ଏମଏମ୍ ଖାନ୍‌ଙ୍କ ହତ୍ୟାକାଣ୍ଡରେ ଆପ ସରକାର ମୋତେ ଦୋଷୀ ସାବ୍ୟସ୍ତ କରିବାକୁ ଯୋଜନା କରୁଛି: ନଜୀବ ଜଙ୍ଗ

ନୂଆଦିଲ୍ଲୀ: ଏନଡିଏମସି ଅଧିକାରୀ ଏମଏମ୍ ଖାନଙ୍କ ହତ୍ୟାକାଣ୍ଡ ପ୍ରସଙ୍ଗରେ ଦିଲ୍ଲୀ ଉପରାଜ୍ୟପାଳ (ଏଲଜି)  ନଜୀବ ଜଙ୍ଗ ଆଜି ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦି ଓ  କେନ୍ଦ୍ର ଗୃହ ମନ୍ତ୍ରୀ ରାଜନାଥ ସିଂ  ନିକଟରେ ଆପ ସରକାରଙ୍କ ବିରୋଧରେ ଅଭିଯୋଗ କରିଛନ୍ତି। ସେ କହିଛନ୍ତି, “ଆପ ସରକାର ମୋତେ ଏମଏମ୍ ଖାନଙ୍କ  ହତ୍ୟାକାଣ୍ଡରେ ଦୋଷୀ ସାବ୍ୟସ୍ତ କରିବାକୁ  ଯୋଜନା କରୁଛି।” ସେ ଆହୁରି କହିଛନ୍ତି, “କ୍ରେଜିୱାଲ ସରକାର ମୋତେ ହଇରାଣ କରିବାକୁ ଚାହୁଁଛି।” ଗତକାଲି  ଆମ ଆଦମୀ ପାର୍ଟି ଏକ […]

najib_

Rakesh Mallick
  • Published: Friday, 24 June 2016
  • , Updated: 24 June 2016, 05:22 PM IST

ନୂଆଦିଲ୍ଲୀ: ଏନଡିଏମସି ଅଧିକାରୀ ଏମଏମ୍ ଖାନଙ୍କ ହତ୍ୟାକାଣ୍ଡ ପ୍ରସଙ୍ଗରେ ଦିଲ୍ଲୀ ଉପରାଜ୍ୟପାଳ (ଏଲଜି)  ନଜୀବ ଜଙ୍ଗ ଆଜି ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦି ଓ  କେନ୍ଦ୍ର ଗୃହ ମନ୍ତ୍ରୀ ରାଜନାଥ ସିଂ  ନିକଟରେ ଆପ ସରକାରଙ୍କ ବିରୋଧରେ ଅଭିଯୋଗ କରିଛନ୍ତି। ସେ କହିଛନ୍ତି, “ଆପ ସରକାର ମୋତେ ଏମଏମ୍ ଖାନଙ୍କ  ହତ୍ୟାକାଣ୍ଡରେ ଦୋଷୀ ସାବ୍ୟସ୍ତ କରିବାକୁ  ଯୋଜନା କରୁଛି।”

ସେ ଆହୁରି କହିଛନ୍ତି, “କ୍ରେଜିୱାଲ ସରକାର ମୋତେ ହଇରାଣ କରିବାକୁ ଚାହୁଁଛି।”

ଗତକାଲି  ଆମ ଆଦମୀ ପାର୍ଟି ଏକ ସାମ୍ବାଦିକ ସମ୍ମିଳନୀରେ  ଏମଏମ୍ ଖାନଙ୍କ   ହତ୍ୟାକାଣ୍ଡରେ ନଜୀବ ଜଙ୍ଗଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ  ପାଇଁ ଦାବି କରିଥିଲା। ଏହାସହ ବିଜେପିର ବରିଷ୍ଠ ନେତା ମହେଶ ଗିରି ଓ କରନ ସିଂଙ୍କୁ ଏମଏମ୍ ଖାନଙ୍କ ହତ୍ୟା ମାମଲାରେ ଗିରଫ ପାଇଁ ଦାବି କରିଥିଲା।

ଦିଲ୍ଲୀ ସରକାର ଓ  ଏଲଜିଙ୍କ  ମଧ୍ୟରେ ଚାଲିଥିବା  ଟଣା‌ଓଟରା ନେଇ  କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ କିରନ ରିଜିଜୁ କହିଛନ୍ତି, “କେନ୍ଦ୍ର ସରକାରଙ୍କର ଦିଲ୍ଲୀ ଉପ ରାଜ୍ୟପାଳଙ୍କ ଉପରେ ପୂରା ବିଶ୍ୱାସ ଅଛି। ଏମ୍‌ଏମ୍ ଖାନଙ୍କ ହତ୍ୟା ମାମଲାରେ  ଆମ ଆଦମୀ ଏଲଜିଙ୍କ  ଉପରେ ଆରୋପ  ଲଗାଇବା ଉଚିତ୍ ନୁହେଁ।”

Related story