ଗାନ୍ଧିନଗର: ସ୍ୱରାଷ୍ଟ୍ର ମନ୍ତ୍ରୀ ତଥା ବିଜେପି ସଭାପତି ଅମିତ ଶାହ ଆଜି ଦିନିକିଆ ଗୁଜରାଟ ଗସ୍ତରେ ରହିଛନ୍ତି। ବ୍ୟକ୍ତିଗତ କାମରେ ସେ ଗୁଜରାଟରେ ଅଛନ୍ତି ବୋଲି ଜଣାପଡ଼ିଛି।
ସେ ଆଜି ସକାଳେ ଅହମଦାବଦରେ ଥିବା କେଡି ହସ୍ପିଟାଲରେ ଭର୍ତ୍ତି ହୋଇ ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରାଇଛନ୍ତି। ଏ ନେଇ ଗୁଜରାଟ ବିଜେପିର ମୁଖପାତ୍ର ଭରତ ପାଣ୍ଡ୍ୟା ସୂଚନା ଦେଇଛନ୍ତି।
ତେବେ ଅମିତ ଶାହଙ୍କ ସ୍ୱାସ୍ଥ୍ୟଗତ ବାବଦରେ ସମ୍ପୂର୍ଣ୍ଣ ରିପୋର୍ଟ ପ୍ରକାଶ କରିବାକୁ କେଡି ହସ୍ପିଟାଲ କତ୍ତୃପକ୍ଷ ମନା କରିଦେଇଥିଲେ। ଆସନ୍ତାକାଲି ଶାହ ଦିଲ୍ଲୀ ଫେରିବାର କାର୍ଯ୍ୟକ୍ରମ ରହିଛି।