‘ନ୍ୟାଟ୍‌ଗ୍ରୀଡ୍‌’ର ଆରମ୍ଭ କରାଇବେ ଶାହ, ମୁଖ୍ୟ ରହିବେ ଓଡ଼ିଆ ପୁଅ ଅଶୋକ!

ନୂଆଦିଲ୍ଲୀ: ବାସ୍ତବ ରୂପ ନେବ ପୂର୍ବତନ କେନ୍ଦ୍ର ଗୃହମନ୍ତ୍ରୀ ତଥା ବର୍ତ୍ତମାନ ତିହାର ଜେଲରେ ଥିବା ପି ଚିଦାମ୍ବରମ୍‌ଙ୍କ ଡ୍ରିମ୍‌ ପ୍ରୋଜେକ୍ଟ ନ୍ୟାଟ୍‌ଗ୍ରୀଡ୍‌। ଶୁକ୍ରବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଅତ୍ୟାଧୁନିକ ଗୁଇନ୍ଦା ସଂସ୍ଥା ‘ନ୍ୟାଟ୍‌ଗ୍ରୀଡ୍‌’କୁ ନେଇ ଏକ ଉଚ୍ଚସ୍ତରୀୟ ବୈଠକ କରିବାର ଅଛି। ଗୁରୁବାର ସକାଳେ ଉଚ୍ଚ ପଦସ୍ଥ ଅଧିକାରୀମାନେ ଏ ବାବଦରେ ଶାହଙ୍କୁ ଅବଗତ କରାଇବେ। ତେବେ ସବୁଠାରୁ ବଡ଼ କଥା ହେଉଛି, ବର୍ତ୍ତମାନ ଓଡ଼ିଆ ଆଇପିଏସ୍‌ ଅଶୋକ ପଟ୍ଟନାୟକ ଏହାର ସିଇଓ ଅଛନ୍ତି। […]

shah

Subrat Kumar Nayak
  • Published: Wednesday, 11 September 2019
  • , Updated: 11 September 2019, 10:00 PM IST

ନୂଆଦିଲ୍ଲୀ: ବାସ୍ତବ ରୂପ ନେବ ପୂର୍ବତନ କେନ୍ଦ୍ର ଗୃହମନ୍ତ୍ରୀ ତଥା ବର୍ତ୍ତମାନ ତିହାର ଜେଲରେ ଥିବା ପି ଚିଦାମ୍ବରମ୍‌ଙ୍କ ଡ୍ରିମ୍‌ ପ୍ରୋଜେକ୍ଟ ନ୍ୟାଟ୍‌ଗ୍ରୀଡ୍‌। ଶୁକ୍ରବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଅତ୍ୟାଧୁନିକ ଗୁଇନ୍ଦା ସଂସ୍ଥା ‘ନ୍ୟାଟ୍‌ଗ୍ରୀଡ୍‌’କୁ ନେଇ ଏକ ଉଚ୍ଚସ୍ତରୀୟ ବୈଠକ କରିବାର ଅଛି। ଗୁରୁବାର ସକାଳେ ଉଚ୍ଚ ପଦସ୍ଥ ଅଧିକାରୀମାନେ ଏ ବାବଦରେ ଶାହଙ୍କୁ ଅବଗତ କରାଇବେ।

ତେବେ ସବୁଠାରୁ ବଡ଼ କଥା ହେଉଛି, ବର୍ତ୍ତମାନ ଓଡ଼ିଆ ଆଇପିଏସ୍‌ ଅଶୋକ ପଟ୍ଟନାୟକ ଏହାର ସିଇଓ ଅଛନ୍ତି। ସେ ଅବସର ନେବା ପୂର୍ବରୁ ଏହାକୁ ପୂର୍ଣ୍ଣ କାର୍ଯ୍ୟକ୍ଷମ କରାଇବାକୁ ତାଙ୍କ ଟିମ୍‌ ପୂରା ଦମ୍‌ରେ ଲାଗିଛି। ଭୁବନେଶ୍ୱର ୟୁନିଟ୍‌-୩ର ଅଶୋକ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ମନମୋହନ ସିଂହଙ୍କ ଜ୍ୱାଇଁ। ୨୦୧୬ ମସିହା ଜୁଲାଇରୁ ସେ ଏହି ଦାୟିତ୍ୱରେ ଅଛନ୍ତି। ୨୦୦୭ ମସିହାରେ ସେ ତାଙ୍କ ଶ୍ୱଶୁର ମନମୋହନ ସିଂହଙ୍କଠାରୁ ସାହସିକତା ପାଇଁ ରାଷ୍ଟ୍ରପତି ପଦକ ମଧ୍ୟ ଗ୍ରହଣ କରିଥିଲେ। ସେ ମନମୋହନଙ୍କ ଝିଅ ଦାମନ ସିଂହଙ୍କୁ ବିବାହ କରିଛନ୍ତି।

ଅଶୋକଙ୍କ ବ୍ୟତୀତ ଏନ୍‌ଆଇଓ ଶିମ୍‌ଲାରେ କାର୍ଯ୍ୟ କରିସାରିଥିବା ବୈଜ୍ଞାନିକ ସୌରଭ ଗୁପ୍ତା ଏଥିରେ ନିଯୁକ୍ତ ଅଛନ୍ତି। ସେ ବ୍ୟବସ୍ଥାଗତ ପରିବର୍ତ୍ତନ ପାଇଁ ପ୍ରୟାସ କରୁଛନ୍ତି। ଅନ୍ୟପକ୍ଷରେ ୨୦୧୪ ମସିହାରୁ ସଚିବ ଭାବେ କାର୍ଯ୍ୟ କରୁଥିବା ଆଶିଷ ଗୁପ୍ତା ଏଠାରେ ନିଯୁକ୍ତ ପ୍ରମୁଖ ଅଧିକାରୀ।

ନୂଆଦିଲ୍ଲୀଠାରେ ଥିବା ନ୍ୟାଟ୍‌ଗ୍ରୀଡ୍‌ କାର୍ଯ୍ୟାଳୟ ବିଭିନ୍ନ ଅତ୍ୟାଧୁନିକ ଉପକରଣ ସହିତ ପ୍ରସ୍ତୁତ ହୋଇ ରହିଛି। ଡିସେମ୍ବର ସୁଦ୍ଧା ଏହାର କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି। କିନ୍ତୁ ବିଶେଷ ସୂତ୍ରରୁ ଜଣାପଡ଼ିଛି ଏହାର ଉଦ୍‌ଘାଟନ ମାର୍ଚ୍ଚ ମାସକୁ ଘୁଞ୍ଚିଯାଇପାରେ। ଯଦି ଅଶୋକ ଅବସର ନେବା ଆଗରୁ ଏହା ଆରମ୍ଭ ହେବ ଓଡ଼ିଶା ପାଇଁ ନିଶ୍ଚୟ ଏକ ଗର୍ବର ବିଷୟ ହେବ।

କାରଣ ଏହା ଗୁଇନ୍ଦା କ୍ଷେତ୍ରରେ ଭାରତକୁ ବହୁ ଆଗକୁ ନେଇଯିବ। ଆତଙ୍କବାଦୀ କାର୍ଯ୍ୟକଳାପ ବା ଅନ୍ୟ କିଛି ଅପରାଧକୁ ଟ୍ରାକ୍ କରିବା ସହଜ ହୋଇଯିବ। ଏହା କାର୍ଯ୍ୟକାରୀ ହେଲେ କିଛି କ୍ଷଣରେ ଅଭିଯୁକ୍ତର ଜନ୍ମକୁଣ୍ଡଳୀ ତଦନ୍ତକାରୀ ସଂସ୍ଥା ପାଖରେ ପହଞ୍ଚିଯିବ। ମୋଟ ଉପରେ କହିବାକୁ ଗଲେ ଫିଲ୍ମର ଦୃଶ୍ୟ ପରି ବହୁ ଅବିଶ୍ୱସନୀୟ ଉପାୟରେ ତଦନ୍ତ ସରଳ ହୋଇଯିବ। କାରଣ ଏଥିରେ ରିଅଲ ଟାଇମ୍‌ ଟ୍ରାକିଂ ବ୍ୟବସ୍ଥା ରହିବ।

Related story