୧୩୭% ‍‍‍‍ବଢ଼ିଲା ସ୍ୱାସ୍ଥ୍ୟ ବଜେଟ, ପୂରା ବ୍ୟୟବରାଦ ସମ୍ପର୍କରେ ଜାଣନ୍ତୁ

ନୂଆଦିଲ୍ଲୀ: କରୋନା ମହାମାରୀ ସଂକ୍ରମଣ ଭିତରେ ଆଜି କେନ୍ଦ୍ର ସରକାର ୨୦୨୧-୨୦୨୨ ପାଇଁ ବଜେଟ୍‌ ଉପସ୍ଥାପନ କରିଛନ୍ତି। ସ୍ୱାସ୍ଥ୍ୟ କ୍ଷେତ୍ର ପାଇଁ ବଜେଟ୍‌ରେ ୨.୨୩ ଲକ୍ଷ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଏହାର ଅର୍ଥ ଗତବର୍ଷ ଅପେକ୍ଷା ଚଳିତ ଆର୍ଥିକ ବର୍ଷରେ ସ୍ୱାସ୍ଥ୍ୟ ବଜେଟ୍‌କୁ ୧୩୭% ବୃଦ୍ଧି କରାଯାଇଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି, ଚଳିତ ବଜେଟ୍‌ରେ ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ବ୍ୟବସ୍ଥା କରାଯାଇଛି। ବିଶେଷ କରି ପ୍ରିଭେନଟିଭ ହେଲଥ, କ୍ୟୁରେଟିଭ ହେଲଥ ଓ […]

cs

Hemant Lenka
  • Published: Monday, 01 February 2021
  • , Updated: 01 February 2021, 03:25 PM IST

ନୂଆଦିଲ୍ଲୀ: କରୋନା ମହାମାରୀ ସଂକ୍ରମଣ ଭିତରେ ଆଜି କେନ୍ଦ୍ର ସରକାର ୨୦୨୧-୨୦୨୨ ପାଇଁ ବଜେଟ୍‌ ଉପସ୍ଥାପନ କରିଛନ୍ତି। ସ୍ୱାସ୍ଥ୍ୟ କ୍ଷେତ୍ର ପାଇଁ ବଜେଟ୍‌ରେ ୨.୨୩ ଲକ୍ଷ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଏହାର ଅର୍ଥ ଗତବର୍ଷ ଅପେକ୍ଷା ଚଳିତ ଆର୍ଥିକ ବର୍ଷରେ ସ୍ୱାସ୍ଥ୍ୟ ବଜେଟ୍‌କୁ ୧୩୭% ବୃଦ୍ଧି କରାଯାଇଛି।

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି, ଚଳିତ ବଜେଟ୍‌ରେ ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ବ୍ୟବସ୍ଥା କରାଯାଇଛି। ବିଶେଷ କରି ପ୍ରିଭେନଟିଭ ହେଲଥ, କ୍ୟୁରେଟିଭ ହେଲଥ ଓ ୱେଲ ବିଙ୍ଗ ବ୍ୟବସ୍ଥାକୁ ଅଧିକ ସଶକ୍ତ କରାଯିବ। ଏଥିପାଇଁ ବଜେଟ୍‌ରେ ୨.୨୩ ଲକ୍ଷ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି।

ଗତବର୍ଷ ୯୪,୪୫୨ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଭାରତ ସରକାର ଗତବର୍ଷ ଜିଡିପିର ମାତ୍ର ୧.୩% ସ୍ୱାସ୍ଥ୍ୟ ସେବାରେ ଖର୍ଚ୍ଚ କରିଥିଲେ। ସେହିପରି ୨୦୨୧-୨୨ ବଜେଟ୍‌ ଉପସ୍ଥାପନ କରିବା ବେଳେ ସ୍ୱାସ୍ଥ୍ୟ ସେବାକୁ ପ୍ରୋତ୍ସାହିତ କରିବା ପାଇଁ ନୂଆ କେନ୍ଦ୍ରୀୟ ଯୋଜନା ଘୋଷଣା କରାଯାଇଛି।

ଦେଶରେ ପ୍ରଧାନମନ୍ତ୍ରୀ ଆତ୍ମନିର୍ଭର ସ୍ୱାସ୍ଥ୍ୟ ଭାରତ ଯୋଜନା କାର୍ଯ୍ୟକାରୀ କରାଯିବ। ଏହି ଯୋଜନାରେ ଆସନ୍ତା ୬ ବର୍ଷ ପାଇଁ ୬୪,୧୮୦ କୋଟି ଟଙ୍କାର ବ୍ୟୟବରାଦ ହୋଇଛି। ସୀତାରମଣ କହିଛନ୍ତି, ଏହି ଯୋଜନାରେ ସ୍ୱାସ୍ଥ୍ୟ ବ୍ୟବସ୍ଥା ସହ ନୂଆ କରି ଆର୍ବିଭାବ ହେଉଥିବା ରୋଗର ଚିକିତ୍ସା ପାଇଁ ବ୍ୟବସ୍ଥା କରାଯିବ।

ଗ୍ରାମାଞ୍ଚଳରେ ଥିବା ୧୭ ହଜାର ଓ ସହରରେ ଥିବା ୧୧ ହଜାର ସ୍ୱାସ୍ଥ୍ୟ କେନ୍ଦ୍ରକୁ ଏହି ଯୋଜନାରେ ସହାୟତା ମିଳିବ। ନ୍ୟାଶନାଲ ହେଲଥ ମିଶନରେ ଏହା ଆଉ ଏକ ନୂଆ ଯୋଜନା ଭାବେ ସାମିଲ ହେବ। ୨୦୨୧-୨୦୨୨ରେ ଭାରତ ସରକାର କରୋନା ଟିକା ପାଇଁ ୩୫ ହଜାର କୋଟି ଟଙ୍କା ଦେବେ। ବର୍ତ୍ତମାନ ଭାରତରେ ଦୁଇଟି କରୋନା ଟିକା ମିଳୁଥିବା ବେଳେ ଖୁବଶୀଘ୍ର ଆଉ ଦୁଇଟି ଭାରତ ନିର୍ମିତ ଟିକା ମିଳିବ।

ଏହାବାଦ୍‌ ୪ଟି ନ୍ୟାଶନାଲ ଇନଷ୍ଟିଚ୍ୟୁଟ ଅଫ ଭାଇରୋଲଜି ପ୍ରତିଷ୍ଠା କରାଯିବ। ୬୩ଟି ଜିଲ୍ଲାରେ କ୍ରିଟିକାଲ ହେଲଥ କେୟାର କେନ୍ଦ୍ର ତିଆରି କରାଯିବ।

Related story