ପାଠ ପଢ଼ିବା ନିଶା, ଗୋଟିଏ ଗୋଡ଼ରେ ପାର କରୁଛନ୍ତି ପାହାଡ଼ିଆ ରାସ୍ତା

କଶ୍ମୀର: ଆଖିରେ ଆଖିଏ ସ୍ୱପ୍ନ। ଖୋଲା ଆକାଶରେ ଉଡ଼ିବାକୁ ପ୍ରବଳ ମନ । ହେଲେ କଟି ଯାଇଛି ଡେଣା। ତଥାପି ମରିନି ଆଶା। ଏବେବି  ପକ୍ଷୀଟିଏ ପରି ଖୋଲା ଆକାଶରେ ଉଡ଼ି ବୁଲିବାକୁ କାଶ୍ମୀରର ପରଭେଜଙ୍କ ମନରେ ଉଙ୍କି ମାରୁଛି ଆଶା । ୧୪ ବର୍ଷୀୟ ପରଭେଜଙ୍କ ଉପରେ ପିଲାଟି ବେଳୁ ଲଦି ହୋଇଛି ଦୁଃଖର ପାହାଡ଼ । ଦୁର୍ଘଟଣାରେ ସେ ନିଜର ଏକ ଗୋଡ଼ ହରାଇ ସାରିଥିବା ସତ୍ତ୍ୱେ କେବେ ହାର ମାନି ନାହାନ୍ତି।  ନିଜ […]

one-leg

one-leg

Niharika Rout
  • Published: Saturday, 04 June 2022
  • Updated: 04 June 2022, 12:18 PM IST

Sports

Latest News

କଶ୍ମୀର: ଆଖିରେ ଆଖିଏ ସ୍ୱପ୍ନ। ଖୋଲା ଆକାଶରେ ଉଡ଼ିବାକୁ ପ୍ରବଳ ମନ । ହେଲେ କଟି ଯାଇଛି ଡେଣା। ତଥାପି ମରିନି ଆଶା। ଏବେବି  ପକ୍ଷୀଟିଏ ପରି ଖୋଲା ଆକାଶରେ ଉଡ଼ି ବୁଲିବାକୁ କାଶ୍ମୀରର ପରଭେଜଙ୍କ ମନରେ ଉଙ୍କି ମାରୁଛି ଆଶା । ୧୪ ବର୍ଷୀୟ ପରଭେଜଙ୍କ ଉପରେ ପିଲାଟି ବେଳୁ ଲଦି ହୋଇଛି ଦୁଃଖର ପାହାଡ଼ । ଦୁର୍ଘଟଣାରେ ସେ ନିଜର ଏକ ଗୋଡ଼ ହରାଇ ସାରିଥିବା ସତ୍ତ୍ୱେ କେବେ ହାର ମାନି ନାହାନ୍ତି।  ନିଜ ସ୍ୱପ୍ନକୁ ବାସ୍ତବରେ ପରିଣତ କରିବାକୁ ଗୋଟିଏ ଗୋଡ଼ରେ ଦିନକୁ ୨ କିମି ପାହାଡ଼ ପର୍ବତ ଘେରା ରାସ୍ତା ଚାଲି ଚାଲି ସ୍କୁଲ ଯାଉଛନ୍ତି । ସରକାର ଏକ କୁତ୍ରିମ ଗୋଡ଼ ଯୋଗାଇ ଦେଲେ ନିଜ ସ୍ୱପ୍ନକୁ ବାସ୍ତବରେ ପରିଣତ କରିବା ତାଙ୍କ ନିମନ୍ତେ ସହଜ ହୋଇପାରନ୍ତା ବୋଲି କହିଛନ୍ତି ପରଭେଜ ।

ବିହାର ପରେ ଏବେ ସାମ୍ନାକୁ ଆସିଛନ୍ତି କଶ୍ମୀରର ଏହି ଘଟଣା । କଶ୍ମୀର ହନ୍ଦଓ୍ୱାଡ଼ାର ପରଭେଜ ନୌଗାମର ସରକାରୀ ସ୍କୁଲରେ ନବମ ଶ୍ରେଣୀରେ ପଢ଼ୁଛନ୍ତି।   ଦୁର୍ଘଟଣାରେ ସେ ଗୋଟିଏ ଗୋଡ଼ ହରାଇ ସାରିଥିବା ବେଳେ ଏବେ ଗୋଟିଏ ଗୋଡ଼ରେ ଡେଇଁ ଡେଇଁ ପ୍ରତିଦିନ ସ୍କୁଲ ଯାଉଛନ୍ତି। ପ୍ରତିଦିନ ଦୁଇ କିଲୋମିଟର ପାହାଡ଼ ପର୍ବତ ଘେରା ଅଞ୍ଚଳରେ ବିପଦଜନକ ଅବସ୍ଥାରେ ଡେଇଁ ଡେଇଁ ସ୍କୁଲ ଯାଉଥିବା ବେଳେ ଏଥିନିମନ୍ତେ  ପ୍ରବଳ କଷ୍ଟ ସ୍ୱୀକାର କରିବାକୁ ପଡ଼ୁଥିବା ସେ କହିଛନ୍ତି।

ଏନେଇ ସେ କହିଛନ୍ତି, ‘ଗୋଟିଏ ଗୋଡ଼ରେ ସନ୍ତୁଳନ ରକ୍ଷା କରି ପ୍ରତିଦିନ ୨ କିମି ଦୂରରେ ଥିବା ସ୍କୁଲ ଯାଉଛି। ରାସ୍ତା ବହୁତ କଦର୍ଯ୍ୟ। ସ୍କୁଲରେ ପହଞ୍ଚିବା ପରେ ମୁଁ ଏକଦମ ହାଲିଆ ହୋଇ ଯାଉଛି।   ଏହା ଅତ୍ୟନ୍ତ କଷ୍ଟଦାୟକ କାମ । ସରକାର ଗୋଟିଏ କୁତ୍ରିମ ଗୋଡ଼ ଯୋଗାଇ ଦେଲେ ମୁଁ ଅନ୍ୟ ପିଲାଙ୍କ ପରି ସ୍କୁଲ ଚାଲିକି ଯାଇ ପାରନ୍ତି। ମୁଁ ବି ମୋ ଜୀବନରେ କିଛି ହାସଲ କରିବାକୁ ଇଚ୍ଛା ରଖିଛି। ସମାଜ କଲ୍ୟାଣ ବିଭାଗ ପକ୍ଷରୁ ଏକ ହ୍ୱିଲ ଚେୟାର ଦିଆଯାଇଥିଲା, କିନ୍ତୁ ଗାଁ ରାସ୍ତା କଦର୍ଯ୍ୟ ହୋଇଥିବାରୁ ତାହାକୁ ବ୍ୟବହାର କରିପାରୁନି।’

ଜଣେ ମେଧାବୀ ଛାତ୍ର ଭାବେ ପରିଚିତ ପରଭେଜ ଅନ୍ୟ ପିଲାଙ୍କ ପରି କବାଡି, ଭଲିବଲ, କବାଡି ଖେଳିବାକୁ ଭଲ ପାଆନ୍ତି। ଏନେଇ ସେ କହିଛନ୍ତି, ମୋ ସାଙ୍ଗମାନେ ନିଜର ୨ ଗୋଡ଼ରେ ସ୍ୱାଭାବିକ ଭାବେ ଚାଲବୁଲ ଓ ଖେଳକୁଦ କରି ପାରୁଥିବା ବେଳେ ମୋ ଅବସ୍ଥା ମୋତେ ଖୁବ୍‌ କଷ୍ଟ ଦେଉଛି। ହେଲେ ମୋତେ ଶକ୍ତି ପ୍ରଦାନ କରୁଥିବାରୁ ଆହ୍ଲାଙ୍କୁ ଧନ୍ୟବାଦ ଜଣାଉଛି। ନିଜ ସ୍ୱପ୍ନକୁ ବାସ୍ତବ ରୂପ ଦେବାକୁ ମୋ ଭିତରେ ପ୍ରବଳ ଇଚ୍ଛା ରହିଛି।  ମୁଁ ଆଶା ରଖିଛି ଯେ, ମୋ ଭବିଷ୍ୟତ ଗଢ଼ିବା ଦିଗରେ ସରକାର ମୋତେ ସାହାଯ୍ୟ କରିବେ।

ପୁଅକୁ ଭଲ କରିବା ନିମନ୍ତେ ନିଜ ସମ୍ପତ୍ତି ବିକି ଦେଇଥିଲେ ପରଭେଜଙ୍କ ବାପା । ମୃତ୍ୟୁମୁଖରୁ ତ ପରଭେଜ ଫେରି ଆସିଲେ, କିନ୍ତୁ ଗୋଟିଏ ଗୋଡ଼ ହରାଇବାର ଦୁଃଖ ସବୁବେଳେ ତାଙ୍କୁ ଆଘାତ ଦେଉଛି। ହେଲେ ଏବେ ବାପାଙ୍କ ଆର୍ଥିକ ଅବସ୍ଥା ଆଉ ସ୍ୱଚ୍ଛଳ ନାହିଁ ଯେ ସେ ପୁଅ ପାଇଁ ଏକ କୁତ୍ରିମ ଗୋଡ଼ର ବ୍ୟବସ୍ଥା କରିପାରିବେ।

ଗତ କିଛି ଦିନ ତଳେ ବିହାରର ସୀମାଙ୍କ ଘଟଣା ବି ସାମ୍ନାକୁ ଆସିଥିଲା । ସେ ବି ଗୋଟିଏ ଗୋଡ଼ରେ ସ୍କୁଲକୁ ଯାଉଥିଲେ । ଘଟଣାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ୍ ହେବା ପରେ ତାଙ୍କୁ ବିଭିନ୍ନ ମହଲରୁ ସହାୟତା ମିଳିଥିଲା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story