ଇଡିର ଘନ ଘନ ନୋଟିସ ପରେ ଲୋନ୍ ପୈଠ କଲେ ସଞ୍ଜୟଙ୍କ ପତ୍ନୀ

ମୁମ୍ୱାଇ: ଅଡ଼ୁଆ ତୁଟାଇ ଇଡି ନୋଟିସରୁ ବର୍ତ୍ତିବା ପାଇଁ ଆରମ୍ଭ ହୋଇଛି ପ୍ରୟାସ। ଶିବସେନା ମୁଖପାତ୍ର ତଥା ସାଂସଦ ସଞ୍ଜୟ ରାଉତଙ୍କ ସ୍ତ୍ରୀ ଯେଉଁ କାରଣ ପାଇଁ ତାଙ୍କୁ ଇଡି ସମନ କରୁଥିଲା ଏବେ ସେହି ମାମଲାର ସମାଧାନ କରିବାକୁ ଯାଇ ବକେୟା ଲୋନ୍ ପୈଠ କରିଛନ୍ତି ବର୍ଷା। ଗତବର୍ଷ ପିଏମସି ବ୍ୟାଙ୍କ ଘୋଟାଲା ମାମଲାରେ ସଞ୍ଜୟଙ୍କ ସ୍ତ୍ରୀ ବର୍ଷାଙ୍କୁ ସମନ କରିଥିଲା ଇଡି। ମୋଟ୍ ୪ଟି ସମନ କରି ଜାନୁଆରୀ ୨୯ରେ ହାଜର ହେବାକୁ ଇଡି […]

sanjay-rout

Subhransu Sekhar
  • Published: Friday, 15 January 2021
  • , Updated: 15 January 2021, 04:55 PM IST

ମୁମ୍ୱାଇ: ଅଡ଼ୁଆ ତୁଟାଇ ଇଡି ନୋଟିସରୁ ବର୍ତ୍ତିବା ପାଇଁ ଆରମ୍ଭ ହୋଇଛି ପ୍ରୟାସ। ଶିବସେନା ମୁଖପାତ୍ର ତଥା ସାଂସଦ ସଞ୍ଜୟ ରାଉତଙ୍କ ସ୍ତ୍ରୀ ଯେଉଁ କାରଣ ପାଇଁ ତାଙ୍କୁ ଇଡି ସମନ କରୁଥିଲା ଏବେ ସେହି ମାମଲାର ସମାଧାନ କରିବାକୁ ଯାଇ ବକେୟା ଲୋନ୍ ପୈଠ କରିଛନ୍ତି ବର୍ଷା। ଗତବର୍ଷ ପିଏମସି ବ୍ୟାଙ୍କ ଘୋଟାଲା ମାମଲାରେ ସଞ୍ଜୟଙ୍କ ସ୍ତ୍ରୀ ବର୍ଷାଙ୍କୁ ସମନ କରିଥିଲା ଇଡି।

ମୋଟ୍ ୪ଟି ସମନ କରି ଜାନୁଆରୀ ୨୯ରେ ହାଜର ହେବାକୁ ଇଡି ବର୍ଷାଙ୍କୁ କହିଥିଲା। ହେଲେ ଜାନୁଆରୀ ୫ ଯାଏ ସମୟ ମାଗିଥିଲେ ହାଜର ହେବା ପାଇଁ। ପରେ ଜାନୁଆରୀ ୪ରେ ହାଜର ହୋଇ ଇଡି ଜେରାର ସମ୍ମୁଖୀନ ହୋଇଥିଲେ ବର୍ଷା। ଏହି ସମୟରେ ୫୫ ଲକ୍ଷ ଟଙ୍କା ତାଙ୍କ ଆକାଉଣ୍ଟକୁ ଆସିଥିବା ବାବଦରେ ଇଡି ଜେରା କରିଥିଲା। ଆଉ ଜବାବରେ ବର୍ଷା କହିଥିଲେ ଏହି ୫୫ ଲକ୍ଷ ଟଙ୍କା ସେ ବଲିଉଡ ଫିଲ୍ମ ‘ଠାକରେ’ ଆୟରୁ ନେଇଥିଲେ। ସୂଚନାଯୋଗ୍ୟ, ଠାକରେ ସିନେମାର ନିର୍ମାତା ହେଉଛନ୍ତି ବର୍ଷା ରାଉତ।

ଇଡିର ରିପୋର୍ଟ ଅନୁଯାୟୀ, ୨୦୧୦ ଏବଂ ୨୦୧୧ରେ ବର୍ଷା ରାଉତଙ୍କ ବ୍ୟବସାୟିକ ସହଯୋଗୀ ମାଧୁରୀ ରାଉତ ତାଙ୍କ ଆକାଉଣ୍ଟରୁ ୫୫ ଲକ୍ଷ ଟଙ୍କା ବିନା ସୁଧରେ ବର୍ଷାଙ୍କ ଆକାଉଣ୍ଟକୁ ଦେଇଥିଲେ। ଅନ୍ୟପଟେ ମାଧୁରୀ ରାଉତ ଏଚଡିଆଇଏଲ ମାମଲାରେ ତାଙ୍କ ନାମରେ ମନି ଲଣ୍ଡରିଂ ଅଭିଯୋଗ ରହିଛି। ସେହିପରି ଅବନୀ କନଷ୍ଟ୍ରକସନ ମାମଲାରେ ମାଧୁରୀ ରାଉତଙ୍କ ସହ ବର୍ଷାଙ୍କର ସହଭାଗିତା ରହିଛି। ଏହି ପ୍ରସଙ୍ଗରେ ୧୨ ଲକ୍ଷ ଟଙ୍କାର ହିସାବ ବର୍ଷାଙ୍କୁ ଇଡି ମାଗିପାରେ ବୋଲି ଜଣାପଡ଼ିଛି।

Related story