ଆପ୍ ବିଧାୟକ ଦିନେଶ ମୋହନିଆଙ୍କ ବିରୁଦ୍ଧରେ ମାଡ ଅଭିଯୋଗ ଆଣିଲେ ବୃଦ୍ଧ

ନୂଆଦିଲ୍ଲୀ: ଜଳ ବୋର୍ଡ ଉପାଧ୍ୟକ୍ଷ ତଥା ଆମ ଆଦମୀ ପାର୍ଟି (ଆପ)ର ବିଧାୟକ ଦିନେଶ ମୋହନିଆ ଜଣେ ବୃଦ୍ଧ ଲୋକଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି।  ବୃଦ୍ଧ ଜଣଙ୍କ ତାଙ୍କ ଅଞ୍ଚଳରେ ପାଣି ସମସ୍ୟା ନେଇ ଦିନେଶଙ୍କ ପାଖକୁ ଯାଇଥିବା ବେଳେ ସେଠାରେ ତାଙ୍କୁ ଗାଳି ଗୁଲଜ କରିଥିଲେ ଓ ତାଙ୍କୁ ଚିହ୍ନି ନାହାନ୍ତି  କହିବା ସହ ତାଙ୍କୁ ମାଡ ମାରିଥିଲେ। ଏହା ସହ ବିଧାୟକ ଓ ତାଙ୍କ କର୍ମଚାରୀ ବୃଦ୍ଧଙ୍କ ସହ ଦୁର୍ବ୍ୟବହାର କରିଥିଲେ ବୋଲି […]

dinasha

Rakesh Mallick
  • Published: Saturday, 25 June 2016
  • , Updated: 25 June 2016, 03:09 PM IST

ନୂଆଦିଲ୍ଲୀ: ଜଳ ବୋର୍ଡ ଉପାଧ୍ୟକ୍ଷ ତଥା ଆମ ଆଦମୀ ପାର୍ଟି (ଆପ)ର ବିଧାୟକ ଦିନେଶ ମୋହନିଆ ଜଣେ ବୃଦ୍ଧ ଲୋକଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି।  ବୃଦ୍ଧ ଜଣଙ୍କ ତାଙ୍କ ଅଞ୍ଚଳରେ ପାଣି ସମସ୍ୟା ନେଇ ଦିନେଶଙ୍କ ପାଖକୁ ଯାଇଥିବା ବେଳେ ସେଠାରେ ତାଙ୍କୁ ଗାଳି ଗୁଲଜ କରିଥିଲେ ଓ ତାଙ୍କୁ ଚିହ୍ନି ନାହାନ୍ତି  କହିବା ସହ ତାଙ୍କୁ ମାଡ ମାରିଥିଲେ। ଏହା ସହ ବିଧାୟକ ଓ ତାଙ୍କ କର୍ମଚାରୀ ବୃଦ୍ଧଙ୍କ ସହ ଦୁର୍ବ୍ୟବହାର କରିଥିଲେ ବୋଲି ବୃଦ୍ଧ ଜଣଙ୍କ ଅଭିଯୋଗ କରିଛନ୍ତି।

ବୃଦ୍ଧଙ୍କ ପକ୍ଷରୁ ଦିନେଶଙ୍କ ବିରୋଧରେ ଥାନାରେ ମାମଲା ରୁଜୁ କରାଯାଇଛି।

ସେହିପରି ଦୁଇ ଦିନ ପୂର୍ବରୁ ପାଣି ସମସ୍ୟା ନେଇ ଆସିଥିବା ଜଣେ ମହିଳାଙ୍କୁ ଦିନେଶ ଦୁର୍ବ୍ୟବହାର କରିଥିଲେ। ଗଣ୍ଡଗୋଳ କଲେ ପାଣି ମିଳିବ ନାହିଁ ବୋଲି ବିଧାୟକ ମହିଳାଙ୍କୁ ଧମକ ଦେଇଥିଲେ।

Related story