ଶାହଙ୍କ ଆଗାମୀ ମିଶନ୍‌ ଲାଲଗଡ଼ ମୁକ୍ତ ଭାରତ!

ନୂଆଦିଲ୍ଲୀ: ୨୦୧୯ ସାଧାରଣ ନିର୍ବାଚନରେ ପୂର୍ଣ୍ଣ ବହୁମତ ପାଇଥିବା ନରେନ୍ଦ୍ର ମୋଦିଙ୍କ ଏନ୍‌ଡିଏ ସରକାର ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଗୋଟିଏ ପରେ ଗୋଟିଏ ଦାବି ପୂରଣ କରିବାକୁ ଲାଗିଛି। ତତ୍କାଳ ଟ୍ରିପଲ ତଲାକ୍‌କୁ ଦଣ୍ଡନୀୟ ଅପରାଧରେ ପରିଣତ କରିବା ପରେ ଜମ୍ମୁ-କଶ୍ମୀର ପାଇଁ ଲାଗୁ ହୋଇଥିବା ସ୍ୱତନ୍ତ୍ର ଧାରା ଉଚ୍ଛେଦ ଏସବୁର ଏକ ସ୍ପଷ୍ଟ ଚିତ୍ର ସାମ୍ନାରେ ରଖିଛି। ବର୍ତ୍ତମାନ ରାଜନୀତିକ ଅଳିନ୍ଦରେ ଚର୍ଚ୍ଚା ଆରମ୍ଭ ହୋଇଛି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ବର୍ତ୍ତମାନ ବାମପନ୍ଥୀ […]

shah

shah

Subrat Kumar Nayak
  • Published: Tuesday, 27 August 2019
  • Updated: 27 August 2019, 05:18 PM IST

Sports

Latest News

ନୂଆଦିଲ୍ଲୀ: ୨୦୧୯ ସାଧାରଣ ନିର୍ବାଚନରେ ପୂର୍ଣ୍ଣ ବହୁମତ ପାଇଥିବା ନରେନ୍ଦ୍ର ମୋଦିଙ୍କ ଏନ୍‌ଡିଏ ସରକାର ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଗୋଟିଏ ପରେ ଗୋଟିଏ ଦାବି ପୂରଣ କରିବାକୁ ଲାଗିଛି। ତତ୍କାଳ ଟ୍ରିପଲ ତଲାକ୍‌କୁ ଦଣ୍ଡନୀୟ ଅପରାଧରେ ପରିଣତ କରିବା ପରେ ଜମ୍ମୁ-କଶ୍ମୀର ପାଇଁ ଲାଗୁ ହୋଇଥିବା ସ୍ୱତନ୍ତ୍ର ଧାରା ଉଚ୍ଛେଦ ଏସବୁର ଏକ ସ୍ପଷ୍ଟ ଚିତ୍ର ସାମ୍ନାରେ ରଖିଛି। ବର୍ତ୍ତମାନ ରାଜନୀତିକ ଅଳିନ୍ଦରେ ଚର୍ଚ୍ଚା ଆରମ୍ଭ ହୋଇଛି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ବର୍ତ୍ତମାନ ବାମପନ୍ଥୀ ଉଗ୍ରବାଦ ବା ନକ୍ସଲବାଦର ଅନ୍ତ ଘଟାଇବା ନେଇ କାମ ଆରମ୍ଭ କରିବେ।

ଶାହ ନିରୀହ ଆଦିବାସୀଙ୍କ ଅଞ୍ଚଳରେ ହିଂସାକାଣ୍ଡ ଘଟାଉଥିବା ଅସ୍ତ୍ରଧାରୀ ନକ୍ସଲଙ୍କ ସହିତ ଲଢ଼େଇ କରିବା ଯୋଜନା କରିଛନ୍ତି। ଅନ୍ୟପକ୍ଷରେ ଏହି ଟାର୍ଗେଟ୍‌ ହାସଲ ପାଇଁ ଆରଏସ୍‌ଏସ୍‌ ମଧ୍ୟ ବହୁସ୍ତରୀୟ ଯୋଜନା କରିଛି। ନକ୍ସଲଙ୍କୁ ବୈଚାରିକ ସ୍ତରରେ ସମର୍ଥନ କରୁଥିବା ଲୋକଙ୍କୁ ଆରଏସ୍‌ଏସ୍‌ର ସମର୍ଥକ ମାନେ ‘ଅର୍ବାନ ନକ୍ସଲ’ ଭାବେ ଅଭିହିତ କରିବା ସହ ସେମାନଙ୍କୁ ଦୁର୍ବଳ କରିବାର ପ୍ରୟାସ ଆରମ୍ଭ କରିଛନ୍ତି। ପୁଲିସ୍‌ ସେମାନଙ୍କ ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନେବା ଆରମ୍ଭ କରିଛି।

ଗତ କିଛି ଦିନ ତଳେ ହିଁ ଆରଏସ୍‌ଏସ୍‌ ମୁଖ୍ୟ ମୋହନ ଭାଗବତ ଏକ ବହି ଉନ୍ମୋଚନ କରିଥିଲେ, ଯାହାର ନାମ ଥିଲା ‘କୌନ୍‌ ହୈ ଅର୍ବାନ ନକ୍ସଲ୍ସ’। ଏହା ସଂଘର ପ୍ରକାଶନ ବିଭାଗ ବିଶ୍ୱ ସମ୍ବାଦ କେନ୍ଦ୍ର ପକ୍ଷରୁ ପ୍ରକାଶିତ ହୋଇଥିଲା। ଏଥିରେ ‘ଅର୍ବାନ ନକ୍ସଲ’ଙ୍କୁ ଚିହ୍ନଟ କରିବା ପାଇଁ ଆହ୍ୱାନ ଥିଲା।

ସୋମବାର କେନ୍ଦ୍ରମନ୍ତ୍ରୀ ଶାହ ୧୦ଟି ନକ୍ସଳ ପ୍ରଭାବିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ପୁଲିସ୍‌ ଅଧିକାରୀଙ୍କ ସହ ବୈଠକ ଡାକିଥିଲେ। ଶାହ ଏହି ଦାୟିତ୍ୱ ନେବାପରେ ଏହା ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଥମ ବୈଠକ ଥିଲା। ଏଥିରେ ଛତିଶଗଡ଼, ଝାରଖଣ୍ଡ, ଓଡ଼ିଶା, ପଶ୍ଚିମବଙ୍ଗ, ବିହାର, ମହାରାଷ୍ଟ୍ର, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ମଧ୍ୟପ୍ରଦେଶ ଏବଂ ଉତ୍ତରପ୍ରଦେଶ। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବ୍ୟତୀତ ଅନ୍ୟ ସମସ୍ତେ ଏଥିରେ ଯୋଗ ଦେଇଥିଲେ। ଏହାପରେ ହିଁ ହ ଟ୍ୱିଟ୍‌ କରି ସ୍ପଷ୍ଟ କହିଥିଲେ, ବାମପନ୍ଥୀ ଉଗ୍ରବାଦ ଗଣତନ୍ତ୍ରର ପରିପନ୍ଥୀ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଏହାକୁ ମୂଳପୋଛ କରାଯିବ।

ଏହି ସମୀକ୍ଷା ବୈଠକର ବହୁ ପୂର୍ବରୁ କେନ୍ଦ୍ରୀୟ ସଶସ୍ତ୍ର ପୁଲିସ୍‌ ବାହିନୀଙ୍କ ପାଇଁ ସ୍ୱତନ୍ତ୍ର ପ୍ୟାନେଲ ଗଠିତ ହୋଇଥିଲା। ଏହି ପ୍ୟାନେଲ ଅଧୀନରେ ସିଆରପିଏଫ୍‌, ସିଆଇଏସ୍‌ଏଫ୍‌, ବିଏସ୍‌ଏଫ୍‌, ଆଇଟିବିପି ଏବଂ ଏସ୍‌ଏସ୍‌ବି ଆଦି ପୁଲିସ୍‌ ବାହିନୀ ଅଛନ୍ତି। ନକ୍ସଲ ଦମନରେ ପ୍ରତ୍ୟକ୍ଷ ଭାବେ ବଡ଼ ଭୂମିକା ତୁଲାଉଥିବା ଏହି ପୁଲିସ୍‌ କର୍ମଚାରୀମାନଙ୍କୁ ସ୍ୱତନ୍ତ୍ର ସୁବିଧା ଯୋଗାଇଦେବାକୁ ଏହି ପ୍ୟାନେଲ କାମ କରିବ। ଏଥିସହ ସେମାନଙ୍କୁ ସଂଗଠିତ ଗ୍ରୁପ୍‌ ଏ ସର୍ଭିସ୍‌ ଭାବେ ଅବସ୍ଥାପିତ କରାଯିବ। ଗତ ୫ ବର୍ଷରେ ନକ୍ସଲ କାର୍ଯ୍ୟକଳାପ ୪୩୪% ହ୍ରାସ ହୋଇଥିବାବେଳେ ଶାହ ଏହାକୁ ଆହୁରି କମାଇବା ପାଇଁ ନୂଆ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିବେ ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story