ଭାରତୀୟ ମହିଳାଙ୍କୁ ଚଳନ୍ତା ଟ୍ରେନ ସମ୍ମୁଖକୁ ଠେଲି ହତ୍ୟା ମାମଲା: ଆମେରିକୀୟ ମହିଳାଙ୍କୁ ୨୪ ବର୍ଷ ଜେଲ

ନ୍ୟୁୟର୍କ: ନ୍ୟୁୟର୍କରେ ଜଣେ ଭାରତୀୟ ମହିଳାଙ୍କୁ ଚଳନ୍ତା ଟ୍ରେନ୍ ଆଗକୁ ଠେଲି ହତ୍ୟା କରିଥିବା ଜଣେ ଆମେରିକୀୟ ମହିଳାଙ୍କୁ  କ୍ୱିନ୍ସ ସୁପ୍ରିମକୋର୍ଟ ୨୪ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ଜେଲ ଦଣ୍ଡାଦେଶ ପାଇଥିବା ଏହି ମହିଳାଙ୍କ ନାମ ହେଉଛି ଏରିକା ମେନେଣ୍ଡେଜ୍ (୩୩)।  ୨୦୧୨ ଡିସେମ୍ବର ୨୭ ତାରିଖରେ ସେ ୪୬ ବର୍ଷୀୟା ସୁନନ୍ଦା ସେନ ନାମକ ଭାରତୀୟ ମହିଳାଙ୍କୁ ଚଳନ୍ତା ଟ୍ରେନ୍ ସମ୍ମୁଖକୁ ଠେଲି ହତ୍ୟା କରି ଥିଲେ। ଏରିକା କହିଛନ୍ତି ଯେ ଧାର୍ମିକ ବିଦ୍ୱେଶା […]

erik

Rakesh Mallick
  • Published: Thursday, 21 May 2015
  • , Updated: 04 May 2017, 03:45 PM IST

ନ୍ୟୁୟର୍କ: ନ୍ୟୁୟର୍କରେ ଜଣେ ଭାରତୀୟ ମହିଳାଙ୍କୁ ଚଳନ୍ତା ଟ୍ରେନ୍ ଆଗକୁ ଠେଲି ହତ୍ୟା କରିଥିବା ଜଣେ ଆମେରିକୀୟ ମହିଳାଙ୍କୁ  କ୍ୱିନ୍ସ ସୁପ୍ରିମକୋର୍ଟ ୨୪ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ଜେଲ ଦଣ୍ଡାଦେଶ ପାଇଥିବା ଏହି ମହିଳାଙ୍କ ନାମ ହେଉଛି ଏରିକା ମେନେଣ୍ଡେଜ୍ (୩୩)।  ୨୦୧୨ ଡିସେମ୍ବର ୨୭ ତାରିଖରେ ସେ ୪୬ ବର୍ଷୀୟା ସୁନନ୍ଦା ସେନ ନାମକ ଭାରତୀୟ ମହିଳାଙ୍କୁ ଚଳନ୍ତା ଟ୍ରେନ୍ ସମ୍ମୁଖକୁ ଠେଲି ହତ୍ୟା କରି ଥିଲେ।

ଏରିକା କହିଛନ୍ତି ଯେ ଧାର୍ମିକ ବିଦ୍ୱେଶା ରଖି ସେ ଏପରି କରିଥିଲେ। ମୁସଲିମ୍ ଓ ହିନ୍ଦୁଙ୍କୁ ସେ ଘୃଣା କରନ୍ତି। ଏହି କାରଣରୁ ସେ ସୁନନ୍ଦାଙ୍କୁ ଟ୍ରେନ୍ ସମ୍ମୁଖରେ ଧକ୍କା ଦେଇଥିଲେ। ୯/୧୧ଆକ୍ରମଣ ପରେ ସେ ମୁସଲିମ୍ ଓ ହିନ୍ଦୁଙ୍କୁ ଘୃଣା କରୁଥିବା କୋର୍ଟରେ କହିଥିଲେ।

ସୁନନ୍ଦା ସେନ୍ ପ୍ରବାସୀ ଭାରତୀୟ ଥିଲେ। ସେ କ୍ୱିନ୍ସରେ ତାଙ୍କର ଜଣେ ବନ୍ଧୁଙ୍କ ସହ ବହୁ ଦିନ ଧରି ରହି ଆସୁଥିଲେ। ସେ କଲମ୍ୱିଆ ବିଶ୍ୱବିଦ୍ୟାଳୟ ନିକଟରେ ଏକ ପ୍ରିଟିଂ ବ୍ୟବସାୟ କରୁଥିଲେ। ସୁନନ୍ଦା ବନ୍ଧୁ କହିଛନ୍ତି ଯେ ସେ ଅବିବାହିତ ଥିଲେ ଏବଂ ତାଙ୍କ ପିତା-ମାତାଙ୍କ ମୃତ୍ୟୁ ହୋଇଯାଇଛି।

Related story