ଅନୁପ୍ରବେଶ ଉଦ୍ୟମ, ସୀମାରୁ ମିଳିଲା ବିପୁଳ ସଂଖ୍ୟାରେ ଏକେ ୭୪ ଓ ୨୪୦ ରାଉଣ୍ଡର ଗୁଳି

ଶ୍ରୀନଗର: ପାକିସ୍ତାନ ପଟୁ ଉଦ୍ୟମ ହୋଇଥିବା ବଡ଼ଧରଣର ଅନୁପ୍ରବେଶକୁ ଭଣ୍ତୁର କରିଦେଇଛି ଭାରତୀୟ ସେନା। ପାକସ୍ତାନ ଭାରତକୁ ପଠାଉଥିବା ବିପୁଳ ସଂଖ୍ୟାରେ ବନ୍ଧୁକ ଓ ଗୁଳିଗୋଳା ଆଜି ସୀମାରୁ ଜବତ କରାଯାଇଛି। ଜମ୍ମୁ-କଶ୍ମୀରର କେରନ ସେକ୍ଟର ସ୍ଥିତ ଏଲଏସି ଦେଇ ପାକିସ୍ତାନ ଆତଙ୍କୀ ଓ ସେମାନଙ୍କ ସହଯୋଗୀଙ୍କ ପାଖକୁ ଅସ୍ତ୍ରଶସ୍ତ୍ର ପଠାଇବାକୁ ଉଦ୍ୟମ କରିଥିଲା। ଭାରତୀୟ ସେନା ଏହାକୁ ପଣ୍ଡ କରିଦେବା ସହ ସୀମାରୁ ୪ଟି ଏକେ ୭୪ ରାଇଫଲ, ୨୪୦ ରାଉଣ୍ଡ ଗୁଳି ଓ ଗୋଟିଏ […]

hi

Hemant Lenka
  • Published: Saturday, 10 October 2020
  • , Updated: 10 October 2020, 04:37 PM IST

ଶ୍ରୀନଗର: ପାକିସ୍ତାନ ପଟୁ ଉଦ୍ୟମ ହୋଇଥିବା ବଡ଼ଧରଣର ଅନୁପ୍ରବେଶକୁ ଭଣ୍ତୁର କରିଦେଇଛି ଭାରତୀୟ ସେନା। ପାକସ୍ତାନ ଭାରତକୁ ପଠାଉଥିବା ବିପୁଳ ସଂଖ୍ୟାରେ ବନ୍ଧୁକ ଓ ଗୁଳିଗୋଳା ଆଜି ସୀମାରୁ ଜବତ କରାଯାଇଛି। ଜମ୍ମୁ-କଶ୍ମୀରର କେରନ ସେକ୍ଟର ସ୍ଥିତ ଏଲଏସି ଦେଇ ପାକିସ୍ତାନ ଆତଙ୍କୀ ଓ ସେମାନଙ୍କ ସହଯୋଗୀଙ୍କ ପାଖକୁ ଅସ୍ତ୍ରଶସ୍ତ୍ର ପଠାଇବାକୁ ଉଦ୍ୟମ କରିଥିଲା। ଭାରତୀୟ ସେନା ଏହାକୁ ପଣ୍ଡ କରିଦେବା ସହ ସୀମାରୁ ୪ଟି ଏକେ ୭୪ ରାଇଫଲ, ୨୪୦ ରାଉଣ୍ଡ ଗୁଳି ଓ ଗୋଟିଏ ସ୍କେଚ୍‌ ଜବତ କରିଛି।

ଜଣେ ସେନାଧିକାରୀ କହିଛନ୍ତି, କଶ୍ମୀରର କୁପୱାଡା ଜିଲ୍ଲାର କେରନ ସେକ୍ଟର ହେବାକୁ ଥିବା ବଡ଼ଧରଣର ଅସ୍ତ୍ରଶସ୍ତ୍ର ଚାଲାଣକୁ ସତର୍କ ଯବାନମାନେ ଭଣ୍ଡୁର କରିଦେଇଛନ୍ତି। କ୍ରୀଷ୍ଣଗଙ୍ଗା ନଦୀ ଦେଇ ୨ରୁ ୩ ଜଣ ଲୋକ ଟ୍ୟୁବ ଦ୍ୱାରା ଦଉଡ଼ି ବାନ୍ଧି କିଛି ସାମଗ୍ରୀ ପଠାଉଥିବା ସେନା ଯବାନ ଦେଖିବାକୁ ପାଇଥିଲେ।

ଏହାପରେ ଯବାନମାନେ ଘଟଣାସ୍ଥଳରେ ପହଞ୍ଚି ୪ଟି ଏକେ ୭୪ ରାଇଫଲ, ୮ଟି ମ୍ୟାଗାଜିନ ଓ ୨୪୦ ରାଉଣ୍ଡ ଗୁଳି ଜବତ କରିଛି। ଏବେ ସଂପୃକ୍ତ ଅଞ୍ଚଳକୁ କର୍ଡନ କରାଯାଇ ସର୍ଚ୍ଚ ଅପରେସନ କରାଯାଉଛି। ପିଓକେରେ ଥିବା ଆତଙ୍କବାଦୀମାନେ ଏହା ପୂର୍ବରୁ ମଧ୍ୟ ଏଭଳି ଅସ୍ତ୍ରଶସ୍ତ୍ର ଭାରତକୁ ପଠାଇବା ପାଇଁ ଚେଷ୍ଟା କରିଥିଲେ।

ହେଲେ ସତର୍କ ରହିଥିବା ଭାରତୀୟ ସେନା ପୂର୍ବଥର ଭଳି ଏଥର ମଧ୍ୟ ଏହାକୁ ଭଣ୍ଡୁର କରି ଦେଇଛନ୍ତି। ପାକିସ୍ତାନ ସେନା ସହାୟତାରେ ଆତଙ୍କବାଦୀମାନେ କେରନ, ଟଙ୍ଗଧର, ଜମ୍ମୁ ସେକ୍ଟର ଓ ପଞ୍ଜାବ ସୀମାରେ ଏଭଳି ଉଦ୍ୟମ କରୁଥିବା ଅଧିକାରୀ ଜଣଙ୍କ କହିଛନ୍ତି।

Related story