ଶ୍ରୀନଗର: ଅନନ୍ତନାଗରେ ଗୁଳିବିନିମୟ, ୨ ପୋଲିସ୍ କର୍ମଚାରୀ ସହିଦ

ଶ୍ରୀନଗର: ଜମ୍ମୁ-କାଶ୍ମୀରର ଅନନ୍ତନାଗରେ ଆଜି ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ଗୁଳିବିନିମୟରେ ଦୁଇଜ଼ଣ ପୋଲିସ୍ କର୍ମଚାରୀଙ୍କ ସହିଦ ହୋଇଛନ୍ତି। ମୃତକ ମାନେ ହେଲେ ଜଣେ  ଆସିଷ୍ଟାଣ୍ଟ ସବ୍‌-ଇନ୍ସିପେକ୍ଟର, ଆଉ ଜଣେ କନଷ୍ଟେବଳ। ଏହି  ଦୁଇ ପୋଲିସ୍ କର୍ମଚାରୀ ଆତଙ୍କବାଦୀଙ୍କ ଗୁଳିରେ ଗୁରୁତର ହୋଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣା ପରେ ସୀମାରେ ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯିବା ସହ ପୁରା ଅଞ୍ଚଳରେ ସର୍ଚ୍ଚ ଅପରେସନ […]

anantnag_

Rakesh Mallick
  • Published: Saturday, 04 June 2016
  • , Updated: 04 June 2016, 03:37 PM IST

ଶ୍ରୀନଗର: ଜମ୍ମୁ-କାଶ୍ମୀରର ଅନନ୍ତନାଗରେ ଆଜି ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ଗୁଳିବିନିମୟରେ ଦୁଇଜ଼ଣ ପୋଲିସ୍ କର୍ମଚାରୀଙ୍କ ସହିଦ ହୋଇଛନ୍ତି। ମୃତକ ମାନେ ହେଲେ ଜଣେ  ଆସିଷ୍ଟାଣ୍ଟ ସବ୍‌-ଇନ୍ସିପେକ୍ଟର, ଆଉ ଜଣେ କନଷ୍ଟେବଳ। ଏହି  ଦୁଇ ପୋଲିସ୍ କର୍ମଚାରୀ ଆତଙ୍କବାଦୀଙ୍କ ଗୁଳିରେ ଗୁରୁତର ହୋଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଏହି ଘଟଣା ପରେ ସୀମାରେ ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯିବା ସହ ପୁରା ଅଞ୍ଚଳରେ ସର୍ଚ୍ଚ ଅପରେସନ କରାଯାଉଛି।

ଗତକାଲି ଦକ୍ଷିଣ କାଶ୍ମୀରର ବିଜେୱାରାରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ  ଗୁଳିବିନିୟମରେ ୩ ଜଣ ବିଏସଏଫ୍ ଯବାନ ସହିଦ ହୋଇଥିଲାବେଳେ ୬ଜଣ ଯବାନ ଆହତ ହୋଇଥିଲେ।

Related story