ନୂଆଦିଲ୍ଲୀ: ଏଣିକି ଚାଷୀ ନିଜ ଉତ୍ପାଦ ବା ଶସ୍ୟ ବିଦେଶରେ ବିକ୍ରି କରିପାରିବେ। ଏଥିପାଇଁ ଚାଷୀଙ୍କୁ ବିଦେଶ ଯିବାକୁ ପଡ଼ିବନି କି କୌଣସି ମିଡିଲ୍ ମ୍ୟାନର ସହଯୋଗ ଦରକାର ନାହିଁ। ନିକଟରେ ବିହାରର ମୁଜାଫରନଗରର ଚାଷୀ ସୁନୀଲ କୁମାର ଲଣ୍ଡନରେ ଲିଚୁ ବିକ୍ରି କରିଛନ୍ତି। ୭୫୦ କିଲୋଗ୍ରାମର ଲିଚୁ ଲଣ୍ଡନ ପଠାଇବା ପାଇଁ କୌଣସି ଲାଇସେନ୍ସ ନଥିଲେ ମଧ୍ୟ ସେ ରପ୍ତାନୀ କରି ବିକ୍ରି କରିବାରେ ସଫଳ ହୋଇଛନ୍ତି। ଏ ନେଇ ସୂଚନା ଦେଇଛି ଆଇଟି ମନ୍ତ୍ରାଳୟର କମନ୍ ସର୍ଭିସ୍ ସେଣ୍ଟର (ସିଏସସି)। ସେହିପରି ଆଉ ଏକ ଚାଷୀ ୫ଟନ୍ ଲିଚି ଜର୍ମାନୀ ପଠାଉଥିବା ଜଣାପଡ଼ିଛି।
କ’ଣ ରହିଛି ପ୍ରକ୍ରିୟା?
ତେବେ ଚାଷୀମାନେ ପ୍ରଥମେ ସଏସସିର ଇ-ମାର୍ଟ ପୋର୍ଟାଲରେ ରେଜିଷ୍ଟ୍ରେସନ କରିବାକୁ ହେବ। ରେଜିଷ୍ଟ୍ରେସନ କରିବା ବେଳେ ଚାଷୀମାନେ କ’ଣ ବିକ୍ରି କରିବାକୁ ଚାହୁଁଛନ୍ତି ବା ତାଙ୍କ ଉତ୍ପାଦିତ ଶସ୍ୟ ବାବଦରେ କହିବାକୁ ହେବ। ଏଥିସହ ଉତ୍ପାଦର ଦାମ ମଧ୍ୟ ଉଲ୍ଲେଖ କରିବାକୁ ହେବ। ଯଦି ଚାଷୀଙ୍କର ପାନ୍ କାର୍ଡ ନଥିବ ତା’ହେଲେ ମଧ୍ୟ ରେଜିଷ୍ଟେସନ କରି ହେବ।
କୃଷକ ମାନେ ବିକ୍ରି ପାଇଁ ପ୍ରସ୍ତୁତ ଉତ୍ପାଦଗୁଡ଼ିକର ସମ୍ପୂର୍ଣ୍ଣ ସୂଚନା ଦେବା ପରେ ବ୍ୟବସାୟୀ ଏବଂ କୃଷି ରପ୍ତାନିକାରୀ ମାନଙ୍କ ସହିତ ଏହି ସୂଚନା ଅଂଶୀଦାର ହୁଏ।
ସିଏସଇର ସିଇଓ ଦୀନେଶ ତ୍ୟାଗୀ ସୂଚନା ଦେଇ କହିଛନ୍ତି, ଇ-ମାର୍ଟ ପ୍ଲାଟଫର୍ମରେ ବ୍ୟବସାୟୀ ଏବଂ କୃଷି ରପ୍ତାନିକାରୀ ରହିଛନ୍ତି। ଚାଷୀଙ୍କର ଉତ୍ପାଦ କେବଳ ଏହି ବ୍ୟବସାୟୀ ଏବଂ କୃଷି ରପ୍ତାନୀକାରୀଙ୍କୁ ଦେଖାଯାଇଥାଏ। ହେଲେ ଚାଷୀଙ୍କ ଦର ନିର୍ଦ୍ଦାରଣ ସମ୍ପର୍କରେ ସେମାନଙ୍କୁ କୌଣସି ସୂଚନା ଦିଆଯାଇନଥାଏ। ବରଂ କେବଳ ଉତ୍ପାଦକୁ ଦେଖାଇ ସେହି ପ୍ଲାଟଫର୍ମ ହିଁ ତତ୍କାଳ ଏହାର ଟେଣ୍ଡର ଡକାଯାଇଥାଏ। ଅର୍ଥାତ୍ ଉତ୍ପାଦର ଇ-ପ୍ଲାଟଫର୍ମରେ କୃଷି ଜାତ ସାମଗ୍ରୀ ଟେଣ୍ଡର ଡାକିବା ବେଳେ ବ୍ୟବସାୟୀ ଏବଂ ରପ୍ତାନୀକାରୀଙ୍କୁ ଚାଷୀର ମୂଳ ଦାମ ବାବଦରେ ସୂଚନା ମିଳିନଥାଏ।
ବ୍ୟବସାୟୀ ଏବଂ ରପ୍ତାନିକାରୀମାନେ ଉତ୍ପାଦ ବିଡ୍ ହେବା ମାତ୍ରେ ସିଏସସି ସହିତ ସଂଯୁକ୍ତ ଆକାଉଣ୍ଟରେ ଅଧା ମୂଲ୍ୟ ଜମା କରିବାକୁ ପଡିବ। ବ୍ୟବସାୟୀ ତା’ପରେ ସାମଗ୍ରୀର ଯାଞ୍ଚ ପାଇଁ ତାଙ୍କ କର୍ମଚାରୀଙ୍କୁ ସେହି ସ୍ଥାନକୁ ପଠାଇବେ। ବ୍ୟବସାୟୀମାନେ ଦ୍ରବ୍ୟ ବିକ୍ରି କରିବା ମାତ୍ରେ ସମ୍ପୂର୍ଣ୍ଣ ଦେୟ ଦେବାକୁ ପଡିବ ଏବଂ ଦିଆଯାଇଥିବା ଆକାଉଣ୍ଟରେ ଚାଷୀଙ୍କୁ ମୂଲ୍ୟ ପ୍ରଦାନ କରାଯିବ। ଏହି ସମଗ୍ର ପ୍ରକ୍ରିୟାରେ, ଦଲାଲମାନଙ୍କୁ ଦୂରେଇ ରଖାଯାଇଥାଏ।
ସୂଚନାଯୋଗ୍ୟ, ଗତ ମାସରେ ସିଏସସିରେ ଇ-ମାର୍ଟ ଲଞ୍ଚ କରାଯାଇଛି। ସିଏସସି ଭିଏଲଇ ମାନଙ୍କୁ ଏକ ନିର୍ଦ୍ଦିଷ୍ଟ ଆୟୋଗ ପ୍ରଦାନ କରେ ଯେଉଁମାନେ କୃଷକମାନଙ୍କୁ ପଞ୍ଜୀକରଣରେ ସାହାଯ୍ୟ କରନ୍ତି। ମାସକ ମଧ୍ୟରେ, ଇ-ମାର୍ଟ ପ୍ଲାଟଫର୍ମରେ ନଷ୍ଟ ହୋଇଯାଉଥିବା କୃଷିଜାତ ଦ୍ରବ୍ୟର ସର୍ବାଧିକ ବିକ୍ରି ହେଉଛି।