ଶାହଙ୍କ ସହ ଆଲୋଚନା କଲେ, ଚାଷୀଙ୍କ କଥା ବୁଝିବାକୁ କହିଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଦେଶର ରାଜଧାନୀ ନୂଆଦିଲ୍ଲୀର ଜାତୀୟ ରାଜପଥରେ ଚାଲିଥିବା ଚାଷୀ ଆନ୍ଦୋଳନ କେବଳ ପଞ୍ଜାର ଅର୍ଥନୀତିକୁ ପ୍ରଭାବିତ କରୁନାହିଁ, ବରଂ ଜାତୀୟ ସୁରକ୍ଷା ପ୍ରତି ମଧ୍ୟ ବିପଦ ସୃଷ୍ଟି କରୁଛି। ତେଣୁ କେନ୍ଦ୍ର ସରକାର ତୁରନ୍ତ ଜାତୀୟ ସୁରକ୍ଷାକୁ ବିଚାରକୁ ନେଇ ଚାଷୀଙ୍କ ଆନ୍ଦୋଳନ କେମିତି ଶେଷ ହେବ, ତା’ର ବ୍ୟବସ୍ଥା କରନ୍ତୁ ବୋଲି ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂହ ଆଜି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ପରାମର୍ଶ ଦେଇଛନ୍ତି। ଆଜି କେନ୍ଦ୍ର ସରକାର ଚାଷୀଙ୍କ […]

gd

Hemant Lenka
  • Published: Thursday, 03 December 2020
  • , Updated: 03 December 2020, 03:36 PM IST

ନୂଆଦିଲ୍ଲୀ: ଦେଶର ରାଜଧାନୀ ନୂଆଦିଲ୍ଲୀର ଜାତୀୟ ରାଜପଥରେ ଚାଲିଥିବା ଚାଷୀ ଆନ୍ଦୋଳନ କେବଳ ପଞ୍ଜାର ଅର୍ଥନୀତିକୁ ପ୍ରଭାବିତ କରୁନାହିଁ, ବରଂ ଜାତୀୟ ସୁରକ୍ଷା ପ୍ରତି ମଧ୍ୟ ବିପଦ ସୃଷ୍ଟି କରୁଛି। ତେଣୁ କେନ୍ଦ୍ର ସରକାର ତୁରନ୍ତ ଜାତୀୟ ସୁରକ୍ଷାକୁ ବିଚାରକୁ ନେଇ ଚାଷୀଙ୍କ ଆନ୍ଦୋଳନ କେମିତି ଶେଷ ହେବ, ତା’ର ବ୍ୟବସ୍ଥା କରନ୍ତୁ ବୋଲି ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂହ ଆଜି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ପରାମର୍ଶ ଦେଇଛନ୍ତି।

ଆଜି କେନ୍ଦ୍ର ସରକାର ଚାଷୀଙ୍କ ସହ ଆଲୋଚନା କରିବା ପୂର୍ବରୁ ଶ୍ରୀ ଶାହ ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକ କରିଥିଲେ। ଏହାପରେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂହ କହିଛନ୍ତି, ଚାଷୀ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ସମସ୍ୟାର ସମାଧାନ ପାଇଁ ଆଲୋଚନା ଚାଲିଛି।

ସମସ୍ୟାର ସମାଧାନ କରିବାକୁ ମୋ ହାତରେ କିଛି ନାହିଁ। ଆଜିର ବୈଠକ ବେଳେ ମୋ ମତାମତ ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କ ଆଗରେ ଉପସ୍ଥାପନ କରିଛି ଓ ସମସ୍ୟାର ସମାଧାନ କରିବାକୁ ନିବେଦନ ମଧ୍ୟ କରିଛି। କାରଣ ଚାଷୀଙ୍କ ଆନ୍ଦୋଳନ ଯୋଗୁ ପଞ୍ଜାବର ଅର୍ଥନୀତି ପ୍ରଭାବିତ ହେଉଛି ଓ ଜାତୀୟ ସୁରକ୍ଷା ପ୍ରତି ମଧ୍ୟ ବିପଦ ସୃଷ୍ଟି ହେଉଛି ବୋଲି ସେ କହିଛନ୍ତି।

Related story