ପୁଲିସ୍‌ କମିଶନରଙ୍କୁ ସମନ୍‌ କରି ଭର୍ତ୍ସନା କଲେ ଅମିତ ଶାହ

ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ଦିଲ୍ଲୀର ଚାନ୍ଦିନ ଚୌକଠାରେ ସାଂପ୍ରଦାୟିକ ଦଙ୍ଗା ଘଟଣା ଏବେ ସାରା ଦେଶରେ ହଇଚଇ ସୃଷ୍ଟି କରିଛି। ସ୍ଥିତି ଏବେ ବି ଉତ୍ତେଜନାପୂର୍ଣ୍ଣ ରହିଥିବାରୁ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଦିଲ୍ଲୀ ପୁଲିସ୍‌ କମିଶନର ଅମୂଲ୍ୟ ପଟ୍ଟନାୟକଙ୍କୁ ସମନ କରିଥିଲେ। କମିଶନର ମଧ୍ୟ ତୁରନ୍ତ ମନ୍ତ୍ରଣାଳୟରେ ପହଞ୍ଚି ସ୍ଥିତି ସମ୍ପର୍କରେ ଶ୍ରୀ ଶାହଙ୍କୁ ରିପୋର୍ଟ ଦେଇଛନ୍ତି। ଏହି ସମୟରେ ଶ୍ରୀ ପଟ୍ଟନାୟକଙ୍କୁ ସ୍ୱରାଷ୍ଟ୍ର ମନ୍ତ୍ରୀ ଭର୍ତ୍ସନା କରିଥିବା ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ […]

q

Hemant Lenka
  • Published: Wednesday, 03 July 2019
  • , Updated: 03 July 2019, 01:09 PM IST

ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ଦିଲ୍ଲୀର ଚାନ୍ଦିନ ଚୌକଠାରେ ସାଂପ୍ରଦାୟିକ ଦଙ୍ଗା ଘଟଣା ଏବେ ସାରା ଦେଶରେ ହଇଚଇ ସୃଷ୍ଟି କରିଛି। ସ୍ଥିତି ଏବେ ବି ଉତ୍ତେଜନାପୂର୍ଣ୍ଣ ରହିଥିବାରୁ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଦିଲ୍ଲୀ ପୁଲିସ୍‌ କମିଶନର ଅମୂଲ୍ୟ ପଟ୍ଟନାୟକଙ୍କୁ ସମନ କରିଥିଲେ।

କମିଶନର ମଧ୍ୟ ତୁରନ୍ତ ମନ୍ତ୍ରଣାଳୟରେ ପହଞ୍ଚି ସ୍ଥିତି ସମ୍ପର୍କରେ ଶ୍ରୀ ଶାହଙ୍କୁ ରିପୋର୍ଟ ଦେଇଛନ୍ତି। ଏହି ସମୟରେ ଶ୍ରୀ ପଟ୍ଟନାୟକଙ୍କୁ ସ୍ୱରାଷ୍ଟ୍ର ମନ୍ତ୍ରୀ ଭର୍ତ୍ସନା କରିଥିବା ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ପୁଲିସ୍‌ ଘଟଣାରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନେଇ ନଥିବାରୁ ଶ୍ରୀ ଶାହ ପୁଲିସ୍‌ କମିଶନରଙ୍କୁ ତାଗିଦ କରିଥିବା ଜଣାପଡ଼ିଛି।

ପୁଲିସ୍‌ ଏହି ଘଟଣାରେ କି କି କାର୍ଯ୍ୟାନୁଷ୍ଠାନ ନେଇଛି? କାହା ବିରୋଧରେ ମାମଲା ରୁଜୁ ହୋଇଛି? କ’ଣ ଏହି ଘଟଣାରେ ପୁଲିସ୍‌ କାହାକୁ ଗିରଫ କରିଛି କି? ବର୍ତ୍ତମାନ ସ୍ଥିତି କେମିତି ରହିଛି, ଏସବୁ ସମ୍ପର୍କରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଶାହ ଦିଲ୍ଲୀ ପୁଲିସ୍‌ କମିଶନର ଶ୍ରୀ ପଟ୍ଟନାୟକଙ୍କୁ ପ୍ରଶ୍ନ କରିଥିଲେ।

