ଅମରନାଥ ଯାତ୍ରାର ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କଲେ ଗୃହମନ୍ତ୍ରୀ

ଜାମ୍ମୁ: ଗୃହମନ୍ତ୍ରୀ  ରାଜନାଥ ସିଂ ଆଜି  ଅମରନାଥରେ ପହଞ୍ଚି  ଅମରନାଥ ଯାତ୍ରା ପାଇଁ ସୁରକ୍ଷା ବ୍ୟବସ୍ଥା ଓ  ଶ୍ରଦ୍ଧାଳୁଙ୍କ ରହିବା ବିଷୟରେ ପଚାରି ବୁଝିଥିଲେ। ‌ଏହାସହ ସେ ଟ୍ୱିଟରରେ ଅମରନାଥ ଯାତ୍ରାର ଫଟୋ ସେୟାର କରିଥିଲେ। ସେ କହିଛନ୍ତି, “ଅମରନାଥର ସୁରକ୍ଷା ବ୍ୟବସ୍ଥାକୁ ନେଇ ମୁଁ ସନ୍ତୁଷ୍ଟ । ଜାମ୍ମୁ-କାଶ୍ମୀରରେ କିଛି ଦିନ ହେବ କିଛି ଆତଙ୍କୀ ଘଟଣା ଘଟିଛି। ଏହାକୁ ଡରିବାର କିଛି  କାରଣ ନାହିଁ। ଆତଙ୍କବାଦୀଙ୍କ ମୁକାବିଲା ପାଇଁ ଆମେ ପ୍ରସ୍ତୁତ ଅଛୁ।” ସେ […]

rajnath_

Rakesh Mallick
  • Published: Saturday, 02 July 2016
  • , Updated: 02 July 2016, 05:51 PM IST

ଜାମ୍ମୁ: ଗୃହମନ୍ତ୍ରୀ  ରାଜନାଥ ସିଂ ଆଜି  ଅମରନାଥରେ ପହଞ୍ଚି  ଅମରନାଥ ଯାତ୍ରା ପାଇଁ ସୁରକ୍ଷା ବ୍ୟବସ୍ଥା ଓ  ଶ୍ରଦ୍ଧାଳୁଙ୍କ ରହିବା ବିଷୟରେ ପଚାରି ବୁଝିଥିଲେ। ‌ଏହାସହ ସେ ଟ୍ୱିଟରରେ ଅମରନାଥ ଯାତ୍ରାର ଫଟୋ ସେୟାର କରିଥିଲେ।

ସେ କହିଛନ୍ତି, “ଅମରନାଥର ସୁରକ୍ଷା ବ୍ୟବସ୍ଥାକୁ ନେଇ ମୁଁ ସନ୍ତୁଷ୍ଟ । ଜାମ୍ମୁ-କାଶ୍ମୀରରେ କିଛି ଦିନ ହେବ କିଛି ଆତଙ୍କୀ ଘଟଣା ଘଟିଛି। ଏହାକୁ ଡରିବାର କିଛି  କାରଣ ନାହିଁ। ଆତଙ୍କବାଦୀଙ୍କ ମୁକାବିଲା ପାଇଁ ଆମେ ପ୍ରସ୍ତୁତ ଅଛୁ।”

ସେ ଆହୁରି କହିଛନ୍ତି, “ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍‌ତି  ଜାମ୍ମୁ ଓ କାଶ୍ମୀର ବିକାଶ ପାଇଁ କାମ କରୁଛନ୍ତି। ମୁଫ୍‌ତି  ଜାମ୍ମୁ ଓ କାଶ୍ମୀର  ସୁରକ୍ଷା ପାଇଁ ଯେଉଁ ପଦକ୍ଷେପ ନେଇଛନ୍ତି, ମୁଁ ସେଥିରେ ବହୁତ ଖୁସି।”

ନିଜ ଗସ୍ତ କାଳରେ  ଗୃହମନ୍ତ୍ରୀ ବାବା ବର୍ଫନିଙ୍କ ଦର୍ଶନ କରିଥିଲେ।

Related story