କୋଭିଡ-୧୯ ଏବଂ SARS ଭାଇରସରେ ରହିଛି ସମାନତା!

ନୂଆଦିଲ୍ଲୀ: କୋଭିଡ-୧୯ ଏବଂ ଏସଏଆରଏସ (SARS) ଭାଇରସ ପାଖାପାଖି ସମାନ। ଏହି ଦୁଇ ଭାଇରସ ମଧ୍ୟରେ ଏକ ସମାନ ଧରଣର ପ୍ରୋଟିନ୍ ରହିଛି। ଗବେଷକମାନେ ଏଭଳି ଦାବି କରି ନିଜ ଯୁକ୍ତି ରଖିଛନ୍ତି। ତେଣୁ କ୍ଲିନିକାଲ ଟେଷ୍ଟିଂ ବେଳେ ଏହି ସାମଞ୍ଜସ୍ୟତା ସହଯୋଗ କରିପାରେ। କରୋନାରେ ଆକ୍ରାନ୍ତ ହେଉଥିବା ବ୍ୟକ୍ତି ଶ୍ୱାସକ୍ରିୟାରେ ଅସୁବିଧା ଅନୁଭବ କରିଥାନ୍ତି ତେଣୁ ଏହି ସାମଞ୍ଜସ୍ୟତା ଟିକା ବାହାର କରିବାରେ ସହଯୋଗ କରିପାରେ। ଫ୍ରୋଣ୍ଟିୟର୍ସ ଇନ୍ ସେଲୁଲାର ଏବଂ ଇନଫେକସନ ମାଇକ୍ରୋବାଇଲୋଜି ଜର୍ଣ୍ଣାଲରେ […]

corona-11

corona-11

Subhransu Sekhar
  • Published: Monday, 27 July 2020
  • Updated: 27 July 2020, 10:06 PM IST

Sports

Latest News

ନୂଆଦିଲ୍ଲୀ: କୋଭିଡ-୧୯ ଏବଂ ଏସଏଆରଏସ (SARS) ଭାଇରସ ପାଖାପାଖି ସମାନ। ଏହି ଦୁଇ ଭାଇରସ ମଧ୍ୟରେ ଏକ ସମାନ ଧରଣର ପ୍ରୋଟିନ୍ ରହିଛି। ଗବେଷକମାନେ ଏଭଳି ଦାବି କରି ନିଜ ଯୁକ୍ତି ରଖିଛନ୍ତି। ତେଣୁ କ୍ଲିନିକାଲ ଟେଷ୍ଟିଂ ବେଳେ ଏହି ସାମଞ୍ଜସ୍ୟତା ସହଯୋଗ କରିପାରେ। କରୋନାରେ ଆକ୍ରାନ୍ତ ହେଉଥିବା ବ୍ୟକ୍ତି ଶ୍ୱାସକ୍ରିୟାରେ ଅସୁବିଧା ଅନୁଭବ କରିଥାନ୍ତି ତେଣୁ ଏହି ସାମଞ୍ଜସ୍ୟତା ଟିକା ବାହାର କରିବାରେ ସହଯୋଗ କରିପାରେ। ଫ୍ରୋଣ୍ଟିୟର୍ସ ଇନ୍ ସେଲୁଲାର ଏବଂ ଇନଫେକସନ ମାଇକ୍ରୋବାଇଲୋଜି ଜର୍ଣ୍ଣାଲରେ ଗବେଷକମାନେ ଏହି ଦାବି ଉପସ୍ଥାପନ କରିଛନ୍ତି।

SARS-CoV-2ରୁ କରୋନା ବ୍ୟାପୁଛି ବୋଲି କୁହାଯାଉଛି। ଏଥିପାଇଁ ଗବେଷକମାନେ ଗବେଷଣା ପାଇଁ ୪ ଜଣଙ୍କୁ ଚିହ୍ନଟ କରିଥିଲେ। ଯେଉଁଥିରୁ ଦୁଇ ଜଣ ଚୀନର ଥିଲେ ଆଉ ଦୁଇ ଜଣ ଆମେରିକାର। ଗବେଷଣାରୁ ସାଉଦି ଆରବର ଗବେଷକ ଇନଟିଖାବ ଆଲାମ ଜାଣିବାକୁ ପାଇଥିଲେ ଯେ  SARS-CoV-2ରେ ଏନଭଲୋପ ପ୍ରୋଟିନ୍ ଇ, ରହିଛି। ଯାହାକି SARS ଭାଇରସରେ ମଧ୍ୟ ରହିଛି। SARS ଭାଇରସରୁ SARS-CoV-2 ଆସିଛି। ଏହି ପ୍ରୋଟିନ୍ ଇ ଫୁସଫୁସକୁ ସଂକ୍ରମିତ କରିଥାଏ। ଏହାପରେ ମଣିଷ ଶ୍ୱାସକ୍ରିୟାରେ ଅସୁବିଧା ଅନୁଭବ କରିଥାଏ। ଗବେଷକମାନେ କହିଛନ୍ତି, ଯେତେବେଳେ SARS ଭାଇରସକୁ ନେଇ ଗବେଷଣା ହେଉଥିଲା ସେତେବେଳେ ଏଫଡିଏ ଅନୁମୋଦିତ କିଛି ଔଷଧକୁ ମୂଷାଙ୍କ ଉପରେ ପ୍ରୟୋଗ ହୋଇଥିଲା। ଯାହାର ପରିଣାମ କରୋନାରେ ଆକ୍ରାନ୍ତ ହେବା ପରେ ଦେଖାଦେଉଥିବା ଲକ୍ଷଣ ପରି ରହିଥିଲା। ଉଦାହରଣ ଶ୍ୱାସକ୍ରିୟାରେ ଅସୁବିଧା ହେବା।

ତେଣୁ ଗବେଷକମାନେ କହିଛନ୍ତି SARS ପାଇଁ ବ୍ୟବହାର ହେଉଥିବା ଔଷଧକୁ କରୋନା ଆକ୍ରାନ୍ତଙ୍କୁ ଦେବା ଦରକାର। ଏହାଦ୍ୱାରା ହୁଏତ କରୋନା ସଂକ୍ରମଣ କମିବନି ହେଲେ ଜଣେ ଶ୍ୱାସକ୍ରିୟାରେ ଯେଉଁ ପରିମାଣରେ ଅସୁବିଧା ଅନୁଭବ କରୁଥିବ ସେଥିରୁ ଆଶ୍ୱସ୍ତି ପାଇପାରିବ। ଏମିତିକି କିଛି ବ୍ୟକ୍ତିଙ୍କର ପ୍ରାଣ ବଞ୍ଚିପାରିବ ବୋଲି ଗବେଷକମାନେ ଦାବି କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos