କରୋନା ନେଗେଟିଭ ଖବରକୁ ନେଇ ପ୍ରତିକ୍ରିୟା ରଖିଲେ ଅମିତାଭ ବଚ୍ଚନ

ମୁମ୍ୱାଇ: ବଲିଉଡ ମେଗାଷ୍ଟାର ଅମିତାଭ ବଚ୍ଚନ ଏବଂ ତାଙ୍କ ପୁଅ ଅଭିଷେକ ବଚନ ସମେତ ବୋହୂ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ମୁମ୍ୱାଇର ନାନାବତୀ ହସ୍ପିଟାଲରେ ଉଭୟ ବାପୁ ପୁଅ ଚିକିତ୍ସାଧୀନ ରହିଛନ୍ତି। କରୋନାରେ ଆକ୍ରାନ୍ତ ହୋଇଥିବା ନେଇ ଅମିତାଭ ଟୁଇଟ୍ କରି ସୂଚନା ଦେଇଥିଲେ। ଏବେ ଅମିତାଭଙ୍କ ଫ୍ୟାନମାନେ ଆରୋଗ୍ୟ କାମନା କରୁଛନ୍ତି।

ଏହାରି ଭିତରେ ଗୁରୁବାର ବିଗ୍ ବିଙ୍କ କରୋନା ରିପୋର୍ଟ ନେଗେଟିଭ୍ ଆସିଥିଲା। ଯାହାକୁ ଖଣ୍ଡନ କରିଛନ୍ତି ନିଜେ ଅମିତାଭ ବଚ୍ଚନ। ସେ ଏହି ଖବରକୁ ଖଣ୍ଡନ କରିଛନ୍ତି। ଏହା ସମ୍ପୂର୍ଣ୍ଣ ଭାବରେ ଫେକ୍ ବୋଲି କହିଛନ୍ତି। କେହି ଭୁଲ୍ ଖବର ଦେଇଛି ବୋଲି ଅମିତାଭ ବଚ୍ଚନ ଏକ ଜାତୀୟ ଗଣମାଧ୍ୟମର ଭିଡିଓକୁ ଟୁଇଟ୍ କରି କହିଛନ୍ତି।

 

ଅମିତାଭ କରୋନାରେ ଆକ୍ରାନ୍ତ ଥିଲେ ମଧ୍ୟ ସୋଶାଲ ମିଡିଆରେ ସେ ଆକ୍ଟିଭ୍ ରହିଛନ୍ତି। ବିଭିନ୍ନ ସମୟରେ ସେ ଟୁଇଟର ଏବଂ ଅନ୍ୟାନ୍ୟ ସୋଶାଲ ମିଡିଆରେ ଟୁଇଟ୍ କରି ଜବାବ ଦେଉଛନ୍ତି। ସୂଚନାଯୋଗ୍ୟ, ଅମିତାଭଙ୍କ ବ୍ୟତୀତ ତାଙ୍କ ବୋହୂ ଐଶର୍ଯ୍ୟା ରାୟ ବଚ୍ଚନ ଏବଂ ନାତୁଣୀ ଆରାଧ୍ୟା ମଧ୍ୟ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ରହିଛନ୍ତି।

 

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।