ଇସ୍ତଫା ଦେଲେ ଜମ୍ମୁ-କଶ୍ମୀର ଉପରାଜ୍ୟପାଳ ଗିରୀଶ ମୁର୍ମୂ

ଶ୍ରୀନଗର: ଓଡ଼ିଶା ଜନ୍ମିତ ଗିରୀଶ ଚନ୍ଦ୍ର ମୁର୍ମୁ ବୁଧବାର ଜମ୍ମୁକଶ୍ମୀର ଉପରାଜ୍ୟପାଳ ପଦରୁ ଇସ୍ତଫା ଦେଇଛନ୍ତି। ସେ ଏଭଳି ନିଷ୍ପତ୍ତି ସେହିଦିନ ନେଇଛନ୍ତି ଯେଉଁଦିନ ଧାରା ୩୭୦ ହଟିବା ସହ ନୂଆ ରୂପ ନେଇଥିଲା ଜମ୍ମୁ-କଶ୍ମୀର। ଗିରୀଶ ନିଜ ଇସ୍ତଫା ପତ୍ର ରାଷ୍ଟ୍ରପତିଙ୍କ ନିକଟକୁ ପଠାଇ ଦେଇଛନ୍ତି। ଜାତୀୟ ଗଣମାଧ୍ୟମର ଚର୍ଚ୍ଚା ଅନୁଯାୟୀ, ସେ ଦେଶର ଆଗାମୀ ସିଏଜି ହୋଇପାରନ୍ତି। ଏବେ ଏହି ପଦବୀରେ ରାଜୀବ ମହର୍ଷି ଅଛନ୍ତି। ଖୁବ୍‌ କମ୍‌ ଦିନରେ ତାଙ୍କ କାର୍ଯ୍ୟକାଳ ସରିବାର […]

girish-murmu

Subrat Kumar Nayak
  • Published: Wednesday, 05 August 2020
  • , Updated: 06 August 2020, 07:13 AM IST

ଶ୍ରୀନଗର: ଓଡ଼ିଶା ଜନ୍ମିତ ଗିରୀଶ ଚନ୍ଦ୍ର ମୁର୍ମୁ ବୁଧବାର ଜମ୍ମୁକଶ୍ମୀର ଉପରାଜ୍ୟପାଳ ପଦରୁ ଇସ୍ତଫା ଦେଇଛନ୍ତି। ସେ ଏଭଳି ନିଷ୍ପତ୍ତି ସେହିଦିନ ନେଇଛନ୍ତି ଯେଉଁଦିନ ଧାରା ୩୭୦ ହଟିବା ସହ ନୂଆ ରୂପ ନେଇଥିଲା ଜମ୍ମୁ-କଶ୍ମୀର। ଗିରୀଶ ନିଜ ଇସ୍ତଫା ପତ୍ର ରାଷ୍ଟ୍ରପତିଙ୍କ ନିକଟକୁ ପଠାଇ ଦେଇଛନ୍ତି।

ଜାତୀୟ ଗଣମାଧ୍ୟମର ଚର୍ଚ୍ଚା ଅନୁଯାୟୀ, ସେ ଦେଶର ଆଗାମୀ ସିଏଜି ହୋଇପାରନ୍ତି। ଏବେ ଏହି ପଦବୀରେ ରାଜୀବ ମହର୍ଷି ଅଛନ୍ତି। ଖୁବ୍‌ କମ୍‌ ଦିନରେ ତାଙ୍କ କାର୍ଯ୍ୟକାଳ ସରିବାର ଅଛି।

ଯଦିଓ ଗିରୀଶ ଇସ୍ତଫା ପତ୍ର ପଠାଇଦେଇଥିବା ସୂଚନା ମିଳିଛି, ଏହାକୁ ରାଷ୍ଟ୍ରପତି ଭବନ ପକ୍ଷରୁ ଗ୍ରହଣ କରାଯାଇଛି ବା ଅଗ୍ରାହ୍ୟ କରାଯାଇଛି ତାହା ସ୍ପଷ୍ଟ ହୋଇନି।

ସୂଚନାଯୋଗ୍ୟ ଯେ, ଜମ୍ମୁ-କଶ୍ମୀର ପୁନର୍ଗଠନ ଆଇନ ୨୦୧୯ ଅଧୀନରେ ଜମ୍ମୁ-କଶ୍ମୀର ଏବଂ ଲଦାଖ ପୃଥକ ପୃଥକ କେନ୍ଦ୍ର ଶାସିତ ଅଞ୍ଚଳ ହେବା ପରେ ଗିରୀଶଙ୍କ ନିଯୁକ୍ତି ହୋଇଥିଲା। ଗତ ବର୍ଷ ଅକ୍ଟୋବରରେ ସେ ଜମ୍ମୁ-କଶ୍ମୀରର ଉପରାଜ୍ୟପାଳ ଦାୟିତ୍ୱ ନେଇଥିଲେ।

ଉପରାଜ୍ୟପାଳ ମୁର୍ମୁ ନିକଟରେ କହିଥିଲେ ଯେ କେନ୍ଦ୍ର ଶାସିତ ଅଞ୍ଚଳରେ ସୀମା ପୁଃନ ନିର୍ଦ୍ଧାରଣ କାର୍ଯ୍ୟ ସଂପୂର୍ଣ୍ଣ ଭାବେ ଶେଷ ହେବା ପରେ ହିଁ ନିର୍ବାଚନ ହେବ। ଏବେ ସୀମା ପୁଃନ ନିର୍ଦ୍ଧାରଣ କାର୍ଯ୍ୟ ଜାରି ରହିଛି। ଏହାର ପ୍ରତିକ୍ରିୟାରେ ଇସିଙ୍କ ପକ୍ଷରୁ କୁହାଯାଇଥିଲା ଯେ ନିର୍ବାଚନ କମିଶନକୁ ସମ୍ବିଧାନ ଅନୁସାରେ ଯେଉଁ ଦାୟିତ୍ୱ ଦିଆଯାଇଛି ବା କ୍ଷମତା ମିଳିଛି, ତା’କୁ ସମସ୍ତେ ସମ୍ମାନ କରିବା ଦରକାର। ତେଣୁ ଇସିଙ୍କ କାର୍ଯ୍ୟାଳୟ ବିନା ଆଉ କେହି ନିର୍ବାଚନ ପ୍ରକ୍ରିୟା ଉପରେ ଅଯଥା ହସ୍ତକ୍ଷେପ କରିବା ଠିକ ନୁହେଁ।

Related story