ହାଇଦ୍ରାବାଦରୁ ଗିରଫ ସନ୍ଦିଗ୍ଧଙ୍କ ସମ୍ପର୍କ ଆଇଏସ୍‌ ମୁଖ୍ୟ ବାଗ୍‌ଦାଦି ସହିତ ରହିଛି: ଏନ୍‌ଆଇଏ

ନୂଆଦିଲ୍ଲୀ:ହାଇଦ୍ରାବାଦରୁ ଗିରଫ ୫ ଜଣ ଆଇଏସ୍‌ ସନ୍ଦିଗ୍ଧଙ୍କ ସମ୍ପର୍କ ଆଇଏସ୍‌ ମୁଖ୍ୟ ବାଦ୍‌ଦାଦିଙ୍କ ସହିତ ରହିଛି। ବିଭିନ୍ନ ସମୟରେ ଏହିମାନେ ମଧ୍ୟ ପୂର୍ବ ଅଞ୍ଚଳକୁ ଟଙ୍କା ଦେଣନେଣ କରିଥିବା ସୂଚନା ଦେଇଛି ଜାତୀୟ ତଦନ୍ତକାରୀ ସଂସ୍ଥା(ଏନ୍‌ଆଇଏ)। ଏହି ସନ୍ଦିଗ୍ଧ ଆତଙ୍କବାଦୀମାନେ ହାଇଦ୍ରାବାଦ ଓ ଏହାର ଆଖପାଖ ଅଞ୍ଚଳରେ ବୋମା ବିସ୍ଫୋରଣ ପାଇଁ ଯୋଜନା କରୁଥିବା ବେଳେ ଗିରଫ କରାଯାଇଥିଲା। ଏନ୍‌ଆଇଏ ଆଇଜି ସଞ୍ଜୀବ କୁମାର ସିଂହ କହିଛନ୍ତି,“ଗିରଫ ହୋଇଥିବା ସନ୍ଦିଗ୍ଧମାନଙ୍କ ମଧ୍ୟରୁ ଇବ୍ରାହିମ୍‌, ହବୀବ୍‌, ପହାଦ୍‌ ଓ […]

NIA

Rakesh Mallick
  • Published: Sunday, 03 July 2016
  • , Updated: 03 July 2016, 01:37 PM IST

ନୂଆଦିଲ୍ଲୀ:ହାଇଦ୍ରାବାଦରୁ ଗିରଫ ୫ ଜଣ ଆଇଏସ୍‌ ସନ୍ଦିଗ୍ଧଙ୍କ ସମ୍ପର୍କ ଆଇଏସ୍‌ ମୁଖ୍ୟ ବାଦ୍‌ଦାଦିଙ୍କ ସହିତ ରହିଛି। ବିଭିନ୍ନ ସମୟରେ ଏହିମାନେ ମଧ୍ୟ ପୂର୍ବ ଅଞ୍ଚଳକୁ ଟଙ୍କା ଦେଣନେଣ କରିଥିବା ସୂଚନା ଦେଇଛି ଜାତୀୟ ତଦନ୍ତକାରୀ ସଂସ୍ଥା(ଏନ୍‌ଆଇଏ)।

ଏହି ସନ୍ଦିଗ୍ଧ ଆତଙ୍କବାଦୀମାନେ ହାଇଦ୍ରାବାଦ ଓ ଏହାର ଆଖପାଖ ଅଞ୍ଚଳରେ ବୋମା ବିସ୍ଫୋରଣ ପାଇଁ ଯୋଜନା କରୁଥିବା ବେଳେ ଗିରଫ କରାଯାଇଥିଲା।

ଏନ୍‌ଆଇଏ ଆଇଜି ସଞ୍ଜୀବ କୁମାର ସିଂହ କହିଛନ୍ତି,“ଗିରଫ ହୋଇଥିବା ସନ୍ଦିଗ୍ଧମାନଙ୍କ ମଧ୍ୟରୁ ଇବ୍ରାହିମ୍‌, ହବୀବ୍‌, ପହାଦ୍‌ ଓ ଆଉ ତା’ର ଜଣେ ସହଯୋଗୀ ଅନ୍ୟ ଦେଶ ମାଧ୍ୟମରେ ସିରିଆକୁ ଯିବାକୁ ଚାହୁଁଥିଲେ। ଆଉ ସେଥିପାଇଁ ବିବାହ କରିବାକୁ ମଧ୍ୟ ଯୋଜନା କରିଥିଲେ। ଏହାସହ ସେମାନେ ହାଇଦ୍ରାବାଦ ଓ ଏହାର ଆଖପାଖ ଅଞ୍ଚଳରେ ବୋମାବିସ୍ଫୋରଣ ପାଇଁ କେମିକାଲ ଓ ଅନ୍ୟାନ୍ୟ ବିସ୍ଫୋରକ ଦ୍ରବ୍ୟ କିଣିବାବେଳେ ଧରା ପଡିଥିଲେ। ସେମାନେ ଇମେଲ ଓ ସୋସିଆଲ୍‌ ମିଡିଆ ମାଧ୍ୟମରେ ଆଇଏସ୍‌ ମୁଖ୍ୟ ବାଗ୍‌ଦାଦୀ ସହିତ ରହିଛି। ସେମାନଙ୍କୁ ଜେରା କରାଯାଉଛି। ଜେରା ପରେ ସବିଶେଷ ତଥ୍ୟ ମିଳିପାରିବ।”

Related story