ଦିଲ୍ଲୀରେ ପୁଣି ଥରେ ଯୁଗ୍ମ-ଅଯୁଗ୍ମ ନିୟମ ଲାଗୁ ହେବ କି? ଜବାବ ରଖିଲେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଦିଲ୍ଲୀରେ ପୁଣି ଥରେ ଯୁଗ୍ମ-ଅଯୁଗ୍ମ ନିୟମ ଲାଗୁ ହେବ କି ? ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲଙ୍କୁ ଏହି ପ୍ରଶ୍ନ ପଚାରିଥିଲେ ଆଜି ଗଣମାଧ୍ୟମ ପ୍ରତିନିଧିମାନେ। ଯାହାର ଜବାବରେ କେଜ୍ରିଓ୍ୱାଲ କହିଛନ୍ତି, ଏବେ ଦିଲ୍ଲୀର ଆକାଶ ପୂର୍ବ ଅପେକ୍ଷା ଅଧିକ ପରିସ୍କାର ରହିଛି। ଗତ ଦୁଇ ଦିନର ବାୟୁମଣ୍ଡଳର ରିପୋର୍ଟରେ ମଧ୍ୟ ସୁଧାର ଆସିଛି। ତେଣୁ ଏବେ ଯୁଗ୍ମ ଅଯୁଗ୍ମ ନିୟମ ଲାଗୁ ହେବ ନାହିଁ ବୋଲି କେଜ୍ରିଓ୍ୱାଲ ସ୍ପଷ୍ଟ କରିଛନ୍ତି। Delhi CM Arvind Kejriwal […]

Arvind-Kejriwal

Subhransu Sekhar
  • Published: Monday, 18 November 2019
  • , Updated: 18 November 2019, 02:22 PM IST

ନୂଆଦିଲ୍ଲୀ: ଦିଲ୍ଲୀରେ ପୁଣି ଥରେ ଯୁଗ୍ମ-ଅଯୁଗ୍ମ ନିୟମ ଲାଗୁ ହେବ କି ? ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲଙ୍କୁ ଏହି ପ୍ରଶ୍ନ ପଚାରିଥିଲେ ଆଜି ଗଣମାଧ୍ୟମ ପ୍ରତିନିଧିମାନେ। ଯାହାର ଜବାବରେ କେଜ୍ରିଓ୍ୱାଲ କହିଛନ୍ତି, ଏବେ ଦିଲ୍ଲୀର ଆକାଶ ପୂର୍ବ ଅପେକ୍ଷା ଅଧିକ ପରିସ୍କାର ରହିଛି। ଗତ ଦୁଇ ଦିନର ବାୟୁମଣ୍ଡଳର ରିପୋର୍ଟରେ ମଧ୍ୟ ସୁଧାର ଆସିଛି। ତେଣୁ ଏବେ ଯୁଗ୍ମ ଅଯୁଗ୍ମ ନିୟମ ଲାଗୁ ହେବ ନାହିଁ ବୋଲି କେଜ୍ରିଓ୍ୱାଲ ସ୍ପଷ୍ଟ କରିଛନ୍ତି।

ସୂଚନାଯୋଗ୍ୟ, ଚଳିତ ମାସ ଆରମ୍ଭରୁ ଦିଲ୍ଲୀରେ ବାୟୁମଣ୍ଡଳରେ ପ୍ରଦୂଷଣ ମାତ୍ରା ବଢ଼ିଥିଲା। ଏହାପରେ ପ୍ରଦୂଷଣ କମ୍ କରିବାକୁ ଯାଇ ନଭେମ୍ୱର ୪ରୁ ୧୫ ଯାଏ ଯୁଗ୍ମ ଅଯୁଗ୍ମ ନିୟମ ଲାଗୁ କରିଥିଲେ କେଜ୍ରିଓ୍ୱାଲ ସରକାର। ୧୫ ନଭେମ୍ୱରରେ ନିୟମ ଅବଧି ଶେଷ ହେବା ପରେ ଆଗାମୀ ଦିନରେ ଏହି ନିୟମ ଲାଗୁ ହେବ କି ନାହିଁ ୧୮ ତାରିଖରେ ନିଷ୍ପତ୍ତି ନେବେ ବୋଲି ମୁଖ୍ୟମନ୍ତ୍ରୀ କେଜ୍ରିଓ୍ୱାଲ କହିଥିଲେ।

ସେହିପରି ଦୁଇ ଦିନ ତଳେ ମଧ୍ୟ ରିପୋର୍ଟ ଆସିଛି ଯେ ଦିଲ୍ଲୀର ପଡ଼ୋଶୀ ରାଜ୍ୟ ପଞ୍ଜାବ, ହରିଆନା ଏବଂ ଉତ୍ତର ପ୍ରଦେଶର ଚାଷୀ ନଡ଼ାରେ ନିଆଁ ଲଗାଇବା କମ୍ କରିଛନ୍ତି। ଯାହାର ପ୍ରଭାବରେ ଦିଲ୍ଲୀର ବାୟୁମଣ୍ଡଳରେ ସୁଧାର ଆସିଛି। ତେବେ ଗତକାଲି ମଧ୍ୟ ଦିଲ୍ଲୀର ବାୟୁମଣ୍ଡଳ ‘ଅତ୍ୟଧିକ ଖରାପ’ ଶ୍ରେଣୀରେ ଥିଲା।

Related story