ବହିଷ୍କୃତ ନେତାଙ୍କୁ ନେଇ ନୂଆ ଦଳ କରିବେ ଏହି ପୂର୍ବତନ ମନ୍ତ୍ରୀ

ଶ୍ରୀନଗର: ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ଏବେ ପୂର୍ବତନ ମନ୍ତ୍ରୀ ଅଲତାଫ ବୁଖାରୀ ଓ ପିଡିପିରୁ ବହିଷ୍କୃତ ହୋଇଥିବା ରାଜନେତାମାନେ ନୂଆ ଦଳ ଗଠନ କରିବାକୁ ଅଣ୍ଟା ଭିଡ଼ିଛନ୍ତି। ଶ୍ରୀନଗର ଠାରେ ଅଲତାଫଙ୍କ ନେତୃତ୍ୱରେ ଗଠନ ହେବାକୁ ଥିବା ନୂଆ ଦଳର ନାଁ ସପ୍ତାହେ କିମ୍ବା ଦୁଇ ସପ୍ତାହ ମଧ୍ୟରେ ଘୋଷଣା ହେବ। ଜମ୍ମୁ-କଶ୍ମୀରର ସ୍ୱାର୍ଥ ସାଧନ ପାଇଁ ଗଠନ ହେବାକୁ ଥିବା ନୂଆ ଦଳ କାର୍ଯ୍ୟ କରିବ ବୋଲି ଅଲତାଫ କହିଛନ୍ତି। ଅଲତାଫ […]

d

Hemant Lenka
  • Published: Monday, 17 February 2020
  • , Updated: 17 February 2020, 01:10 PM IST

ଶ୍ରୀନଗର: ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ଏବେ ପୂର୍ବତନ ମନ୍ତ୍ରୀ ଅଲତାଫ ବୁଖାରୀ ଓ ପିଡିପିରୁ ବହିଷ୍କୃତ ହୋଇଥିବା ରାଜନେତାମାନେ ନୂଆ ଦଳ ଗଠନ କରିବାକୁ ଅଣ୍ଟା ଭିଡ଼ିଛନ୍ତି। ଶ୍ରୀନଗର ଠାରେ ଅଲତାଫଙ୍କ ନେତୃତ୍ୱରେ ଗଠନ ହେବାକୁ ଥିବା ନୂଆ ଦଳର ନାଁ ସପ୍ତାହେ କିମ୍ବା ଦୁଇ ସପ୍ତାହ ମଧ୍ୟରେ ଘୋଷଣା ହେବ।

ଜମ୍ମୁ-କଶ୍ମୀରର ସ୍ୱାର୍ଥ ସାଧନ ପାଇଁ ଗଠନ ହେବାକୁ ଥିବା ନୂଆ ଦଳ କାର୍ଯ୍ୟ କରିବ ବୋଲି ଅଲତାଫ କହିଛନ୍ତି। ଅଲତାଫ କହିଛନ୍ତି, “ହଁ ଆମେ ଖୁବଶୀଘ୍ର ନୂଆ ଦଳ ଗଠନ କରିବାକୁ ଯାଉଛି। ଏଥିରେ ବିଭିନ୍ନ ଦଳରୁ ନେତାମାନେ ସାମିଲ ହେବେ। ଯୁବକ, ଓକିଲ, ସାମାଜିକ କର୍ମୀମାନେ ମଧ୍ୟ ନୂଆ ଦଳରେ ମିଶିବେ। ନୂଆ ଦଳର ସମ୍ବିଧାନ ପ୍ରସ୍ତୁତ କରିବାକୁ ଆମେ ଏକ କମିଟି ମଧ୍ୟ ଗଠନ କରିଛୁ।”

ବିଦେଶୀ ପ୍ରତିନିଧି ଓ କୂଟନୀତିକୁ ଗତମାସରେ ପିଡିପି ନେତା ଅଲତାଫ ଓ ତାଙ୍କର ସହଯୋଗୀମାନେ ସାକ୍ଷାତ କରିଥିଲେ। ଧାରା ୩୭୦ ଓ ୩୫-ଏ ଉଚ୍ଛେଦ ପରେ କୌଣସି ଜନଜୀବନ କ୍ଷତି ହୋଇ ନଥିବାରୁ ଅଲତାଫ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଶଂସା କରିଥିଲେ। ଏହି ଘଟଣା ପରେ ତାଙ୍କୁ ଓ ତାଙ୍କ ସହଯୋଗୀଙ୍କୁ ପିଡିପିରୁ ବହିଷ୍କାର କରାଯାଇଥିଲା।

ଜାନୁଆରୀ ୯ରେ ପିଡିପି ୮ ଜଣ ଦଳୀୟ ନେତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଦଳରୁ ବିଦା କରିଥିଲା। ଏବେ ଏହି ସବୁ ନେତା ଅଲତାଫ ନେତୃତ୍ୱରେ ନୂଆ ଦଳ ଗଠନ କରିବାକୁ ନିଷ୍ପତ୍ତି ନେଇଛନ୍ତି।

Related story