ଦିପାବଳୀ ପୂର୍ବରୁ ପୁଣି ଆର୍ଥିକ ପ୍ୟାକେଜ ଘୋଷଣା କରିବେ ସରକାର!

ନୂଆଦିଲ୍ଲୀ: କରୋନା ମହାମାରୀ ଯୋଗୁ ଧ୍ୱଂସବିଧ୍ୱସ୍ତ ହୋଇପଡ଼ିଥିବା ଦେଶର ଅର୍ଥନୀତିକୁ ସଞ୍ଜବନୀ ଦେବାକୁ ପୁଣିଥରେ ଆର୍ଥିକ ପ୍ୟାକେଜ ଘୋଷଣା କରିବେ କେନ୍ଦ୍ର ସରକାର। ଦିପାବଳୀ ପୂର୍ବରୁ ଅର୍ଥାତ ଆସନ୍ତାକାଲି କିମ୍ବା ଶୁକ୍ରବାର ଅର୍ଥମନ୍ତ୍ରୀ ଏହି ଆର୍ଥିକ ପ୍ରୋତ୍ସାହନ ପ୍ୟାକେଜ ଘୋଷଣା କରିବେ ବୋଲି ଜଣାପଡ଼ିଛି। ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଓ ଉତ୍ପାଦନ କ୍ଷମତାକୁ ବୃଦ୍ଧି କରିବା ପାଇଁ ଏହି ପ୍ୟାକେଜ୍‌ରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ ବୋଲି ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। କରୋନା ମହାମାରୀ ଭିତରେ […]

y

Hemant Lenka
  • Published: Wednesday, 11 November 2020
  • , Updated: 11 November 2020, 05:22 PM IST

ନୂଆଦିଲ୍ଲୀ: କରୋନା ମହାମାରୀ ଯୋଗୁ ଧ୍ୱଂସବିଧ୍ୱସ୍ତ ହୋଇପଡ଼ିଥିବା ଦେଶର ଅର୍ଥନୀତିକୁ ସଞ୍ଜବନୀ ଦେବାକୁ ପୁଣିଥରେ ଆର୍ଥିକ ପ୍ୟାକେଜ ଘୋଷଣା କରିବେ କେନ୍ଦ୍ର ସରକାର। ଦିପାବଳୀ ପୂର୍ବରୁ ଅର୍ଥାତ ଆସନ୍ତାକାଲି କିମ୍ବା ଶୁକ୍ରବାର ଅର୍ଥମନ୍ତ୍ରୀ ଏହି ଆର୍ଥିକ ପ୍ରୋତ୍ସାହନ ପ୍ୟାକେଜ ଘୋଷଣା କରିବେ ବୋଲି ଜଣାପଡ଼ିଛି। ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଓ ଉତ୍ପାଦନ କ୍ଷମତାକୁ ବୃଦ୍ଧି କରିବା ପାଇଁ ଏହି ପ୍ୟାକେଜ୍‌ରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ ବୋଲି ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

କରୋନା ମହାମାରୀ ଭିତରେ ଦେଶର ଅର୍ଥନୀତିକୁ ସଜାଡ଼ିବା ପାଇଁ କେନ୍ଦ୍ର ସରକାର ପ୍ରଥମେ ଆତ୍ମନିର୍ଭର ଭାରତ ନାଁରେ ଆର୍ଥିକ ପ୍ୟାକେଜ ଘୋଷଣା କରିଥିଲେ। ୨୧ ଲକ୍ଷ କୋଟି ଟଙ୍କାର ପ୍ୟାକେଜ ଜରିଆରେ କେନ୍ଦ୍ର ସରକାର ଦେଶର ଅର୍ଥନୀତିକୁ ଆଗକୁ ନେବା ପାଇଁ ଚେଷ୍ଟା କରିଥିଲେ।

ଏହାପରେ କିଛି ଦିନ ପୂର୍ବରୁ ପ୍ରଡକସନ ଲିଙ୍କଡ୍‌ ଇନସେନଟିଭ(ପିଏଲଆଇ) ଯୋଜନାରେ ୧୦ଟି କ୍ଷେତ୍ର ପାଇଁ ୨ ଲକ୍ଷ କୋଟି ଟଙ୍କାର ପ୍ୟାକେଜ୍‌କୁ ମୋଦି କ୍ୟାବିନେଟ୍‌ ଅନୁମୋଦନ କରିଥିଲେ। ଏହାଦ୍ୱାରା ଦେଶର ଉତ୍ପାଦନ କ୍ଷମତା ବଢ଼ିବ ଓ ରପ୍ତାନୀ ବୃଦ୍ଧି ପାଇବ ବୋଲି ସରକାର ଲକ୍ଷ୍ୟ ରଖିଛନ୍ତି।

Related story