ଅମରନାଥ ଯାତ୍ରାକୁ ଭଣ୍ଡୁର କରିବାକୁ ଯୋଜନା କରୁଛନ୍ତି ଆତଙ୍କବାଦୀ: ନିର୍ମଳ ସିଂ

ଜମ୍ମୁ: ଜୁଲାଇ ୨ରେ ଆରମ୍ଭ ହେବାକୁ ଥିବା ଅମରନାଥ ଯାତ୍ରାକୁ ଭଣ୍ଡୁର କରିବା  ପାଇଁ ପାକିସ୍ତାନ ସମେତ ଦେଶ ବିରୋଧୀ ଗୋଷ୍ଠୀ ଓ ଆତଙ୍କବାଦୀମାନେ ଯୋଜନା କରୁଥିବା ଜମ୍ମୁ-କାଶ୍ମୀର ଉପମୁଖ୍ୟମନ୍ତ୍ରୀ ନିର୍ମଳ ସିଂ ଅଭିଯୋଗ କରିଛନ୍ତି। ଜମ୍ମୁ ସହରରେ ଥିବା ଦୁଇଟି ମନ୍ଦିରକୁ ଅପବିତ୍ର କରାଯିବା ପଛର ଉଦ୍ଦେଶ୍ୟ ହେଉଛି ସ୍ଥିତି ଖରାପ କରିବା। ଏଥିପାଇଁ ଲୋକେ ସତର୍କ ରହିବା ଆବଶ୍ୟକ। ସିଂ କହିଛନ୍ତି, “ପାକିସ୍ତାନ, ରାଷ୍ଟ୍ର ବିରୋଧୀ ତତ୍ତ୍ୱ ଓ ଆତଙ୍କବାଦୀମାନେ କେବେ ବି ଚାହିଁବେ […]

nirmal-singh

Rakesh Mallick
  • Published: Sunday, 19 June 2016
  • , Updated: 19 June 2016, 05:08 PM IST

ଜମ୍ମୁ: ଜୁଲାଇ ୨ରେ ଆରମ୍ଭ ହେବାକୁ ଥିବା ଅମରନାଥ ଯାତ୍ରାକୁ ଭଣ୍ଡୁର କରିବା  ପାଇଁ ପାକିସ୍ତାନ ସମେତ ଦେଶ ବିରୋଧୀ ଗୋଷ୍ଠୀ ଓ ଆତଙ୍କବାଦୀମାନେ ଯୋଜନା କରୁଥିବା ଜମ୍ମୁ-କାଶ୍ମୀର ଉପମୁଖ୍ୟମନ୍ତ୍ରୀ ନିର୍ମଳ ସିଂ ଅଭିଯୋଗ କରିଛନ୍ତି। ଜମ୍ମୁ ସହରରେ ଥିବା ଦୁଇଟି ମନ୍ଦିରକୁ ଅପବିତ୍ର କରାଯିବା ପଛର ଉଦ୍ଦେଶ୍ୟ ହେଉଛି ସ୍ଥିତି ଖରାପ କରିବା। ଏଥିପାଇଁ ଲୋକେ ସତର୍କ ରହିବା ଆବଶ୍ୟକ।

ସିଂ କହିଛନ୍ତି, “ପାକିସ୍ତାନ, ରାଷ୍ଟ୍ର ବିରୋଧୀ ତତ୍ତ୍ୱ ଓ ଆତଙ୍କବାଦୀମାନେ କେବେ ବି ଚାହିଁବେ ନାହିଁ ଅମରନାଥ ଯାତ୍ରା ସୁରୁଖୁରୁରେ ହେଉ। ସେମାନେ ନିଶ୍ଚିତ ଭାବେ ଯାତ୍ରାରେ ବାଧା ସୃଷ୍ଟି କରିବାକୁ ପ୍ରୟାସ କରିବେ। ହେଲେ ଆମେ ସବୁ ପ୍ରକାର ପରିସ୍ଥିତିର ମୁକାବିଲା କରିବାକୁ ପ୍ରସ୍ତୁତ ଅଛୁ। ସେନା ଓ ଅନ୍ୟ ଏଜେନ୍ସିଙ୍କୁ ହାଇ ଆର୍ଲଟ କରି ଦିଆଯାଇଛି।

ଜମ୍ମୁ କ୍ଷେତ୍ରରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ଆୟୋଜିତ ଉଚ୍ଚସ୍ତରୀୟ ବୈଠକ ପରେ ସିଂ ଗଣମାଧ୍ୟମକୁ ଏ ନେଇ ସୂଚନା ଦେଇଥିଲେ।

Related story