ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଓ ୫ ଟିଡିପି ନେତାଙ୍କ ନାମରେ ମାମଲା ରୁଜୁ କଲା ପୋଲିସ

ହାଇଦ୍ରାବାଦ: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍. ଚନ୍ଦ୍ରବାବୁ ନାଇଡୁ ଓ ତେଲୁଗୁ ଦେଶମ୍ ପାର୍ଟିର ୫ ଜଣ ନେତା ତେଲେଙ୍ଗାନା ସରକାରଙ୍କ ବିରୋଧରେ ଧମକ ଦେବା ଓ ଉସୁକାଇବା ଭଳି ଅଭିଯୋଗ ବିରୋଧରେ ହାଇଦ୍ରାବାଦ ପୋଲିସ୍ ଏକ ମାମଲା ଦାୟର କରିଛି। ପୋଲିସ୍ ଅଧିକାରୀ ଶ୍ରୀନିବାସ ରେଡ୍ଡୀ କହିଛନ୍ତି ଯେ, ଅଦାଲତଙ୍କ ନିର୍ଦ୍ଦେଶ ପରେ ଏଲବି ନଗର ଥାନାରେ ଦେଶଦ୍ରୋହ, ଷଡଯନ୍ତ୍ର ଓ ଆଇପିସି ଧାରା ଅନୁଯାୟୀ ଅପରାଧିକ ମାମଲା ଦାୟର କରାଯାଇଛି। ଏପଟେ ଆଇନଜୀବୀ ଏମ୍ ଫର୍ଣ୍ଣଦ୍ର […]

chandrababu-naidu.

Rakesh Mallick
  • Published: Friday, 26 June 2015
  • , Updated: 26 June 2015, 06:24 AM IST

ହାଇଦ୍ରାବାଦ: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍. ଚନ୍ଦ୍ରବାବୁ ନାଇଡୁ ଓ ତେଲୁଗୁ ଦେଶମ୍ ପାର୍ଟିର ୫ ଜଣ ନେତା ତେଲେଙ୍ଗାନା ସରକାରଙ୍କ ବିରୋଧରେ ଧମକ ଦେବା ଓ ଉସୁକାଇବା ଭଳି ଅଭିଯୋଗ ବିରୋଧରେ ହାଇଦ୍ରାବାଦ ପୋଲିସ୍ ଏକ ମାମଲା ଦାୟର କରିଛି।

ପୋଲିସ୍ ଅଧିକାରୀ ଶ୍ରୀନିବାସ ରେଡ୍ଡୀ କହିଛନ୍ତି ଯେ, ଅଦାଲତଙ୍କ ନିର୍ଦ୍ଦେଶ ପରେ ଏଲବି ନଗର ଥାନାରେ ଦେଶଦ୍ରୋହ, ଷଡଯନ୍ତ୍ର ଓ ଆଇପିସି ଧାରା ଅନୁଯାୟୀ ଅପରାଧିକ ମାମଲା ଦାୟର କରାଯାଇଛି। ଏପଟେ ଆଇନଜୀବୀ ଏମ୍ ଫର୍ଣ୍ଣଦ୍ର ଭାର୍ଗବ ମାଜିଷ୍ଟେଟ୍ ଅଦାଲତରେ ମୁଖ୍ୟମନ୍ତ୍ରୀ ଏନ୍. ଚନ୍ଦ୍ରବାବୁ ନାଇଡୁଙ୍କ କଥିତ ବୟାନ ଯାଞ୍ଚ କରିବାକୁ ଦାବି କରିଥିଲେ। ସେ ତାଙ୍କ ବୟାନରେ କହିଥିଲେ ଯେ, ନୋଟ୍ ବଦଳରେ ଭୋଟ୍ ମାମଲରେ ନାଇଡୁଙ୍କୁ ଗିରଫ କରିବା ପାଇଁ ଚେଷ୍ଟା କରାଗଲେ ତେଲେଙ୍ଗାନାରେ ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କ ଶାସନର ଅନ୍ତ ଘଟିବ। ଟିଡିପି ଓ ଏହାର ଅନ୍ୟ ନେତାମାନେ ତେଲେଙ୍ଗାନା ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ ଜନସାଧାରଣଙ୍କୁ ଅପମାନିତ କରିବା ସହ ଆନ୍ଧ୍ରପ୍ରଦେଶ ଲୋକଙ୍କୁ ମଧ୍ୟ ଉସୁକାଉଛନ୍ତି ବୋଲି ସେ କହିଥିଲେ। ଅଦାଲତ ପୋଲିସକୁ ଏହାର ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ପୋଲିସ ଏକ ମାମଲା ରୁଜୁ କରିଛି।

Related story