ଶ୍ରୀ ଶାହଙ୍କ ସହ ବୈଠକ ପରେ ଦିଲ୍ଲୀ ପୁଲିସ୍‌ କମିଶନର ଶ୍ରୀ ପଟ୍ଟନାୟକ କହିଛନ୍ତି, “ହଉଜ କାଉଜ୍‌ ଅଞ୍ଚଳରେ ଦଙ୍ଗା ସୃଷ୍ଟି ହୋଇଥିଲା। ମୁଁ ଏସମ୍ପର୍କରେ କେନ୍ଦ୍ରମନ୍ତ୍ରୀଙ୍କୁ ଜଣାଇଛି। ଏହା ଏକ ରୁଟିନ୍‌ ପ୍ରକ୍ରିୟା। ଏବେ ବି ସ୍ଥିତି ନିୟନ୍ତ୍ରଣାଧୀନ ରହିଛି। ଆମେ ଏହି ଘଟଣାରେ ୪ ଜଣଙ୍କୁ ଗିରଫ କରିଛୁ। ଆମ ପାଖରେ ସିସିଟିଭିର ଫୁଟେଜ ରହିଛି। ଯେଉଁମାନେ ଏହି ଘଟଣାରେ ସାମିଲ ଥିବେ ସମସ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ।”

ରବିବାର ସୃଷ୍ଟି ହୋଇଥିବା ଦଙ୍ଗା ପରେ ସ୍ଥାନୀୟ ଅଞ୍ଚଳରେ ୧ହଜାର ଅତିରିକ୍ତ ସୁରକ୍ଷାକର୍ମୀ ମୁତୟନ କରାଯାଇଛି। ସ୍ଥାନୀୟ ଅଞ୍ଚଳରେ ଦୋକାନ ବଜାର ବନ୍ଦ ରହିଥିବା ବେଳେ ଲୋକମାନେ ଘର ମଧ୍ୟରେ ରହିବାକୁ ଶ୍ରେୟ ମଣିଛନ୍ତି। ରବିବାର ମହମ୍ମଦ ନାମକ ଜଣେ ବ୍ୟକ୍ତି ଫଳ ବେପାରୀ ସଞ୍ଜୀବ ଗୁପ୍ତାଙ୍କ ଘର ବାହାରେ କାର ଥୋଇଥିବାରୁ ଏହାକୁ ନେଇ ଦୁଇ ଜଣଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା।

ଏହାପରେ ମହମ୍ମଦ ଅନ୍ୟ ସହଯୋଗୀମାନଙ୍କୁ ଡାକି ସଞ୍ଜୀବ ଓ ତାଙ୍କ ଘରେ ଆକ୍ରମଣ କରିଥିଲେ। ପୁଲିସ୍‌ ମହମ୍ମଦଙ୍କୁ ଏ ସମ୍ପର୍କରେ ଅଟକ ରଖି ପଚାରା ଉଚରା କରୁଥିବା ବେଳେ ତାଙ୍କ ସହଯୋଗୀମାନେ ପୁଲିସ୍‌ ଷ୍ଟେସନ ବାହାରେ ବିକ୍ଷୋଭ କରିଥିଲେ।

ଏହି ସମୟରେ ସେମାନେ ନିକଟରେ ଥିବା ଏକ ମନ୍ଦିରକୁ ମଧ୍ୟ ଭାଙ୍ଗି ଦେଇଥିଲେ। ଏହାକୁ ନେଇ ଦୁଇ ସଂପ୍ରଦାୟ ମଧ୍ୟରେ ଦଙ୍ଗା ସ୍ଥିତି ସୃଷ୍ଟି ହୋଇଥିଲା।

Related story