ଦମ ଅଛି ତ ଗିରଫ କର, ମମତାଙ୍କୁ କହିଲେ ଶାହ

ଜୟନଗର: ପଶ୍ଚିମବଙ୍ଗରେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ହେଲିକପ୍ଟର ଲ୍ୟାଣ୍ଡିଂ ପାଇଁ ଅନୁମତି ମିଳିନାହିଁ। ଏହି କାରଣରୁ ଶାହଙ୍କ କାର୍ଯ୍ୟକ୍ରମ ବାତିଲ ହୋଇଛି। ତେବେ କାର୍ଯ୍ୟକ୍ରମ ବାତିଲ ହେବା ପରେ ସଭାସ୍ଥଳରେ ବିଜେପି ଓ ଟିଏମସି କର୍ମୀ ମୁହାଁମୁହିଁ ହୋଇଛନ୍ତି। ଶ୍ରୀ ଶାହ ଆଜି ଯେଉଁ ସ୍ଥାନରେ ସଭା କରିବାର ଥିଲା ସେଠାରେ ଯାଦବପୁର ବିଜେପି ପ୍ରାର୍ଥୀ ଅନୁପମ ହଜାରେ ଅପେକ୍ଷା କରିଥିଲେ। ଏହି ସମୟରେ କ୍ଷମତାସୀନ ତୃଣମୂଳ କଂଗ୍ରେସର ଏକ ଶୋଭାଯାତ୍ରା ଉକ୍ତ ରାସ୍ତା […]

z

Hemant Lenka
  • Published: Monday, 13 May 2019
  • , Updated: 13 May 2019, 05:29 PM IST

ଜୟନଗର: ପଶ୍ଚିମବଙ୍ଗରେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ହେଲିକପ୍ଟର ଲ୍ୟାଣ୍ଡିଂ ପାଇଁ ଅନୁମତି ମିଳିନାହିଁ। ଏହି କାରଣରୁ ଶାହଙ୍କ କାର୍ଯ୍ୟକ୍ରମ ବାତିଲ ହୋଇଛି। ତେବେ କାର୍ଯ୍ୟକ୍ରମ ବାତିଲ ହେବା ପରେ ସଭାସ୍ଥଳରେ ବିଜେପି ଓ ଟିଏମସି କର୍ମୀ ମୁହାଁମୁହିଁ ହୋଇଛନ୍ତି।

ଶ୍ରୀ ଶାହ ଆଜି ଯେଉଁ ସ୍ଥାନରେ ସଭା କରିବାର ଥିଲା ସେଠାରେ ଯାଦବପୁର ବିଜେପି ପ୍ରାର୍ଥୀ ଅନୁପମ ହଜାରେ ଅପେକ୍ଷା କରିଥିଲେ। ଏହି ସମୟରେ କ୍ଷମତାସୀନ ତୃଣମୂଳ କଂଗ୍ରେସର ଏକ ଶୋଭାଯାତ୍ରା ଉକ୍ତ ରାସ୍ତା ଦେଇ ଯାଇଥିଲା। ଏହାକୁ ନେଇ ବିଜେପି ଓ ତୃଣମୂଳ କଂଗ୍ରେସର କର୍ମୀଙ୍କ ମଧ୍ୟରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ଶେଷରେ ପୁଲିସ୍‌ ଏଥିରେ ହସ୍‌କ୍ଷେପ କରିବାରୁ ପରିବେଶ ଶାନ୍ତ ପଡ଼ିଥିଲା।

ଆଜି ଶାହ ୩ଟି ସ୍ଥାନରେ ରାଲି କରିଥାଆନ୍ତେ। ହେଲେ ଗୋଟିଏ ରାଲିରେ ସେ ଉଦ୍‌ବୋଧନ ଦେବାକୁ ସକ୍ଷମ ହୋଇଛନ୍ତି। ଦକ୍ଷିଣ ୨୪ ପ୍ରଙ୍ଗଣାରେ ଉଦ୍‌ବୋଧନ ଦେଇ ଶାହ କହିଛନ୍ତି, “ ମୁଁ ଆଜି ୩ଟି ସ୍ଥାନକୁ ଯାଇଥାଆନ୍ତି। ଏହି ୩ଟି ସ୍ଥାନ ମଧ୍ୟରୁ ଗୋଟିଏ ଲୋକସଭା ଆସନରେ ମମତା ବାନାର୍ଜୀଙ୍କ ପୁତୁରା ଲଢ଼ୁଛନ୍ତି। କାଳେ ସେ ହାରିଯିବେ, ସେଥିପାଇଁ ମମତା ବ୍ୟସ୍ତ ବିବ୍ରତ ହୋଇପଡ଼ିଛନ୍ତି। ଏଥିପାଇଁ ସେ ଆମ ସଭା ପାଇଁ ଅନୁମତି ଦେଇନାହାନ୍ତି। ମୁଁ ମମତାଙ୍କୁ ଖୋଲା ଚ୍ୟାଲେଞ୍ଜ ଦେବାକୁ ଚାହେଁ। ମୁଁ ଏଠାରେ ଜୟ ଶ୍ରୀରାମ ନାରା ଦେଉଛି। ଯଦି ଦିଦିଙ୍କ ଦମ୍ ବା ସାହସ ଅଛି, ତା’ହେଲେ ସେ ମୋତେ ଗିରଫ କରି ଦେଖାନ୍ତୁ।”

କିଛି ଦିନ ତଳେ ମମତା ବାନାର୍ଜୀ କାରରେ ଗଲାବେଳେ ଦଳେ ଲୋକ 'ଜୟ ଶ୍ରୀରାମ' ନାରା ଦେଇଥିଲେ। ଏଥିରେ ରାଗି ଯାଇ ମମତା କାର ଅଟକାଇ ସେହି ଲୋକଙ୍କୁ ଗୋଡ଼ାଇବା ସହିତ ଚିତ୍କାର କରି ଗାଳି ଦେଇଥିଲେ। ଏହିଁ ଘଟଣାକୁ ନେଇ ଆଜି ଶାହ ଏଭଳି ମନ୍ତବ୍ୟ ଦେଇଛନ୍ତି।

Related story