ପାକିସ୍ତାନକୁ କଡ଼ା ଚେତାବନୀ: ଆତଙ୍କବାଦ ଦମନ ପାଇଁ କାର୍ଯ୍ୟାନୁଷ୍ଠାନ ନ ହେଲେ କଠୋର ହେବ ଆମେରିକା

ୱାଶିଂଟନ୍‌: ଆତଙ୍କବାଦଙ୍କ ଚରାଭୂଇଁ ପାଲଟିଛି ପାକିସ୍ତାନ। ଏହାକୁ ପରୋକ୍ଷରେ ଅଥବା ପ୍ରତ୍ୟକ୍ଷରେ ପାକିସ୍ତାନ ସରକାର ପ୍ରୋତ୍ସାହନ ଦେଉଥିବା ଅଭିଯୋଗ ହେଉଥିବା ବେଳେ ଆମେରିକା ଏ ନେଇ କଡ଼ା ଆଭିମୁଖ୍ୟ ଗ୍ରହଣ କରିବାକୁ ଯାଉଛି । ଆମେରିକା ସରକାରଙ୍କ ପକ୍ଷରୁ ପାକିସ୍ତାନକୁ ଚେତାଇ ଦିଆଯାଇଛି ଯେ, ଆଗାମୀ ଦିନରେ ଏ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କଲେ ଆମେରିକା ସରକାର ବିକଳ୍ପ ପନ୍ଥା ଗ୍ରହଣ କରିବେ । ପାକିସ୍ତାନକୁ ଆମେରିକା ପକ୍ଷରୁ ଚୁକ୍ତି ଭିତ୍ତିକ ସହାୟତା ମିଳୁଥିବା ବେଳେ […]

america

Rakesh Mallick
  • Published: Saturday, 28 October 2017
  • , Updated: 28 October 2017, 12:13 PM IST

ୱାଶିଂଟନ୍‌: ଆତଙ୍କବାଦଙ୍କ ଚରାଭୂଇଁ ପାଲଟିଛି ପାକିସ୍ତାନ। ଏହାକୁ ପରୋକ୍ଷରେ ଅଥବା ପ୍ରତ୍ୟକ୍ଷରେ ପାକିସ୍ତାନ ସରକାର ପ୍ରୋତ୍ସାହନ ଦେଉଥିବା ଅଭିଯୋଗ ହେଉଥିବା ବେଳେ ଆମେରିକା ଏ ନେଇ କଡ଼ା ଆଭିମୁଖ୍ୟ ଗ୍ରହଣ କରିବାକୁ ଯାଉଛି । ଆମେରିକା ସରକାରଙ୍କ ପକ୍ଷରୁ ପାକିସ୍ତାନକୁ ଚେତାଇ ଦିଆଯାଇଛି ଯେ, ଆଗାମୀ ଦିନରେ ଏ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କଲେ ଆମେରିକା ସରକାର ବିକଳ୍ପ ପନ୍ଥା ଗ୍ରହଣ କରିବେ ।

ପାକିସ୍ତାନକୁ ଆମେରିକା ପକ୍ଷରୁ ଚୁକ୍ତି ଭିତ୍ତିକ ସହାୟତା ମିଳୁଥିବା ବେଳେ ଏ ନେଇ ରୋକ ଲଗାଯିବାକୁ ମଧ୍ୟ ଆମେରିକା ପସ୍ତୁତ ହେଉଛି। ଏଣୁ ପାକିସ୍ଥାନର ଅତଙ୍କବାଦ ଦମନ ପାଇଁ ପାକିସ୍ତାନ ପଦକ୍ଷେପ ନେବା ଦରକାର ବୋଲି କହିଛନ୍ତି ଆମେରିକା ବୈଦେଶିକ ସଚିବ ରକ୍ସ ଟିଲରର୍ସନ। ନଚେତ୍ ଆଫଗାନିସ୍ଥାନ ଭଳି ପରିସ୍ଥିତି ଉପୁଜିବାର ସମ୍ଭାବନା ରହିଛି ବୋଲି ସେ ଚେତାଇ ଦେଇଛନ୍ତି।

ଦକ୍ଷିଣ ଏସିଆ ରାଜ୍ୟ ସହାୟକ ସଚିବ ଏଲିସ୍‌ ବେଲ୍ସ କହିଛନ୍ତି  ଯେ ପାକିସ୍ତାନ ଆମ ସହ କାମ କରିବ କି ନାହିଁ ଏହା ତାହା ଉପରେ ହିଁ ନିର୍ଭର କରେ। ନଚେତ୍‌ ଅନ୍ୟପନ୍ଥା ଗ୍ରହଣ କରିବାକୁ ବ୍ୟବସ୍ଥା କରାଯିବ।

Related story