ଆମ୍ବେଦକରଙ୍କ ସହ ରୋହିତ୍ ବେମୁଲାଙ୍କ ତୁଳନା ନିନ୍ଦନୀୟ

ଲକ୍ଷ୍ମୌ: କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧି ରୋହିତ୍ ବେମୁଲାଙ୍କ ତୁଳନା ଡଃ ଭୀମରାଓ ଆମ୍ୱେଦକରଙ୍କ ସହ କରିବା ଅତ୍ୟନ୍ତ ନିନ୍ଦନୀୟ ବୋଲି ବହୁଜନ ସମାଜବାଦୀ ପାର୍ଟିର ସୁପ୍ରିମୋ ମୟାବତୀ କହିଛନ୍ତି। ନାଗପୁରରେ ରାହୁଲ ରୋହିତ ବେମୁଲାଙ୍କ ତୁଳନା ଆମ୍ୱେକରଙ୍କ ସହ କରିବା ଭୁଲ୍ ଥିଲା। ରୋହିତ୍‌ ହାଇଦ୍ରାବାଦ ବିଶ୍ୱବଦ୍ୟାଳୟର ଦଳିତ ଛାତ୍ର ଥିଲେ। ସେ ଆତ୍ମହତ୍ୟା କରିଥିଲେ। କଂଗ୍ରେସ ମୋ’ ବିରୋଧରେ ଷଡଯନ୍ତ୍ର କରୁଥିବା ଆମ୍ୱେଦକରଙ୍କ ୧୨୫ ତମ ଜୟନ୍ତୀ ଅବସରରେ ମାୟାବତୀ କହିଛନ୍ତି। ସେ କହିଛନ୍ତି, […]

mayawati

Rakesh Mallick
  • Published: Thursday, 14 April 2016
  • , Updated: 14 April 2016, 07:52 AM IST

ଲକ୍ଷ୍ମୌ: କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧି ରୋହିତ୍ ବେମୁଲାଙ୍କ ତୁଳନା ଡଃ ଭୀମରାଓ ଆମ୍ୱେଦକରଙ୍କ ସହ କରିବା ଅତ୍ୟନ୍ତ ନିନ୍ଦନୀୟ ବୋଲି ବହୁଜନ ସମାଜବାଦୀ ପାର୍ଟିର ସୁପ୍ରିମୋ ମୟାବତୀ କହିଛନ୍ତି। ନାଗପୁରରେ ରାହୁଲ ରୋହିତ ବେମୁଲାଙ୍କ ତୁଳନା ଆମ୍ୱେକରଙ୍କ ସହ କରିବା ଭୁଲ୍ ଥିଲା। ରୋହିତ୍‌ ହାଇଦ୍ରାବାଦ ବିଶ୍ୱବଦ୍ୟାଳୟର ଦଳିତ ଛାତ୍ର ଥିଲେ। ସେ ଆତ୍ମହତ୍ୟା କରିଥିଲେ। କଂଗ୍ରେସ ମୋ’ ବିରୋଧରେ ଷଡଯନ୍ତ୍ର କରୁଥିବା ଆମ୍ୱେଦକରଙ୍କ ୧୨୫ ତମ ଜୟନ୍ତୀ ଅବସରରେ ମାୟାବତୀ କହିଛନ୍ତି।

ସେ କହିଛନ୍ତି, “ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କଂଗ୍ରେସ ମୋ ବିରୋଧରେ ମାମଲା ଦାୟର କରିଛି। ଉତ୍ତର ପ୍ରଦେଶର ନୂଆ ବିଜେପି ଅଧ୍ୟକ୍ଷ କେଶବ କୁମାରଙ୍କ ଅପରାଧିକ ଛବି ରହିଛି। କେଶବ ପଛୁଆ ବର୍ଗ ହୋଇଥିଲେ ମଧ୍ୟ ଏପରି ଏକ ଦଳର ପ୍ରତିନିଧିତ୍ୱ କରୁଛନ୍ତି, ଯେଉଁଠି ସବୁ ଠାରୁ ଅଧିକ ଜାତିବାଦ ଦେଖିବାକୁ ମିଳିଥାଏ। କେନ୍ଦ୍ରରେ ବିଜେପି ସରକାର ଶାସନ କରିବାର ଦୁଇବର୍ଷ ବିତି ଯାଇଥିଲେ ମଧ୍ୟ କିଛି କାମ କରିନାହିଁ। ବିଜେପି କେବଳ ନାଟକବାଜି କରୁଛି, ଏହା ଉତ୍ତରପ୍ରଦେଶରେ ଚାଲିବ ନାହିଁ।”

Related story