କେନ୍ଦ୍ର ସରକାରଙ୍କୁ ଝଟ୍‌କା, ଦାୟିତ୍ୱକୁ ଫେରିଲେ ଆଲୋକ ବର୍ମା

ନୂଆଦିଲ୍ଲୀ: ସିବିଆଇର ଦୁଇ ଶୀର୍ଷ ଅଧିକାରୀଙ୍କ ମଧ୍ୟରେ ଚାଲିଥିବା ବିବାଦରେ ଆସିଛି ନୂଆ ମୋଡ଼। ରାତିଅଧିଆ ଛୁଟିରେ ଯିବାକୁ ବାଧ୍ୟ ହୋଇଥିବା ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମା ପୁଣିଥରେ ଦାୟିତ୍ୱକୁ ଫେରିପାରିଛନ୍ତି। କେନ୍ଦ୍ର ସରକାରଙ୍କୁ ଝଟ୍‌କା କୁହାଯାଉଥିବା ଏଭଳି ଏକ ରାୟ ଦେଇ ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମାଙ୍କୁ ଛୁଟିରେ ପଠାଇ ଅନ୍ତରୀଣ ନିର୍ଦ୍ଦେଶକ ନିଯୁକ୍ତି ଦେବାନେଇ ଦିଆଯାଇଥିବା ନିର୍ଦ୍ଦେଶକୁ ରଦ୍ଦ କରିଛନ୍ତି। ବର୍ତ୍ତମାନ ଯଦିଓ ଆଲୋକ ସିବିଆଇ ମୁଖ୍ୟ ଭାବରେ ପୁର୍ନଅବସ୍ଥାପିତ ହୋଇପାରିବେ ଏବଂ କାର୍ଯ୍ୟାଳୟ […]

cbi

cbi

Subrat Kumar Nayak
  • Published: Tuesday, 08 January 2019
  • , Updated: 08 January 2019, 12:10 PM IST

ନୂଆଦିଲ୍ଲୀ: ସିବିଆଇର ଦୁଇ ଶୀର୍ଷ ଅଧିକାରୀଙ୍କ ମଧ୍ୟରେ ଚାଲିଥିବା ବିବାଦରେ ଆସିଛି ନୂଆ ମୋଡ଼। ରାତିଅଧିଆ ଛୁଟିରେ ଯିବାକୁ ବାଧ୍ୟ ହୋଇଥିବା ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମା ପୁଣିଥରେ ଦାୟିତ୍ୱକୁ ଫେରିପାରିଛନ୍ତି। କେନ୍ଦ୍ର ସରକାରଙ୍କୁ ଝଟ୍‌କା କୁହାଯାଉଥିବା ଏଭଳି ଏକ ରାୟ ଦେଇ ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମାଙ୍କୁ ଛୁଟିରେ ପଠାଇ ଅନ୍ତରୀଣ ନିର୍ଦ୍ଦେଶକ ନିଯୁକ୍ତି ଦେବାନେଇ ଦିଆଯାଇଥିବା ନିର୍ଦ୍ଦେଶକୁ ରଦ୍ଦ କରିଛନ୍ତି।

ବର୍ତ୍ତମାନ ଯଦିଓ ଆଲୋକ ସିବିଆଇ ମୁଖ୍ୟ ଭାବରେ ପୁର୍ନଅବସ୍ଥାପିତ ହୋଇପାରିବେ ଏବଂ କାର୍ଯ୍ୟାଳୟ ଯାଇପାରିବେ, ସେ କୌଣସି ନୀତିଗତ ନିଷ୍ପତ୍ତି ନେଇପାରିବେ ନାହିଁ। କୋର୍ଟ ଆହୁରି ମଧ୍ୟ କହିଛନ୍ତି, “ଏହି ପଦକ୍ଷେପ ପଛରେ ବୈଧାନିକ ଉଦ୍ଦେଶ୍ୟ ରହିଥିବା ସ୍ପଷ୍ଟ ଜଣାପଡ଼ୁଛି।”

ବର୍ମାଙ୍କ ପାଇଁ ଲଢ଼ୁଥିବା ବରିଷ୍ଠ ଓକିଲ ଫଲି ନରିମାନ୍‌ ସରକାରଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି କୋର୍ଟକୁ ଜଣାଇଥିଲେ ସିବିଆଇ ମୁଖ୍ୟଙ୍କର ୨ ବର୍ଷର ଦାୟିତ୍ୱ ଅବଧି ଥାଏ। ସେ କେବଳ ଉଚ୍ଚସ୍ତରୀୟ ଚୟନ କମିଟିର ନିଷ୍ପତ୍ତିରେ ପଦବୀ ହରାଇବେ। ଏହି କମିଟିରେ ପ୍ରଧାନମନ୍ତ୍ରୀ, ବିରୋଧୀ ଦଳ ନେତା ଏବଂ ସୁପ୍ରିମ୍‌କୋର୍ଟ ପ୍ରଧାନବିଚାରପତି ବା ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରା ମନୋନୀତ ଜଣେ ବିଚାରପତି ରହିବେ।

ଗତ ଅକ୍ଟୋବର ମାସରେ ସରକାରଙ୍କ ଅଧରାତିଆ ନିଷ୍ପତ୍ତିରେ ଏବଂ ସେଣ୍ଟ୍ରାଲ ଭିଜିଲାନ୍ସ କମିଶନ୍‌ର ନିର୍ଦ୍ଦେଶରେ ବର୍ମା, ତାଙ୍କ ଡେପୁଟୀ ରାକେଶ ଅସ୍ଥାନା ଏବଂ ଦୁଇ ଜଣ ବରିଷ୍ଠ ଅଧିକାରୀଙ୍କୁ ଛୁଟିରେ ପଠାଇଦିଆଯାଇଥିଲା।

ନିଜ ନିଷ୍ପତ୍ତିକୁ ଠିକ୍‌ ଦର୍ଶାଇବାକୁ ଯାଇ ସରକାର କୋର୍ଟରେ ଯୁକ୍ତି ରଖିଥିଲେ, ଦୁଇଜଣଙ୍କୁ ଛୁଟି ପଠାଇବା ବ୍ୟତୀତ କିଛି ବିକଳ୍ପ ନଥିଲା। କାରଣ ଉଭୟ ‘କିଲ୍‌କେନ୍ନୀ କ୍ୟାଟ୍‌’ ଭଳି ଲଢ଼େଇରେ ଲାଗିଥିଲେ। ବିଶେଷ ପରିସ୍ଥିତିରେ ବିଶେଷ ନିଷ୍ପତ୍ତି ନେବାକୁ ହେବ ବୋଲି ମଧ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଥିଲା।

Related story