ଉତ୍ତରପ୍ରଦେଶ ନିର୍ବାଚନ ଉପରେ ବିଜେପିର ନଜର: ଆଲାହାବାଦରେ ଦଳର ଜାତୀୟ କାର୍ଯ୍ୟକାରିଣୀ ବୈଠକ

ଆଲାହାବାଦ: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନକୁ ଆଖି ଆଗରେ ରଖି ବିଜେପିର ଜାତୀୟ କାର୍ଯ୍ୟକାରିଣୀର ଦୁଇ ଦିନିଆ ବୈଠକ ଆସନ୍ତାକାଲି ଆଲାହାବାଦରେ ଆରମ୍ଭ ହେଉଛି। ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ପାର୍ଟି ଅଧ୍ୟକ୍ଷ ଅମିତ ସାହା ଯୋଗଦେବେ। କେନ୍ଦ୍ରୀୟ ମନ୍ତ୍ରୀମଣ୍ଡଳର ବରିଷ୍ଠ ସଦସ୍ୟ, ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଦଳର ସାଂସଦମାନେ ଏହି ବୈଠକରେ ଭାଗ ନେବେ। ବିଧାନସଭା ନିର୍ବାଚନ ପାଇଁ ଆଉ ବର୍ଷେରୁ କମ ସମୟ ଥିବାରୁ ବୈଠକରେ ନିର୍ବାଚନୀ ଇସ୍ତାହାର ପ୍ରସ୍ତୁତ କରାଯିବ। […]

bjp

bjp

Rakesh Mallick
  • Published: Saturday, 11 June 2016
  • Updated: 11 June 2016, 10:37 PM IST

Sports

Latest News

ଆଲାହାବାଦ: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନକୁ ଆଖି ଆଗରେ ରଖି ବିଜେପିର ଜାତୀୟ କାର୍ଯ୍ୟକାରିଣୀର ଦୁଇ ଦିନିଆ ବୈଠକ ଆସନ୍ତାକାଲି ଆଲାହାବାଦରେ ଆରମ୍ଭ ହେଉଛି। ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ପାର୍ଟି ଅଧ୍ୟକ୍ଷ ଅମିତ ସାହା ଯୋଗଦେବେ।

କେନ୍ଦ୍ରୀୟ ମନ୍ତ୍ରୀମଣ୍ଡଳର ବରିଷ୍ଠ ସଦସ୍ୟ, ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଦଳର ସାଂସଦମାନେ ଏହି ବୈଠକରେ ଭାଗ ନେବେ। ବିଧାନସଭା ନିର୍ବାଚନ ପାଇଁ ଆଉ ବର୍ଷେରୁ କମ ସମୟ ଥିବାରୁ ବୈଠକରେ ନିର୍ବାଚନୀ ଇସ୍ତାହାର ପ୍ରସ୍ତୁତ କରାଯିବ।

ବିଜେପି ରାଷ୍ଟ୍ରୀୟ ସମ୍ପାଦକ ସିଦ୍ଧାର୍ଥ ନାଥ ସିଂ କହିଛନ୍ତି, “ଗତମାସରେ ସାହାରାନପୁରଠାରେ ନରେନ୍ଦ୍ର ମୋଦିଙ୍କ ଏକ ରାଲିରେ ଯୋଗ ଦେଇଥିଲେ। ମୋଦିଙ୍କ ଏହି ରାଲି ନ ହୋଇଥିଲେ ମୁଁ କହିଥାନ୍ତି ଏହି ବୈଠକରେ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନର ବିଗୁଲ ବାଜିବ।”

ଗୁରୁବାରଠାରୁ ସହରରେ ଡେରା ପକାଇଥିବା ସିଂ କହିଛନ୍ତି, “ଆଲାହାବାଦ ରାଜ୍ୟ ରାଜନୀତିର କେନ୍ଦ୍ରବିନ୍ଦୁ। ଏଠାରୁ ଜବାହାରଲାଲ ନେହେରୁଙ୍କଠାରୁ ଆରମ୍ଭ କରି ଭିପି ସିଂଙ୍କ ପରି ଅନେକ ନେତା ତାଙ୍କ ରାଜନୈତିକ ଶିକ୍ଷାଲାଭ କରିଛନ୍ତି। ଏଠାରେ ଆୟୋଜିତ ଏହି ପାର୍ଟି ବୈଠକ ନିଶ୍ଚିତ ରୂପେ ଉତ୍ତରପ୍ରଦେଶର ରାଜନୀତିରେ ପରିବର୍ତ୍ତନ ଆଣିବାରେ ଆମକୁ ଏକ ନିର୍ଣ୍ଣାୟକ ମୋଡ଼ ଦେବ।”

ଦଳର ଉପସଭାପତି ଓ ରାଜ୍ୟ ପ୍ରଭାରୀ ଓମ୍‌ ମାଥୁର କହିଛନ୍ତି, “କାର୍ଯ୍ୟକାରିଣୀରେ ବହୁ ବିଷୟ ଆଲୋଚନା ହେବ। କିନ୍ତୁ ସ୍ୱାଭାବିକ ଭାବେ ଆଗାମୀ ବର୍ଷ ଉତ୍ତରପ୍ରଦେଶରେ ହେବାକୁ ଥିବା ବିଧାନସଭା ନିର୍ବାଚନ ଏଥିରେ ମୁଖ୍ୟ ପ୍ରସଙ୍ଗ ରହିବ।”

ତିନି ଦଶକ ତଳେ ଦଳ ପ୍ରତିଷ୍ଠା ହେବା ପରଠାରୁ ପ୍ରଥମଥର ପାଇଁ ଏଠାରେ ଜାତୀୟ କାର୍ଯ୍ୟକାରିଣୀ ବୈଠକ ହେଉଥିବାରୁ ଦଳର କର୍ମକର୍ତ୍ତାମାନେ ବେଶ ଉତ୍ସାହିତ ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story