ସ୍ୱାଧୀନତା ଦିବସରେ ଶାଢ଼ି ପିନ୍ଧିବେ ଆମେରିକା ରାଷ୍ଟ୍ରଦୂତ

<p>ନୂଆଦିଲ୍ଲୀ: ଏଇ ଅଗଷ୍ଟ ୧୫ ତାରିଖରେ ଦେଶ ୭୦ତମ ସ୍ୱାଧୀନତା ଦିବସ ପାଳିବାକୁ ଯାଉଛି। ସ୍ୱାଧୀନତା ଦିବସକୁ ନିଆରା ଢଙ୍ଗରେ ପାଳନ କରିବା ପାଇଁ ଦେଶର ବିଭିନ୍ନ ସ୍ଥାନରେ ଜୋରସୋର ପ୍ରସ୍ତୁତି ଚାଲିଛି। ସ୍ୱାଧୀନତା ଦିବସରେ କେବଳ ଦେଶବାସୀ ନୁହେଁ ବିଦେଶୀମାନେ ମଧ୍ୟ ସାମିଲ ହୋଇଥାନ୍ତି। କିନ୍ତୁ ଏଥର ଭାରତର ସ୍ୱାଧୀନତା ଦିବସକୁ ନିଆରା ଢଙ୍ଗରେ ପାଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି ଭାରତରେ ଅବସ୍ଥାପିତ ଆମେରିକୀୟ ରାଷ୍ଟ୍ରଦୂତ ମ୍ୟାରିକେ କାର୍ଲସନ।</p> <p>ଭାରତର ୭୦ତମ ସ୍ୱାଧୀନତା ଦିବସରେ ସେ ପିନ୍ଧିବେ ଖଦି ଶାଢ଼ି। ଏଥିପାଇଁ ସେ ପ୍ରସ୍ତୁତି ଶେଷ କରି ସାରିଛନ୍ତି। ନୂଆଦିଲ୍ଲୀସ୍ଥିତ ଖଦି ଷ୍ଟୋରରୁ ସେ ଶାଢ଼ି କିଣି ସାରିଛନ୍ତି।ମ୍ୟାରିକେ ତାଙ୍କ ଟ୍ୱିଟର ଆକାଉଣ୍ଟରେ ଏକ ଭିଡିଓ ସେୟାର କରି କହିଛନ୍ତି ଯେ, ସବୁ ଶାଢ଼ି ସୁନ୍ଦର ଥିଲା। ତେଣୁ ଶାଢ଼ି ବାଛିବା କଷ୍ଟକର ହୋଇଥିଲା। ତେବେ ସବୁ ଶାଢ଼ି ଦେଖିବା ପରେ ସେ ପାଞ୍ଚଟି ଭଲ ଖଦି ଶାଢ଼ି କିଣିଛନ୍ତି। ସେଥିରୁ ଗୋଟିଏ ସେ ସ୍ୱାଧୀନତା ଦିବସ ଅବସରରେ ପିନ୍ଧିବେ। ତେବେ ସେ ଚାରି ପ୍ରକାର ଶାଢ଼ି ପିନ୍ଧି ଟ୍ୱିଟ୍&zwnj;ରରେ ଫଟୋ ଛାଡ଼ିଛନ୍ତି ଏବଂ କେଉଁଟି ସେଦିନ ପିନ୍ଧିବେ ସେଥିପାଇଁ ପରାମର୍ଶ ଦେବାକୁ କହିଛନ୍ତି। ମ୍ୟାରିକେଙ୍କୁ ଅନେକ ଲୋକ ଟ୍ୱିଟ୍ କରି ବନାରସୀ ଓ ସିଲ୍କ ଶାଢ଼ି ବି କିଣିବାକୁ ପରାମର୍ଶ ଦେଇଛନ୍ତି।</p>

Ordigital Desk
  • Published: Friday, 04 August 2017
  • Updated: 04 August 2017, 11:39 AM IST

Sports

Latest News

<p>ନୂଆଦିଲ୍ଲୀ: ଏଇ ଅଗଷ୍ଟ ୧୫ ତାରିଖରେ ଦେଶ ୭୦ତମ ସ୍ୱାଧୀନତା ଦିବସ ପାଳିବାକୁ ଯାଉଛି। ସ୍ୱାଧୀନତା ଦିବସକୁ ନିଆରା ଢଙ୍ଗରେ ପାଳନ କରିବା ପାଇଁ ଦେଶର ବିଭିନ୍ନ ସ୍ଥାନରେ ଜୋରସୋର ପ୍ରସ୍ତୁତି ଚାଲିଛି। ସ୍ୱାଧୀନତା ଦିବସରେ କେବଳ ଦେଶବାସୀ ନୁହେଁ ବିଦେଶୀମାନେ ମଧ୍ୟ ସାମିଲ ହୋଇଥାନ୍ତି। କିନ୍ତୁ ଏଥର ଭାରତର ସ୍ୱାଧୀନତା ଦିବସକୁ ନିଆରା ଢଙ୍ଗରେ ପାଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି ଭାରତରେ ଅବସ୍ଥାପିତ ଆମେରିକୀୟ ରାଷ୍ଟ୍ରଦୂତ ମ୍ୟାରିକେ କାର୍ଲସନ।</p><p>ଭାରତର ୭୦ତମ ସ୍ୱାଧୀନତା ଦିବସରେ ସେ ପିନ୍ଧିବେ ଖଦି ଶାଢ଼ି। ଏଥିପାଇଁ ସେ ପ୍ରସ୍ତୁତି ଶେଷ କରି ସାରିଛନ୍ତି। ନୂଆଦିଲ୍ଲୀସ୍ଥିତ ଖଦି ଷ୍ଟୋରରୁ ସେ ଶାଢ଼ି କିଣି ସାରିଛନ୍ତି।ମ୍ୟାରିକେ ତାଙ୍କ ଟ୍ୱିଟର ଆକାଉଣ୍ଟରେ ଏକ ଭିଡିଓ ସେୟାର କରି କହିଛନ୍ତି ଯେ, ସବୁ ଶାଢ଼ି ସୁନ୍ଦର ଥିଲା। ତେଣୁ ଶାଢ଼ି ବାଛିବା କଷ୍ଟକର ହୋଇଥିଲା। ତେବେ ସବୁ ଶାଢ଼ି ଦେଖିବା ପରେ ସେ ପାଞ୍ଚଟି ଭଲ ଖଦି ଶାଢ଼ି କିଣିଛନ୍ତି। ସେଥିରୁ ଗୋଟିଏ ସେ ସ୍ୱାଧୀନତା ଦିବସ ଅବସରରେ ପିନ୍ଧିବେ। ତେବେ ସେ ଚାରି ପ୍ରକାର ଶାଢ଼ି ପିନ୍ଧି ଟ୍ୱିଟ୍&zwnj;ରରେ ଫଟୋ ଛାଡ଼ିଛନ୍ତି ଏବଂ କେଉଁଟି ସେଦିନ ପିନ୍ଧିବେ ସେଥିପାଇଁ ପରାମର୍ଶ ଦେବାକୁ କହିଛନ୍ତି। ମ୍ୟାରିକେଙ୍କୁ ଅନେକ ଲୋକ ଟ୍ୱିଟ୍ କରି ବନାରସୀ ଓ ସିଲ୍କ ଶାଢ଼ି ବି କିଣିବାକୁ ପରାମର୍ଶ ଦେଇଛନ୍ତି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos