ଆନ୍ଧ୍ରର ୩ ଟିକିଆ ରାଜଧାନୀ ସ୍ୱପ୍ନ ବାସ୍ତବ ରୂପ ନେବା ଦିଗରେ ଆଉ ପାଦେ ଆଗେଇଲା

ହାଇଦ୍ରାବାଦ: ଦେଶର ପ୍ରଥମ ରାଜ୍ୟ ଭାବେ ଆନ୍ଧ୍ର ପ୍ରଦେଶରେ ୩ଟି ରାଜଧାନୀ ରହିବ। ଏନେଇ ଆରମ୍ଭ ହୋଇଥିବା ପ୍ରକ୍ରିୟା ଏ‍‍ବେ ଆଉ ପାଦେ ଆଗେଇଛି। ଆନ୍ଧ୍ର ପ୍ରଦେଶ ରାଜ୍ୟପାଳ ବିଶ୍ୱ ଭୂଷଣ ହରିଚନ୍ଦନ ଆଜି ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡି ସରକାର ଏ ସଂକ୍ରାନ୍ତରେ ଆଣିଥିବା ଦୁଇଟି ବିଲ୍‌ ଉପରେ ମୋହର ମାରିଛନ୍ତି। ଏହି ବିଲ୍‌ ଦ୍ୱୟ ହେଲା, ଆନ୍ଧ୍ର ପ୍ରଦେଶ ଡିସେଣ୍ଟ୍ରାଲାଇଜେସନ ଆଣ୍ଡ ଇନକ୍ଲୁସିଭ ଡେଭଲମେଣ୍ଟ ଅଫ ଅଲ ରିଜନ ୨୦୨୦ ଓ ଆନ୍ଧ୍ର ପ୍ରଦେଶ […]

rf

Hemant Lenka
  • Published: Saturday, 01 August 2020
  • , Updated: 01 August 2020, 04:02 PM IST

ହାଇଦ୍ରାବାଦ: ଦେଶର ପ୍ରଥମ ରାଜ୍ୟ ଭାବେ ଆନ୍ଧ୍ର ପ୍ରଦେଶରେ ୩ଟି ରାଜଧାନୀ ରହିବ। ଏନେଇ ଆରମ୍ଭ ହୋଇଥିବା ପ୍ରକ୍ରିୟା ଏ‍‍ବେ ଆଉ ପାଦେ ଆଗେଇଛି। ଆନ୍ଧ୍ର ପ୍ରଦେଶ ରାଜ୍ୟପାଳ ବିଶ୍ୱ ଭୂଷଣ ହରିଚନ୍ଦନ ଆଜି ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡି ସରକାର ଏ ସଂକ୍ରାନ୍ତରେ ଆଣିଥିବା ଦୁଇଟି ବିଲ୍‌ ଉପରେ ମୋହର ମାରିଛନ୍ତି।

ଏହି ବିଲ୍‌ ଦ୍ୱୟ ହେଲା, ଆନ୍ଧ୍ର ପ୍ରଦେଶ ଡିସେଣ୍ଟ୍ରାଲାଇଜେସନ ଆଣ୍ଡ ଇନକ୍ଲୁସିଭ ଡେଭଲମେଣ୍ଟ ଅଫ ଅଲ ରିଜନ ୨୦୨୦ ଓ ଆନ୍ଧ୍ର ପ୍ରଦେଶ କ୍ୟାପିଟାଲ ରିଜନ ଡେଭଲପମେଣ୍ଟ ଅଥୋରିଟି ବିଲ ୨୦୨୦।

ଏହି ବିଲ୍‌ ଦ୍ୱୟ ବିଧାନସଭାରେ ପାରିତ ହେବା ପରେ ଜୁଲାଇ ୧୮ରେ ରାଜ୍ୟପାଳଙ୍କ ପାଖକୁ ପଠାଯାଇଥିଲା। ରାଜ୍ୟପାଳ ହରିଚନ୍ଦନ ଗତକାଲି ଏହାକୁ ଅନୁମୋଦନ ଦେଇଛନ୍ତି।

ଜଗନ ମୋହନ ସରକାରଙ୍କ ଯୋଜନା ଅନୁଯାୟୀ, ଆନ୍ଧ୍ର ପ୍ରଦେଶରର ୩ଟି ରାଜଧାନୀ ହେବ। ବିଶାଖାପଟନମ, ଅମରାବତୀ ଓ କୁରନୁଲକୁ ଯଥାକ୍ରମେ ଏକ୍ସୁକେଟିଭ, ଲେଜିସଲେଟିଭ ଓ ଜୁଡିସିଆଲ କ୍ୟାପିଟାଲ ଭାବେ ପରିଚୟ ମିଳିବ।

ବିଶାଖାପଟନମରେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କ ଅଫିସ ରହିବ। ଅମରାବତୀରେ ରାଜ୍ୟର ବିଧାନସଭା ରହିବ ଓ ହାଇକୋର୍ଟ କୁରନୁଲରେ ରହିବ।

Related story