ଆରଏସଏସ୍ ମୁଖ୍ୟ ମୋହନ ଭାଗବତଙ୍କୁ ଭେଟିଲେ ଅମିତ ଶାହ

ନୂଆଦିଲ୍ଲୀ: ବିହାର ବିଧାନସଭା ନିର୍ବାଚନ ହାରିଯିବା ପରେ ସୋମବାର ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ସୋମବାର ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ (ଆରଏସଏସ) ଅଧ୍ୟକ୍ଷ ମୋହନ ଭାଗବତଙ୍କୁ ଭେଟିଥିଲେ। ସଂଘର ଦିଲ୍ଲୀ ସ୍ଥିତି କାର୍ଯ୍ୟାଳୟରେ ଦୁଇ ଜଣଙ୍କ ମଧ୍ୟରେ ପ୍ରାୟ ୨ ଘଣ୍ଟା ଧରି ଆଲୋଚନା ଚାଲି ଥିଲା। ଅମିତ ଶାହଙ୍କ ପୂର୍ବରୁ ବରିଷ୍ଠ ବିଜେପି ନେତା ତଥା କେନ୍ଦ୍ର ଗୃହ ମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ଭାଗବତଙ୍କୁ ସାକ୍ଷାତ କରିଥିଲେ। ରାଜନାଥ ବି ସଂଘର […]

amit

amit

Rakesh Mallick
  • Published: Monday, 09 November 2015
  • Updated: 09 November 2015, 09:47 AM IST

Sports

Latest News

ନୂଆଦିଲ୍ଲୀ: ବିହାର ବିଧାନସଭା ନିର୍ବାଚନ ହାରିଯିବା ପରେ ସୋମବାର ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ସୋମବାର ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ (ଆରଏସଏସ) ଅଧ୍ୟକ୍ଷ ମୋହନ ଭାଗବତଙ୍କୁ ଭେଟିଥିଲେ। ସଂଘର ଦିଲ୍ଲୀ ସ୍ଥିତି କାର୍ଯ୍ୟାଳୟରେ ଦୁଇ ଜଣଙ୍କ ମଧ୍ୟରେ ପ୍ରାୟ ୨ ଘଣ୍ଟା ଧରି ଆଲୋଚନା ଚାଲି ଥିଲା। ଅମିତ ଶାହଙ୍କ ପୂର୍ବରୁ ବରିଷ୍ଠ ବିଜେପି ନେତା ତଥା କେନ୍ଦ୍ର ଗୃହ ମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ଭାଗବତଙ୍କୁ ସାକ୍ଷାତ କରିଥିଲେ। ରାଜନାଥ ବି ସଂଘର ମୁଖିଆଙ୍କ ସହିତ ଦେଢ଼ ଘଣ୍ଟାରୁ ଅଧିକ ସମୟ ଧରି ଆଲୋଚନା କରିଥିଲେ। ସୋମବାର ବିଜେପିର ସଂସଦୀୟ ବ୍ୟାପାର କମିଟି ବୈଠକ ପୂର୍ବରୁ ଏ ଦୁଇ ନେତା ପୃଥକ ପୃଥକ ଭାବେ ମୋହନ ଭାଗବତଙ୍କୁ ଭେଟିଥିଲେ। ବିହାର ନିର୍ବାଚନ ସଂପର୍କରେ ହିଁ ଏହି ଦୁଇ ନେତା ତାଙ୍କ ସହିତ ଆଲୋଚନା କରିଥିବା ଜଣାପଡ଼ିଛି।

ଅନ୍ୟପକ୍ଷେ ଶତୃଘ୍ନ ସିହ୍ନାଙ୍କ ଭଳି କିଛି ନେତା ବିହାର ନିର୍ବାଚନରେ ପରାଜୟ ନେଇ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ଉପରଙ୍କୁ ଅଙ୍ଗୁଳି ଉଠାଇଛନ୍ତି। ସେ ଅମିତଙ୍କ ରଣନୀତି ଉପରେ ପ୍ରଶ୍ନ କରିଛନ୍ତି। ତାହା ସହିତ ଶତ୍ରୁଘ୍ନ କହିଛନ୍ତି ଯେ ନିର୍ବାଚନରେ ତାଙ୍କୁ ଉପଯୋଗ କରାଯାଇଥିଲା ଫଳାଫଳ ଭିନ୍ନ ହୋଇ ଥାଆନ୍ତା। ସେହିଭଳି ଗତକାଲି ଦଳର ଅନ୍ୟତମ ବରିଷ୍ଠ ନେତା ମଧ୍ୟ ଅରୁଣ ସୌରୀ ବିହାର ବିଧାନସଭା ପରାଜୟ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଅମିତ ଶାହ ଓ ଅରୁଣ ଜେଟଲୀଙ୍କୁ ଦାୟୀ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos