ପୂର୍ବ ଭୁଲ୍ ସୁଧାରି ଗୁଜରାଟରେ କଂଗ୍ରେସର ହିସାବ ନିକାଶ କଲେ ଶାହ

ଅହମଦାବାଦ: ଗୁଜରାଟ ରାଜ୍ୟସଭା ନିର୍ବାଚନରେ ମୋଟ୍ ୪ଟି ଆସନରୁ ବିଜେପି ୩ଟି ଆସନରେ କଂଗ୍ରେସ ଗୋଟିଏ ଆସନରେ ବିଜୟୀ ହୋଇଛି। ବିଧାୟକଙ୍କ ସଂଖ୍ୟା ଦେଖିଲେ ଉଭୟ ବିଜେପି ଦୁଇଟି ଏବଂ କଂଗ୍ରେସ ଗୋଟିଏ ଆସନରେ ବିଜୟୀ ହେବା ନିଶ୍ଚିତ ଥିଲା। ହେଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ନେତୃତ୍ୱରେ ବିଜେପି ବିରୋଧୀ କଂଗ୍ରେସକୁ ଚେକ୍ ଦେଇ ୨୦୧୭ ରାଜ୍ୟସଭା ନିର୍ବାଚନର ଭୁଲ ସଂଶୋଧନ କରିବାରେ ସଫଳ ହୋଇଛି। ବିଜେପିରୁ ନରହରି ଅମିନ୍, ଅଜୟ ଭରଦ୍ୱାଜ, ରାମିଳାବେନ୍ ବାରା […]

SAHA VS PATEL

SAHA VS PATEL

Subhransu Sekhar
  • Published: Saturday, 20 June 2020
  • Updated: 20 June 2020, 04:29 PM IST

Sports

Latest News

ଅହମଦାବାଦ: ଗୁଜରାଟ ରାଜ୍ୟସଭା ନିର୍ବାଚନରେ ମୋଟ୍ ୪ଟି ଆସନରୁ ବିଜେପି ୩ଟି ଆସନରେ କଂଗ୍ରେସ ଗୋଟିଏ ଆସନରେ ବିଜୟୀ ହୋଇଛି। ବିଧାୟକଙ୍କ ସଂଖ୍ୟା ଦେଖିଲେ ଉଭୟ ବିଜେପି ଦୁଇଟି ଏବଂ କଂଗ୍ରେସ ଗୋଟିଏ ଆସନରେ ବିଜୟୀ ହେବା ନିଶ୍ଚିତ ଥିଲା। ହେଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ନେତୃତ୍ୱରେ ବିଜେପି ବିରୋଧୀ କଂଗ୍ରେସକୁ ଚେକ୍ ଦେଇ ୨୦୧୭ ରାଜ୍ୟସଭା ନିର୍ବାଚନର ଭୁଲ ସଂଶୋଧନ କରିବାରେ ସଫଳ ହୋଇଛି।

ବିଜେପିରୁ ନରହରି ଅମିନ୍, ଅଜୟ ଭରଦ୍ୱାଜ, ରାମିଳାବେନ୍ ବାରା ନିର୍ବାଚିତ ହୋଇଛନ୍ତି। ସେହିପରି କଂଗ୍ରେସରୁ ଶକ୍ତିସିଂହ ଗୋହିଲ୍ ନିର୍ବାଚିତ ହୋଇଛନ୍ତି। ତେବେ ଭୋଟ୍ ଗଣତି ବେଳେ ବିଜେପି ଏବଂ କଂଗ୍ରେସ ମୁହାଁମୁହିଁ ହୋଇଥିଲେ। ଭୋଟ ଗଣତି ବେଳେ ବିଜେପିର ଦୁଇ ବିଧାୟକଙ୍କ ଭୋଟ୍ ନାକଚ କରିବା ପାଇଁ କଂଗ୍ରେସ ଦାବି କରିଥିଲା। ହେଲେ ନିର୍ବାଚନ କମିଶନଙ୍କ ସହ ଆଲୋଚନା ପରେ ଏହି ଭୋଟକୁ କାଏମ ରଖିଥିଲେ ରିଟର୍ଣ୍ଣିଂ ଅଫିସର। ଶେଷରେ ବିଜେପି ତିନୋଟି ଆସନରେ ବିଜୟୀ ହୋଇଛି।

ଶାହଙ୍କ ରଣନୀତି

ଗୁଜରାଟରେ ୧୮୨ ବିଧାନସଭା ଆସନରୁ ବିଜେପି ପାଖରେ ୧୦୩, କଂଗ୍ରେସ ପାଖରେ ୬୫, ଭାରତୀୟ ଟ୍ରାଇବାଲ ପାର୍ଟି ୨, ଏମସିପି ୧ ଏବଂ ଜଣେ ସ୍ୱାଧୀନ ବିଧାୟକ ରହିଛନ୍ତି। ସଂଖ୍ୟା ଦୃଷ୍ଟିରୁ ବିଜେପି ଦୁଇଟି ଆସନରେ ବିଜୟୀ ହେବା ଏକ ପ୍ରକାର ସ୍ପଷ୍ଟ ଥିଲା। ହେଲେ ତୃତୀୟ ଆସନ ପାଇଁ ଅମିତ ଶାହ ପ୍ରସ୍ତୁତ କରିଥିଲେ ସିକ୍ରେଟ୍ ରଣନୀତି। ଯାହାର ପ୍ରଭାବରେ କଂଗ୍ରେସର ଅନେକ ବିଧାୟକ ଦଳରୁ ଇସ୍ତଫା ଦେଇଥିଲେ। ଅନ୍ୟପଟେ କରୋନା ଭାଇରସ ପାଇଁ ନିର୍ବାଚନ ବିଳମ୍ୱ ହେବାରୁ ବିଜେପି ଆହୁରି ସମୟ ପାଇଥିଲା ନିଜ ସ୍ଥିତି ମଜବୁତ କରିବାକୁ।

ବିଧାୟକଙ୍କ ଇସ୍ତଫା ଯୋଗୁଁ ମୋଟ୍ ୧୮୨ ଆସନରୁ ଖାଲି ପଡ଼ିଥିଲା ୧୦ ଆସନ୍। ଏଥିମଧ୍ୟରୁ ୮ ଜଣ କଂଗ୍ରେସ ବିଧାୟକ ଥିବା ବେଳେ କୋର୍ଟ କେସ୍ ପାଇଁ ଦୁଇ ଜଣଙ୍କ ସଭ୍ୟ ପଦ ରଦ୍ଦ ହୋଇଛି। ତେବେ ତୃତୀୟ ଆସନ ବିଜୟୀ ହେବା ପାଇଁ ବିଜେପି ଅଜୟ ଭରଦ୍ୱାଜ, ରାମିଳାବେନଙ୍କ ସହିତ ନରହରି ଅମିନଙ୍କୁ ନେଇ ବାଜି ଲଗାଇଥିଲା ବିଜେପି। କଂଗ୍ରେସର ୮ ବିଧାୟକ ଦଳରୁ ଇସ୍ତଫା ଦେବା ପରେ ଭାରତୀୟ ଟ୍ରାଇବାଲ ପାର୍ଟିର ଦୁଇ ବିଧାୟକ ଏବଂ ସ୍ୱାଧୀନ ବିଧାୟକଙ୍କ ସହ ଅନ୍ୟାନ୍ୟ ଅଣ ବିଜେପି ବିଧାୟକଙ୍କ ଭୋଟ୍ ଉପରେ କଂଗ୍ରେସର ନଜର ଥିଲା।

ଏହି ବିଧାୟକଙ୍କ ଦ୍ୱାରା କଂଗ୍ରେସ ଦ୍ୱିତୀୟ ଆସନରେ ବିଜୟୀ ହେବ ବୋଲି ଆକଳନ କରିଥିଲା। ହେଲେ ଭୋଟିଂ ବେଳେ ଭାରତୀୟ ଟ୍ରାଇବାଲ ପାର୍ଟିର ଦୁଇ ବିଧାୟକ ଭୋଟ୍ ଦେଇନଥିଲେ। ଉଭୟ ବିଜେପି ଏବଂ କଂଗ୍ରେସ ଦଳିତ ମାନଙ୍କ ପାଇଁ କିଛି କରୁନଥିବା କହି ଏମାନେ ଭୋଟ୍ ଦାନରୁ ବିରତ ରହିଲେ। ଆଉ ଏହା ଶେଷରେ ବିଜେପିକୁ ହିଁ ସୁହାଇଲା। ଅର୍ଥାତ୍ ମୋଟ୍ ୧୭୦ ଜଣ ବିଧାୟକ ଭୋଟ୍ ଦେଇଥିଲେ। ଗୋଟିଏ ଆସନ ଜିତିବା ପାଇଁ ୩୫ ବିଧାୟକଙ୍କ ସମର୍ଥନ ଆବଶ୍ୟକ ଥିଲା। ତେବେ ଦୁଇ ବିଧାୟକ ଭୋଟ୍ ନଦେବାରୁ ବିଜେପିକୁ ତୃତୀୟ ଆସନରେ ଜିତିବା ସହଜ ହୋଇଗଲା ବୋଲି ରାଜନୀତିକ ସମୀକ୍ଷକ କହିଛନ୍ତି।

ସୂଚନାଯୋଗ୍ୟ, ୨୦୧୭ ରାଜ୍ୟସଭା ନିର୍ବାଚନ ବେଳେ ଅହମଦ ପଟେଲଙ୍କୁ ରୋକିବା ପାଇଁ ବିଜେପି ସମସ୍ତ ପ୍ରକାର ଚେଷ୍ଟା କରିଥିଲା। ହେଲେ ଶେଷରେ ବିଫଳ ହୋଇଥିଲା। ଏବେ ବିଜେପି ଏହାର ପ୍ରତିଶୋଧ ନେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos