାରୀଙ୍କୁ ଦେଶରୁ ତଡ଼ିଦିଆଯିବ ବୋଲି କହିଛନ୍ତି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ।ଝାରଖଣ୍ଡର ଏକ ନିର୍ବାଚନୀ ପ୍ରଚାରରେ ଶ୍ରୀ ଶାହ କହିଛନ୍ତି, ଆଗାମୀ ନିର୍ବାଚନ ପୂର୍ବରୁ ପ୍ରତି ଅନୁପ୍ରବେଶକାରୀଙ୍କୁ ବିଦା କରିଦିଆଯିବ।

ବାହାରଗୋରାର ଚକ୍ରଧରପୁରଠାରେ ସେ ସୋମବାର ଝାରଖଣ୍ଡରେ ପ୍ରଚାର କରିଥିବା ରାହୁଲ ଗାନ୍ଧିଙ୍କୁ ମଧ୍ୟ ଟାର୍ଗେଟ୍ କରିଛନ୍ତି। ସେ କହିଛନ୍ତି, “ରାହୁଲ ବାବା କହୁଛନ୍ତି ସେମାନଙ୍କୁ ତଡ଼ନାହିଁ। ସେମାନେ ଏବେ କୁଆଡ଼େ ଯିବେ, କ’ଣ ଖାଇବେ? ମୁଁ ପଚାରିବାକୁ ଚାହେଁ ଅନୁପ୍ରବେଶକାରୀ କ’ଣ ତୁମ ସମ୍ପର୍କୀୟ? ରାହୁଲ ବାବା ଯାହା ବି ଚାହୁଁଛନ୍ତି କୁହନ୍ତୁ, ମୁଁ କିନ୍ତୁ ନିଶ୍ଚିତ କରିଦେବାକୁ ଚାହେଁ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ବିଜେପି ସରକାର ସାରା ଦେଶରେ ଏନ୍ଆରସି ଲାଗୁ କରିବ। ଆପଣମାନେ ଆଗାମୀ ଥର ଭୋଟ୍ ଦେବାକୁ ଯିବା ଆଗରୁ ସବୁ ଅନୁପ୍ରବେଶକାରୀଙ୍କୂ ତଡ଼ି ଦିଆଯିବ।”

ଶାହ ଏହି ପ୍ରଚାରରେ ଆହୁରି ମଧ୍ୟ କହିଛନ୍ତି ଜେଏମ୍‌ଏମ୍‌ ଏବଂ କଂଗ୍ରେସ କେବଳ କ୍ଷମତା ପାଇଁ ମେଣ୍ଟ କରିଛନ୍ତି। ସେ ଆହୁରି ମଧ୍ୟ ନିଜ ସରକାର ସମର୍ଥନରେ କହିଛନ୍ତି, “ଆତଙ୍କବାଦ ଓ ନକ୍ସଲବାଦ ଉଚ୍ଛେଦ, ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ମଧ୍ୟ ଝାରଖଣ୍ଡ ପାଇଁ ସ୍ଥାନୀୟ ପ୍ରସଙ୍ଗ ପରି ଗୁରୁତ୍ୱପୂର୍ଣ୍ଣ। ଝାରଖଣ୍ଡର ଅନେକ ଯବାନ ବର୍ତ୍ତମାନ ସୀମା ସୁରକ୍ଷାରେ ନିୟୋଜିତ ଅଛନ୍ତି। ୟୁପିଏ ସରକାରରେ ଆତଙ୍କବାଦୀ ଭାରତ ଆସି ବିସ୍ଫୋରଣ କରିବା ସହଜ ଥିଲା, ଆମ ଯବାନ ସହିଦ ହେଉଥିଲେ। ବିଜେପି ସରକାର ଆସିବା ପରେ ଆମେ ଉରି ଏବଂ ପୁଲ୍‌ୱାମା ଅଘଟଣର ପ୍ରତିଶୋଧ ନେଇଛୁ ଏବଂ ପାକିସ୍ତାନରେ ଆତଙ୍କବାଦୀ କ୍ୟାମ୍ପ ଧ୍ୱଂସ କରିଛୁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos