ମାର୍ଶଲ୍ ଅର୍ଜନଙ୍କ ଶେଷକୃତ୍ୟ କାଲି: ଝୁରୁଛି ସାରା ଦେଶ, ୬୫ରେ ପାକ୍‌କୁ  ଧୂଳି ଚଟାଇଥିଲେ

ନୂଆଦିଲ୍ଲୀ: ଚିରନିଦ୍ରାରେ ଭାରତୀୟ ବାୟୁସେନାର ମାର୍ଶଲ୍ ଅର୍ଜନ ସିଂ। ନିରବୀ ଯାଇଛନ୍ତି ୧୯୬୫ ଭାରତ-ପାକ୍ ଯୁଦ୍ଧର ମହାନାୟକ।  ସାରା ଦେଶ ଆଜି ସଲାମ୍ ଜଣାଉଛି ତାଙ୍କୁ। ସଲାମ୍ ଜଣାଉଛି ତାଙ୍କର ବୀରତ୍ୱକୁ। ଆଜି ନୂଆଦିଲ୍ଲୀସ୍ଥିତ ତାଙ୍କ ବାସଭବନକୁ ଯାଇ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସମେତ ତିନି ସେନାର ମୁଖ୍ୟ ଏବଂ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଅର୍ଜନ ସିଂଙ୍କର ଆସନ୍ତାକାଲି ଶେଷକୃତ୍ୟ ସଂପନ୍ନ ହେବ।  ଅର୍ଜନଙ୍କ ବୀରତ୍ୱର ଗାଥାକୁ ଝୁରୁଛି ସାରା ଦେଶ। ଦେଶମାତୃକାର ସେବା […]

Rakesh Mallick
  • Published: Sunday, 17 September 2017
  • Updated: 17 September 2017, 10:59 PM IST

Sports

Latest News

ନୂଆଦିଲ୍ଲୀ: ଚିରନିଦ୍ରାରେ ଭାରତୀୟ ବାୟୁସେନାର ମାର୍ଶଲ୍ ଅର୍ଜନ ସିଂ। ନିରବୀ ଯାଇଛନ୍ତି ୧୯୬୫ ଭାରତ-ପାକ୍ ଯୁଦ୍ଧର ମହାନାୟକ।  ସାରା ଦେଶ ଆଜି ସଲାମ୍ ଜଣାଉଛି ତାଙ୍କୁ। ସଲାମ୍ ଜଣାଉଛି ତାଙ୍କର ବୀରତ୍ୱକୁ। ଆଜି ନୂଆଦିଲ୍ଲୀସ୍ଥିତ ତାଙ୍କ ବାସଭବନକୁ ଯାଇ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସମେତ ତିନି ସେନାର ମୁଖ୍ୟ ଏବଂ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଅର୍ଜନ ସିଂଙ୍କର ଆସନ୍ତାକାଲି ଶେଷକୃତ୍ୟ ସଂପନ୍ନ ହେବ।  ଅର୍ଜନଙ୍କ ବୀରତ୍ୱର ଗାଥାକୁ ଝୁରୁଛି ସାରା ଦେଶ। ଦେଶମାତୃକାର ସେବା ପାଇଁ ସେ ଦେଖାଇଥିବା ଦମ୍ଭ ଓ ସାହସ ପ୍ରତିଟି ଭାରତୀୟଙ୍କ ହୃଦୟରେ ଏବେ ତାଜା ହୋଇ ରହିଛି। ଆସନ୍ତାକାଲି ସକାଳେ ସଂପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କର ଶେଷକୃତ୍ୟ କରାଯିବ । ୧୯୧୯ ମସିହାରେ ଜନ୍ମଗ୍ରହଣ କରିଥିବା ଅର୍ଜନ ମାତ୍ର ୧୯ ବର୍ଷ ବୟସରେ ପାଇଲଟ୍ ଟ୍ରେନିଂ ପାଇଁ ମନୋନୀତ ହୋଇଥିଲେ। ୧୯୪୪ରେ ଦ୍ୱିତୀୟ ବିଶ୍ୱଯୁଦ୍ଧବେଳେ ବ୍ରିଟିଶ-ଇଣ୍ଡିଆନ୍ ସେନାର ପାଇଲଟ୍ ଅଫିସର ଭାବରେ ଜାପାନୀ ସେନା ବିରୋଧରେ ଲଢ଼େଇ କରିଥିଲେ ସେ।

ଏହି ସମୟରେ ତାଙ୍କର ଅତୁଳନୀୟ ବୀରତ୍ୱ ପ୍ରଦର୍ଶନ ଯୋଗୁ ଲର୍ଡ ମାଉଣ୍ଟ ବ୍ୟାଟେନ୍ ନିଜେ ତାଙ୍କୁ ଭେଟିବା ପାଇଁ ପହଞ୍ଚିଥିଲେ। ସେସମୟରେ  ତାଙ୍କୁ ଫ୍ଲାଇଂ କ୍ରସ ସମ୍ମାନରେ ସମ୍ମାନିତ କରାଯାଇଥିଲା। ମାତ୍ର ୪୪ ବର୍ଷ ବୟସରେ ସେ ଭାରତୀୟ ବାୟୁସେନାର ମୁଖ୍ୟଭାବେ ନିଯୁକ୍ତି ପାଇଥିଲେ।  ୧୯୬୫ ଭାରତ-ପାକିସ୍ତାନ ଯୁଦ୍ଧ ସମୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇ ସେଥିରେ ହିରୋ ପାଲଟିଯାଇଥିଲେ ଅର୍ଜନ। ଘମାଘୋଟ ଲଢ଼େଇ ଭିତରେ ପଠାନକୋଟ୍‌ ଏବଂ ୱାଘା ବୋର୍ଡର ଅଞ୍ଚଳରେ ଅତର୍କିତ ଆକ୍ରମଣ କରି ପାକ୍ ସେନାକୁ ଧୂଳି ଚଟାଇଥିଲେ ସେ। 

୧୯୭୦ରେ ବାୟୁସେନାରୁ ଅବସର ନେଇଥିବା ଅର୍ଜନ ସିଂଙ୍କୁ ୨୦୦୨ରେ ମାର୍ଶଲ ରାଙ୍କ ଦିଆଯାଇଥିଲା।  ଏହାସହ ତାଙ୍କୁ ଦେଶର ଦ୍ୱିତୀୟ ସର୍ବୋଚ୍ଚ ବେସାମରିକ ସମ୍ମାନ ପଦ୍ମବିଭୂଷଣରେ ସମ୍ମାନିତ କରାଯାଇଥିଲା।  ଅବସର ପରେ ସ୍ୱିଜରଲାଣ୍ଡ   ଓ କେନିୟାରେ ଭାରତର ହାଇକମିଶନର୍ ଥିଲେ ଅର୍ଜନ। ୧୯୮୯ରେ ସେ ଦିଲ୍ଲୀର ଲେଫନାଣ୍ଟ ଗଭର୍ଣ୍ଣର ଭାବେ ମଧ୍ୟ ଦାୟିତ୍ୱ ତୁଲାଇଥିଲେ। ୨୦୦୨ରେ ବାୟୁସେନାର ସବୁଠୁ ବରିଷ୍ଠ ତଥା ଫାଇଭ୍ ଷ୍ଟାର ରାଙ୍କକୁ ପଦୋନ୍ନତି ପାଇଥିଲେ ସେ।  ଏହି ରାଙ୍କରେ ପହଞ୍ଚିଥିବା ଏକମାତ୍ର ବାୟୁସେନା ଅଧିକାରୀ ହେଉଛନ୍ତି ଅର୍ଜନ ସିଂ।  

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story