ସକାଳ ୫ରୁ ମତଦାନ ଆରମ୍ଭ କରିବାକୁ ସୁପ୍ରିମକୋର୍ଟଙ୍କ ପରାମର୍ଶ

ନୂଆଦିଲ୍ଲୀ: ଆଗାମୀ ପର୍ଯ୍ୟାୟ ମତଦାନ ସକାଳ ୭ ପରିବର୍ତ୍ତେ ୫ଟାରୁ ଆରମ୍ଭ କଲେ ଅସବିଧା କଣ ହେବ? ନିର୍ବାଚନ କମିଶନଙ୍କୁ ଏହା ପଚାରିଛନ୍ତି ସୁପ୍ରିମକୋର୍ଟ। ମୁସଲିମ ସମ୍ପ୍ରଦାୟର ପବିତ୍ର ରମଜାନ ମାସ ଚାଲିଥିବାରୁ ସକାଳ ୫ଟାରୁ ମତଦାନ ଆରମ୍ଭ କରିବା ପାଇଁ ସୁପ୍ରିମକୋର୍ଟ ନିର୍ବାଚନ କମିଶନଙ୍କୁ ପରାମର୍ଶ ଦେଇଛନ୍ତି। ଏଥିପାଇଁ ଜରୁରୀ କାଳୀନ ଭିତିରେ ଏକ ବିଜ୍ଞପ୍ତି ପ୍ରକାଶ କରିବା ପାଇଁ ମଧ୍ୟ କୋର୍ଟ ପରାମର୍ଶ ଦେଇଛନ୍ତି। ଦେଶରେ ୭ଟି ପର୍ଯ୍ୟାୟରେ ନିର୍ବାଚନରୁ ୪ଟି ପର୍ଯ୍ୟାୟ ନିର୍ବାଚନ […]

Subhransu Sekhar
  • Published: Thursday, 02 May 2019
  • Updated: 02 May 2019, 02:46 PM IST

Sports

Latest News

ନୂଆଦିଲ୍ଲୀ: ଆଗାମୀ ପର୍ଯ୍ୟାୟ ମତଦାନ ସକାଳ ୭ ପରିବର୍ତ୍ତେ ୫ଟାରୁ ଆରମ୍ଭ କଲେ ଅସବିଧା କଣ ହେବ? ନିର୍ବାଚନ କମିଶନଙ୍କୁ ଏହା ପଚାରିଛନ୍ତି ସୁପ୍ରିମକୋର୍ଟ। ମୁସଲିମ ସମ୍ପ୍ରଦାୟର ପବିତ୍ର ରମଜାନ ମାସ ଚାଲିଥିବାରୁ ସକାଳ ୫ଟାରୁ ମତଦାନ ଆରମ୍ଭ କରିବା ପାଇଁ ସୁପ୍ରିମକୋର୍ଟ ନିର୍ବାଚନ କମିଶନଙ୍କୁ ପରାମର୍ଶ ଦେଇଛନ୍ତି।

ଏଥିପାଇଁ ଜରୁରୀ କାଳୀନ ଭିତିରେ ଏକ ବିଜ୍ଞପ୍ତି ପ୍ରକାଶ କରିବା ପାଇଁ ମଧ୍ୟ କୋର୍ଟ ପରାମର୍ଶ ଦେଇଛନ୍ତି। ଦେଶରେ ୭ଟି ପର୍ଯ୍ୟାୟରେ ନିର୍ବାଚନରୁ ୪ଟି ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି। ଆଉ ୩ଟି ପର୍ଯ୍ୟାୟରେ ମତଦାନ ବାକି ରହିଛି। ମେ' ୧୯ରେ ଅନ୍ତିମ ମତଦାନ ରହିଛି। ମେ' ୨୩ରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos